ମିଥ୍ୟା ବାହାରିଲା ନିର୍ବାଚନରେ ବ୍ୟବହୃତ ସ୍ୟାହିକୁ ନେଇ ୱାଇଏସଆରସି ଉପରେ ଆରୋପ କରିଥିବା ଜନ ସେନା ନେତା, ନାଗେନ୍ଦ୍ର ବାବୁ କୋନିଡେଲାଙ୍କ ଅଭିଯୋଗ

ଲୋକସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ସହ ଭୋଟ୍ ଦେଉଛି ଆନ୍ଧ୍ରପ୍ରଦେଶ । ୱାଇଏସଆରସିପି ସଭାପତି ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୁଲିଭେଣ୍ଡୁଲା ରୁ ପ୍ରତିଦ୍ବନ୍ଦିତା କରିଥିବା ବେଳେ ହେବିୱେଟ ଫାଇଟ ଦେଖା ଦେଇଛି ।

Update: 2024-05-15 08:00 GMT


ଲୋକସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ସହ ଭୋଟ୍ ଦେଉଛି ଆନ୍ଧ୍ରପ୍ରଦେଶ । ୱାଇଏସଆରସିପି ସଭାପତି ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୁଲିଭେଣ୍ଡୁଲା ରୁ ପ୍ରତିଦ୍ବନ୍ଦିତା କରିଥିବା ବେଳେ ହେବିୱେଟ ଫାଇଟ ଦେଖା ଦେଇଛି । ଯେଉଁଥିରେ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତେଲୁଗୁ ଦେସମ୍ ପାର୍ଟିର ସଭାପତି ଏନ. ଚନ୍ଦ୍ରବାବୁ ନାଇଡୁ କୁପ୍ପାମ ରୁ ଏବଂ ପିଠାପୁରମ ରୁ ଲଢ଼ୁଛନ୍ତି ଜନ ସେନା ପାର୍ଟିର ପ୍ରତିଷ୍ଠାତା ଏବଂ ସଭାପତି ପୱନ କଲ୍ୟାଣ ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବାର ଦେଖାଦେଇଛି, ଯେଉଁଥିରେ ଜନ ସେନା ପାର୍ଟିର ନେତା ନାଗେନ୍ଦ୍ର ବାବୁ କୋନିଡେଲା ୱାଇସିପି ପାର୍ଟି ବିରୋଧ ରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ନେଇ ନାଗେନ୍ଦ୍ର ବାବୁ ନିଜର ମତାମତ ଦେଇ କହିଛନ୍ତି , "ପାର୍ଟିର ଲୋକ ଭୋଟରକଙ୍କୁ କିଣିବାକୁ ଚେଷ୍ଟା କରୁଛନ୍ତି ,ଏପରିକି ଆଙ୍ଗୁଠିରେ ନିର୍ବାଚନ ରେ ବ୍ୟବହୃତ ହେଉଥିବା ସ୍ୟାହି ମଧ୍ୟ ଭୋଟରଙ୍କ ଆଙ୍ଗୁଠିରେ ବୋଳି ଭୋଟରକଙ୍କୁ ଠକୁଚନ୍ତି। "

୧୧ ମଇ ୨୦୨୪ ରେ ନାଗେନ୍ଦ୍ର ବାବୁ ନିଜ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଛନ୍ତି




ସେହିପରି ସେହିଦିନ ଜନ ସେନା ପାର୍ଟିର ସୋସିଆଲ ମିଡିଆରେ ମଧ୍ୟ ସେହି ଭିଡିଓ କୁ ସମାନ ଦିନରେ ସେୟାର କରାଯାଇଛି।


Full View



ସତ୍ୟାସତ୍ୟ : ଅନୁସନ୍ଧାନ ରୁ ଜଣାଯାଏ ଯେ ,ଉପରୋକ୍ତ ଦାବିରେ ଯୁକ୍ତିଯୁକ୍ତ ନୁହେଁ I ଆନ୍ଧ୍ରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟୀକରଣ ରଖି ସୂଚନା ଦେଇଛନ୍ତି ଯେ "ନିର୍ବାଚନ ରେ ବ୍ୟବହୃତ ସ୍ୟାହି କେବଳ ସ୍ୱୀକୃତି ପ୍ରାପ୍ତ ଅଧିକାରୀ  ହିଁ କରିପାରିବେ " ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ଜଣାଯାଏ ଯେ ,୧୨ମଇ୨୦୨୪ ରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନାଗେନ୍ଦ୍ର ବାବୁଙ୍କ ଦ୍ୱାରା ଜାରି ହୋଇଥିବା ଭିଡିଓ ର ଏକ ଫଟୋକୁ ସେୟାର କରି ଲେଖିଛନ୍ତି I  ପିଠାପୁରମ ଆର.ଓ. ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି, ଯେ ଏହି ଆରୋପଟି ମିଥ୍ୟା ଅଟେ ଏବଂ ଏଭଳି ଗୁଜବ ଠାରୁ ଦୁରେଇ ରୁହନ୍ତୁ ଏବଂ ମନେ ରଖନ୍ତୁ ଭୁଲ୍ ଏବଂ ବିଭ୍ରାନ୍ତିକାରକ ତଥ୍ୟ କ୍ଷତିକାରକ ହୋଇପାରେ ବୋଲି ମଧ୍ୟ ପୋଷ୍ଟରେ ଉଲ୍ଲେଖ ରହିଛି I



ଯେତେବଳେ ଆମେ " ନାଗେନ୍ଦ୍ର ବାବୁ ସ୍ୟାହି ଭିଡିଓ " ଲେଖି ଅନୁସନ୍ଧାନ କରିଥିଲୁ 

ଏନେଇ ମଇ ୧୩ ୨୦୨୪ ରେ ଟାଇମ୍ସ ଅଫ ଇଣ୍ଡିଆ ଏକ ଖବର ପ୍ରସାରଣ କରିଥିବା ଜାଣିବାକୁ ପାଇଥିଲୁ ଯେଉଁଥିରେ ଉଲ୍ଲେଖ ଥିଲା , "ସ୍ୟାହିର ଅପବ୍ୟବହାର ଅଭିଯୋଗ କୁ ଖାରଜ କରିଛନ୍ତି ସିଇଓ "

ସେହିପରି ତେଲୁଗୁ ଭକ୍ସ ଅନୁଯାୟୀ , "ନିର୍ବାଚନ କମିଶନଙ୍କ ଦ୍ୱାରା ଏକ୍ସପୋଜ ହେଲେ ନାଗାବାବୁ"

ତେଣୁ ଦାବି ଟିରେ କୌଣସି ସତ୍ୟାତା ଥିବାର ପାଇନଥିଲୁ, ଆନ୍ଧ୍ରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ପଷ୍ଟୀକରଣ ଅନୁଯାୟୀ ନିର୍ବାଚନୀ ସ୍ୟାହିର ଵ୍ୟଵହାର କେବଳ ନିର୍ବାଚନ ଆୟୋଗ ଦ୍ୱାରା ନିଯୁକ୍ତିପ୍ରାପ୍ତ ଅଧିକାରୀ ହିଁ କରିପାରିବେ I

Claim :  ଜନ ସେନା ପାର୍ଟିର ନେତା, ନାଗେନ୍ଦ୍ର ବାବୁ କୋନିଡେଲା ଏକ ଭିଡିଓ ସେୟାର କରି କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଦଳ ଭୋଟରଙ୍କୁ କିଣିବାକୁ ପ୍ରୟାସ କରୁଛି ଏପରିକି ଭୋଟ୍ ଦେବା ପୂର୍ବରୁ ଭୋଟରଙ୍କ ଆଙ୍ଗୁଠିରେ ସ୍ୟାହି ବୋଳିବାର ପ୍ରୟାସ ମଧ୍ୟ କରୁଛି
Claimed By :  Social Media Users
Fact Check :  False
Tags:    

Similar News