Fact Check: ଆନ୍ଦୋଳନର ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ

ମଣିପୁରରେ ଥମୁନି ହିଂସା, ଏପଟେ ଏଆଇ ଦ୍ୱାରା ନିର୍ମିତ ହୋଇ ଭିଡିଓ ହେଉଚି ଭାଇରାଲ

Update: 2024-09-13 11:11 GMT

Manipur

ଥମୁନି ମଣିପୁର ହିଂସା । ରାଜ୍ଯରେ ପୁଣିଥରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ହିଂସାକୁ ଦୃଷ୍ଟିରେ ରଖି ୩ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି । ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ ଏବଂ ଥୌବାଲରେ କର୍ଫ୍ୟୁ ବଳବତ୍ତର ରହିଛି। ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ, ଥୌବାଲ, ବିଷ୍ଣୁପୁର ଏବଂ କାକଚିରେ ଇଣ୍ଟରନେଟ୍ ସେବା କିଛିଦିନ ଯାଏଁ ବନ୍ଦ ରଖାଯାଇଛି । ବିଭିନ୍ନ ସ୍ଥାନରେ ୨ ହଜାର ସିଆରପିଏଫ ସୁରକ୍ଷା ବଳ ନିୟୋଜିତ ହୋଇଥିବାବେଳେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଅଧିକ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି ।

ସେହିପରି କେଇସାମପଟ ଅଞ୍ଚଳରେ ଶତାଧିକ ଆନ୍ଦୋଳନକାରୀ ଏକାଠି ହୋଇଥିଲେ । ହାତରେ ମସାଳ ଧରି ଶତାଧିକ ଆନ୍ଦୋଳନକାରୀ ରାସ୍ତାକୁ ଓଲ୍ହାଇଥିଲେ,  ଯାହାର ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ସହ କିଛି ପ୍ରମୁଖ ସାମ୍ବାଦିକ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖାଯାଇଚି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଲକ୍ଷାଧିକ ଲୋକ ଏକାଠି ହୋଇଥିବା ବେଳେ କିଛି ବ୍ୟାନର ଦୃଶ୍ୟମାନ ହେଉଛି । ବ୍ୟାନରରେ ଲେଖା ହୋଇଛି, "Manipur Want Peace" ସେହିପରି ଆଉ ଏକ ବ୍ୟାନରରେ ଲେଖାହୋଇଛି "Rally for Peace".

ସୋସିଆଲ ମିଡ଼ିଆରେ ୟୁଜର୍ସ "ମଣିପୁର ସ୍ଥିତି ଅଣାୟତ୍ତ" ଲେଖି ଉକ୍ତ ଭିଡିଓ ଟିକୁ ସେୟାର କରିଥିଵାର ଦେଖାଯାଇଛି ।

ସେହିଭଳି ସମାନ ଭିଡିଓ କୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛି Bangladesh 2.0 ନାମକ ଏକ ୟୁଟ୍ୟୁବ ଚ୍ୟାନେଲ । ଯାହାର ଶୀର୍ଷକ ରହିଛି " মণিপুর ভারতীয় দখলদারিত্বের বিরুদ্ধে প্রতিবাদ করছে আজকে।। লক্ষ লক্ষ মনিপুর বাসি আজ' ।

ଓଡ଼ିଆରେ ଅନୁବାଦ କରିବାରୁ "ମଣିପୁର ଆଜି ଭାରତୀୟ ଦଖଲକୁ ବିରୋଧ କରୁଛି, ଏକାଠି ହୋଇଛନ୍ତି ଲକ୍ଷଲକ୍ଷ ମଣିପୁର ବାସିନ୍ଦା" ବୋଲି ଜଣାଯାଏ ।

Full View
Full View

ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ 

ଭିଡିଓଟିକୁ ଯଦି ଆପଣଙ୍କ ସଠିକ ଭାବେ ଅନୁଧ୍ୟାନ କରିବେ ଏହା ଏକ ଡ୍ରୋନ୍ ଭିଡିଓ ପରି ଦୃଶ୍ୟମାନ ହେଉଛି । ଯେଉଁଥିରେ ଲକ୍ଷଲକ୍ଷ ଲୋକଙ୍କ ସମାଗମ ଦେଖାଯାଇଛି । ସମସ୍ତେ କିଛି ସ୍ଲୋଗାନ ଦେଉଥିବାର ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି । ହେଲେ ଆଶ୍ଚର୍ଯ୍ୟର ବିଷୟ କୌଣସି ଏକ ବ୍ୟକ୍ତି ଚଳପ୍ରଚଳ କରୁଥିବାର ଦେଖାଯାଇନାହିଁ । ଲକ୍ଷାଧିକ ଆନ୍ଦୋଳନକାରୀଙ୍କ ହାତରେ ଶତାଧିକ ପତାକା ମଧ୍ୟ ରହିଛି ହେଲେ କୌଣସି ଏକ ପତାକା ମଧ୍ୟ ଉଡୁଥିବାର କିମ୍ବା ହଲୁଥିବାର ଦେଖାଯାଇ ନାହିଁ । ଏତେ ସଂଖ୍ୟକ ଲୋକ ଏକାଠି ହେବେ ଏବଂ ବିନା ଚଳପ୍ରଚଳରେ ଏଭଳି ଠିଆ ହୋଇଥିବେ, ତାହା ଅସମ୍ଭବ ପ୍ରାୟ ।

ଅଧିକ ଅନୁସନ୍ଧାନ କରିବାକୁ ଯାଇ, ଉକ୍ତ ଭାଇରାଲ ଭିଡିଓରୁ କିଛି ଫଟୋ ନେଇଥିଲୁ । is it ai ଟୁଲ୍ ରେ ଉକ୍ତ ଫଟୋକୁ ପରୀକ୍ଷା କରିବାରୁ, ଉକ୍ତ ଫଟୋଟି ୮୦% ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏପରିକି ଏହା ମିଡଜର୍ଣ୍ଣି କିମ୍ବା ଏସଡବ୍ଲୁଏଫ ଦ୍ୱାରା ନିର୍ମିତ ହୋଇଥାଇପାରେ ବୋଲି ରିପୋର୍ଟ ରେ ପ୍ରକାଶ ପାଇଥିବାର ଦେଖାଯାଇଛି ।

ଉକ୍ତ ଫଟୋକୁ hivemoderation ଟୁଲ୍ ରେ ପରୀକ୍ଷା କରିବାରୁ ତାହା ୯୯.୮ % ଏଆଇ ଦ୍ୱାରା ନିର୍ମିତ କିମ୍ବା ଡିପଫେକ୍ ହୋଇଥାଇ ପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ୦.୯୯% ଏଆଇ ଦ୍ୱାରା ନିର୍ମିତ ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି ।

ଅନ୍ୟପଟେ ଭିଡିଓରେ ଥିବା ଅଡିଓକୁ ତର୍ଜମା କରିବାକୁ ଯାଇ ରିଜେମ୍ବଲ ଏଆଇ ଟୁଲ୍ ଦ୍ୱାରା ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରେ ଅଡିଓଟି ରିୟଲ ବୋଲି ରିପୋର୍ଟ ପ୍ରକାଶ ପାଇଥିବା ବେଳେ, ଉକ୍ତ ଭିଡିଓ ଟି ପାଇଁ ଅଡିଓଟିକୁ ବ୍ୟବହାର କରା ଯାଇଥାଇପାରେ ବୋଲି ମଧ୍ୟ ରିଜେମ୍ବଲ ଏଆଇ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ନିଶ୍ଚିତରୂପେ ମଣିପୁରରେ ଆନ୍ଦୋଳନ ହୋଇଛି ହେଲେ, ଉକ୍ତ ଭାଇରଲ ହେଉଥିବା ଭିଡିଓ ସହ ଆନ୍ଦୋଳନର କୌଣସି ସାମଞ୍ଜସ୍ୟ ନାହିଁ  I

ତେଣୁ ଦାବିରେ କୌଣସି ସତ୍ୟତା ନାହିଁ  I ଉକ୍ତ ଭାଇରାଲ ଭିଡିଓଟି ନୁହେଁ ମଣିପୁର ଆନ୍ଦୋଳନର ଦୃଶ୍ୟ, ଉକ୍ତ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।

Claim :  ଆନ୍ଦୋଳରେ ନିଜକୁ ସାମିଲ କଲେ ଲକ୍ଷାଧିକ ଆନ୍ଦୋଳନକାରୀ
Claimed By :  Social Media Users
Fact Check :  False
Tags:    

Similar News