Fact Check: ଭାଇରାଲ ଭିଡିଓରେ ନାଚୁଥିବା ବ୍ୟକ୍ତି ନୁହଁନ୍ତି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ଭାଇରାଲ ଭିଡିଓରେ ନାଚୁଥିବା ବ୍ୟକ୍ତିଜଣଙ୍କ ନୁହଁନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କଳାକାର ମୁନ୍ନା ଲୋହାରା ।;
ବିହାରର ୧୨ ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ପକ୍ଷରୁ ଏଭଳି ସୂଚନା ମିଳିଛି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବର୍ତ୍ତମାନ ଜେଏମଏମ ଝାଡଖଣ୍ଡ ଏବଂ ବିହାରର ସୀମାନ୍ତ ଅଞ୍ଚଳରେ ଦଳର ଦୃଢ ସଂଗଠନ ରହିଛି । ହେମନ୍ତ ସୋରେନଙ୍କ ନେତୃତ୍ୱରେ ମେଣ୍ଟ ସରକାର ୫୬ ସିଟ ସହିତ କ୍ଷମତା ହାସଲ କରିଥିବାବେଳେ, ୨୦୨୫ ମସିହାରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ବିହାର ଏବଂ ଝାଡ଼ଖଣ୍ଡର ସୀମାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା ।
ଜେଏମଏମର ପ୍ରଭାବ ବୃଦ୍ଧି ହୋଇଥିବା ଦଳର କେନ୍ଦ୍ରୀୟ ମୁଖପାତ୍ର ମନୋଜ ପାଣ୍ଡେ କହିଛନ୍ତି । ସେ କହିଛନ୍ତି, ଏକଛତ୍ରବାଦ ବିରୋଧରେ ଆମର ବିଜୟ ହୋଇଛି। ତେଣୁ ଦଳକୁ ଜାତୀୟ ସ୍ତରରେ ପ୍ରଶଂସା ମଧ୍ୟ କରାଯାଉଛି ।
ଇତିମଧ୍ୟରେ ୨୫ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଇଛି । ଭିଡିଓରେ ଏକ ଉତ୍ସଵ ପାଳନ ହେଉଥିବା ବେଳେ ଗୀତରେ କିଛି ବ୍ୟକ୍ତି ନାଚୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ଜଣେ ଦାଢ଼ି ରଖିଥିବା ବ୍ୟକ୍ତି ନାଚୁଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୋଲି ୟୁଜର୍ସ ଦାବି ରଖିଛନ୍ତି ।
ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ଲେଖିଛନ୍ତି, ଜଣେ ପ୍ରଫେସ୍ନାଲଙ୍କ ଭଳି ନାଚୁଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବର୍ତ୍ତମାନ ସୁଦ୍ଧା ଉକ୍ତ ଭିଡିଓକୁ ୬୦୯୪ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି ।
ଯାହାର ଅଭିଲେଖାଗାର ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓରେ ନାଚୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି, ହେଲେ ନୁହଁନ୍ତି ହେମନ୍ତ ସୋରେନ ।
ତଦନ୍ତ କରିବାକୁ ଯାଇ ଭାଇରାଲ ଝାଡ଼ଖଣ୍ଡ ଅଞ୍ଚଳର ଜଣେ ସାମ୍ବାଦିକଙ୍କ ସହ ଯୋଗାଯୋଗ କରିଥିଲୁ । ସାମ୍ବାଦିକ ଦେଇଥିବା ସୁଚନା ଅନୁଯାୟୀ, ଭାଇରାଲ ଭିଡିଓରେ ନାଚୁଥିବା ବ୍ୟକ୍ତି ଜଣଙ୍କ ହେମନ୍ତ ସୋରେନ ମୁହଁନ୍ତି । ଉକ୍ତ ବ୍ୟକ୍ତି ଜଣଙ୍କ ହେମନ୍ତଙ୍କ ଜଣେ ଶୁଭେଚ୍ଛୁ ମୁନ୍ନା ଲୋହରା । ହେମନ୍ତଙ୍କ ଠାରୁ ଅନୁପ୍ରାଣିତ ହୋଇ ତାଙ୍କ ଭଳି ଲମ୍ବା ଚୁଟି ଏବଂ ଦାଢ଼ି ରଖିଛନ୍ତି ମୁନ୍ନା । ନିର୍ବାଚନ ପୂର୍ବରୁ ସିଏ ହେମନ୍ତଙ୍କୁ ମଧ୍ୟ ଭେଟିଥିଲେ । ଯାହାର ଫଟୋ ହେମନ୍ତ ସୋରେନ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।
ଯେତେବେଳେ ଆମେ ହେମନ୍ତ ସୋରେନଙ୍କ ସୋସିଆଲ ମିଡିଆ ଦେଖିଥିଲୁ । ୨୫ ସେପ୍ଟେମ୍ବର ୨୦୨୪ରେ କିଛି ଫଟୋ ସେୟାର କରିଥିଵାର ଦେଖିବାକୁ ପାଇଥିଲୁ । ଫଟୋରେ ହେମନ୍ତ ଜଣେ ବ୍ୟକ୍ତିଙ୍କ ସହ ଫଟୋ ଉଠାଇଥିବାର ଦେଖାଯାଇଛି ଯିଏକି ତାଙ୍କ ଭଳି ଦିଶୁଛନ୍ତି । ଉକ୍ତ ଫଟୋକୁ ସେୟାର କରି ହେମନ୍ତ ଲେଖିଛନ୍ତି, ଜଣେ ହେମନ୍ତ ଆଉଜଣେ ହେମନ୍ତଙ୍କ ସହ ସାକ୍ଷାତକାର । ରଙ୍ଗମଞ୍ଚର ଜଣେ କଳାକାର ମୁନ୍ନା ଲୋହାରା ଏବଂ ତାଙ୍କ ପରିବାରଜନଙ୍କ ସହ ସାକ୍ଷାତକାର କଲି ।
ଯେତେବେଳେ ଆମେ ରଙ୍ଗମଞ୍ଚର କଳାକାର ମୁନ୍ନା ଲୋହାରା ଲେଖି ଗୁଗୁଲରେ ଅନୁସନ୍ଧାନ କରିଥିଲୁ, କିଛି ୟୁଟ୍ୟୁବ ଚ୍ୟାନେଲରେ ତାଙ୍କ ଭିଡିଓ ଦେଖିଥିଲୁ । ଯାହାର ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ଉକ୍ତ ଭାଇରାଲ ଭିଡିଓ ନେଇ ୧ ଜାନୁଆରୀ ୨୦୨୫ ରେ ନବଭାରତ ଏକ ଖବର ପ୍ରସାରଣ କରିଥିଵାର ଦେଖାଯାଇଛି । ଯାହାର ଶୀର୍ଷକ ରହିଛି, ନବବର୍ଷ ଉତ୍ସବରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଡ୍ୟାନ୍ସ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଖବର ପ୍ରସାରଣ କରି ନବଭାରତ ଉଲ୍ଲେଖ କରିଛି, झारखंड के मुख्यमंत्री हेमंत सोरेन के एक हमशक्ल ने नए साल के जश्न में धमाल मचा दिया। नागपुरी गानों पर ठुमके लगाते हुए इस शख्स का वीडियो सोशल मीडिया पर वायरल हो रहा है। कद-काठी, हेयरस्टाइल और कपड़ों में सीएम सोरेन से हूबहू मिलता-जुलता यह शख्स लोगों को असली मुख्यमंत्री ही लग रहा था। इस घटना ने सोशल मीडिया पर खूब चर्चा बटोरी और लोग इस हमशक्ल के बारे में जानने के लिए उत्सुक हैं।
ଯାହାର ଓଡ଼ିଆ ଅନୁବାଦ ହେଉଛି, ନୂଆ ବର୍ଷ ଉତ୍ସବରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଚେହେରା ଉଷ୍ମତା ସୃଷ୍ଟି କରିଛି । ନାଗପୁରୀ ଗୀତରେ ଏହି ବ୍ୟକ୍ତି ଜଣଙ୍କ ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉଚ୍ଚତା, କେଶଶଯ୍ୟା ଏବଂ ପୋଷାକରେ ସିଏମ ସୋରେନଙ୍କ ସହିତ ସମାନ ଥିବା ଏହି ବ୍ୟକ୍ତି ଜଣକ ପ୍ରକୃତ ମୁଖ୍ୟମନ୍ତ୍ରୀ ପରି ମନେ ହେଉଥିଲେ । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ନୁହଁନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।
ତେଣୁ ଏଥିରୁ ପ୍ରମାଣିତ ହେଲାଯେ,ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓରେ ନାଚୁଥିବା ବ୍ୟକ୍ତିଜଣଙ୍କ ନୁହଁନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କଳାକାର ମୁନ୍ନା ଲୋହାରା ।