ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ, ମହେଶ ବାବୁଙ୍କ ପୁଅ ଗୌତମ ପିନ୍ଧିଛନ୍ତି ଟିଡିପି ପତାକାର ଚିହ୍ନ

ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା, କିଛି ଦିନ ମଧ୍ୟରେ ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ଚଳଚଞ୍ଚଳ ହୋଇ ପଡିଛନ୍ତି ରାଜନୈତିକ ଦଳ ।

Update: 2024-05-31 06:29 GMT

ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା, କିଛି ଦିନ ମଧ୍ୟରେ ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ଚଳଚଞ୍ଚଳ ହୋଇ ପଡିଛନ୍ତି ରାଜନୈତିକ ଦଳ । ଏହି ମଧ୍ୟରେ ଅଭିନେତା ମହେଶ ବାବୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦେଖିବାକୁ ମିଳୁଛି ମହେଶ ବାବୁ ତାଙ୍କ ପୁଅ ଗୌତମ ସହ ଫଟୋ ଉଠାଇବାକୁ ପୋଜ୍ ଦେଉଛନ୍ତି । ଗୌତମ ଏକ ହଳଦିଆ କପଡା ବେକରେ ପକାଇଥିବାର ଦେଖିବାକୁ ମିଳୁଛି ଯେଉଁଥିରେ ଟିଡିପି ( ତେଲୁଗୁ ଦେସମ୍ ପାର୍ଟି ) ପତାକାର ସଙ୍କେତ ଚିତ୍ର ରହିଛି ।

ସୋସିଆଲ ମିଡିଆ ୟୁଜର୍ସ ମାନେ “MESSAGE IS CLEAR” କ୍ୟାପସନ୍ ସହିତ ଫଟୋ ସେୟାର କରିଥିଲେ ।

ଭାଇରାଲ୍ ଫଟୋରେ ଏକ ଲେଖା ମଧ୍ୟ ଅଛି: “మహేష్ బాబు కూడా TDP ఎరా” ଏହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ ଏହାର ଅର୍ଥ: “ମହେଶ ବାବୁ ମଧ୍ୟ ଟିଡିପି ସମର୍ଥକ” ।

Full View

ସତ୍ୟାସତ୍ୟ : ଅନୁସନ୍ଧାନ ରୁ ଜଣାଯାଏ ଯେ ଫଟୋଟି ଏଡିଟ୍ ହୋଇଛି। ମୂଳ ଚିତ୍ର ରେ ଗୌତମ ସ୍ନାତକୋତ୍ତର ସମାରୋହ ପାଇଁ ISH (ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଅଫ୍ ହାଇଦ୍ରାବାଦ) ଲୋଗୋ ଥିବା ହଳଦିଆ କପଡା ପିନ୍ଧିଛନ୍ତି ।

ଭାଇରାଲ୍ ପୋଷ୍ଟର କମେଣ୍ଟ ରେ ଏକ ଫଟୋ ସେୟାର କରିଥିବାର ଦେଖିବାକୁ ପାଇଥିଲୁ । ଏହି ଫଟୋରେ ମହେଶ ବାବୁଙ୍କ ପତ୍ନୀ ନମ୍ରତା ଶିରୋଦକର, ପୁଅ ଗୌତମ ଏବଂ ଝିଅ ସୀତାରା ଏକାଠି ଠିଆ ହୋଇଛନ୍ତି । ଉକ୍ତ ଫଟୋରେ ମଧ୍ୟ ଗୌତମ ସେହି ହଳଦିଆ କପଡ଼ା ପିନ୍ଧିଛନ୍ତି । କିନ୍ତୁ ସେଥିରେ ଟିଡିପି ପତାକାର ସଙ୍କେତ ନଥିବାର ଦେଖିବାକୁ ପାଇଥିଲୁ। ନୀରିକ୍ଷଣ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଭାଇରାଲ୍ ପ୍ରତିଛବି ଏବଂ ମୂଳ ଫଟୋଗ୍ରାଫରେ ଥିବା ଲୋଗୋ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

ପରିବାର ସହ ଉଠାଇଥିବା ଫଟୋରେ ଗୌତମ ଙ୍କ ହଳଦିଆ କପଡ଼ାରେ  "ISH 2024" ପ୍ରିଣ୍ଟ ହୋଇଥିବା ଦେଖିବାକୁ ପାଇଥିଲୁ ।

ରିଭର୍ସ ଇମେଜ ଅନୁସନ୍ଧାନ ଅନୁଯାୟୀ ମହେଶ ବାବୁ ଫଟୋଗ୍ରାଫକୁ ତାଙ୍କ ସୋସିଆଲ ମିଡିଆରେ ଏକ କ୍ୟାପସନ ଲେଖି ସେୟାର କରିଛନ୍ତି: “ଉକ୍ତ ପୋଷ୍ଟ ରେ ତାଙ୍କ ପୁଅର ଉଜ୍ଵଳ ଭବିଷ୍ୟତ ପ୍ରାର୍ଥନା କରିବା ସହ ଏଭଳିପୁଅ ପାଇ ସିଏ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି" ।

ଉକ୍ତ ପୋଷ୍ଟ ରେ ଗୌତମ ଙ୍କ ଏକ ଭିଡିଓ ମଧ୍ୟ ମହେଶ ସେୟାର କରିଛନ୍ତି ଉକ୍ତ ଭିଡିଓ ରେ ଗୌତମ ସେହି ହଳଦିଆ କପଡା ପିନ୍ଧିଛନ୍ତି ଯେଉଁଥିରେ ISH ଲେଖା ହୋଇଛି ।

ଯେତେବଳେ ଆମେ ISH ଅନୁସନ୍ଧାନ କରିଥିଲୁ, ଏହା ହାଇଦ୍ରାବାଦ ସ୍ଥିତ ଏକ ଶିକ୍ଷାନୁଷ୍ଠାନ ବୋଲି ଜାଣିବାକୁ ପାଇଥିଲୁ, ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ବିଭିନ୍ନ ଗଣମାଧ୍ୟମରେ ଏ ନେଇ ପୂର୍ବରୁ ଖବର ପ୍ରସାରିତ ହୋଇଛି I

୨୭ ମଇ ୨୦୨୪ ରେ ହିନ୍ଦୁସ୍ଥାନ ଟାଇମ୍ସ ଏକ ଶୀର୍ଷକ ସହ ଏହି ଖବର ପ୍ରସାରିତ କରିଥିଲା “ମହେଶ ବାବୁ, ନମ୍ରତା ଶିରୋଦକର ପୁଅ ଗୌତମଙ୍କ ସ୍ନାତକୋତ୍ତର ସମାରୋହରେ ଯୋଗ ଦେଇଛନ୍ତି "

ନ୍ୟୁଜ ୧୮ ରେ ପ୍ରସାରିତ ଖବର ଅନୁଯାୟୀ “ମହେଶ ବାବୁ ପୁଅ ଗୌତମଙ୍କ ସ୍ନାତକୋତ୍ତର ସମାରୋହରେ ଯୋଗ ଦେଇଛନ୍ତି"

ଆମ ଅନୁସନ୍ଧାନ ଏବଂ ବିଭିନ୍ନ ଗଣମାଧ୍ୟମ ରେ ପ୍ରସାରିତ ଖବର କୁ ଆଧାର କରି ଜାଣିବାକୁ ପାଇଥିଲୁ । ଫଟୋଟିକୁ ଏଡିଟ୍ କରି ଭାଇରାଲ କରାଯାଇଛି,  ସ୍ନାତକ ସମାରୋହରେ ଯୋଗଦେବା ପାଇଁ ମହେଶ ବାବୁଙ୍କ ପୁଅ ଗୌତମ ସେହି ହଳଦିଆ କପଡା ପିନ୍ଧିଥିଲେ ଯେଉଁଥିରେ ISH ଲୋଗୋ ରହିଥିଲା ।

 

Claim :  ମହେଶ ବାବୁଙ୍କ ପୁଅ ଗୌତମ ପିନ୍ଧିଛନ୍ତି ଟିଡିପି ପତାକାର ସଙ୍କେତ ଥିବା କପଡା
Claimed By :  Social Media Users
Fact Check :  False
Tags:    

Similar News