Fact Check: ଭାଇରାଲ ଭିଡିଓଟି ମଣିପୁରର ନୁହେଁ, ମିଆଁମାରର

ଭାଇରାଲ ଭିଡିଓଟି ହେଉଛି ମିଆଁମାରର, ମଣିପୁରର ନୁହେଁ

Update: 2024-09-13 11:17 GMT

 Indian Chopper Shot Down in Manipur


ପୁଣି ଅଶାନ୍ତ ମଣିପୁର, ୫ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ । ସେପ୍ଟେମ୍ବର ୧୫ ଯାଏ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଗତବର୍ଷ ମେ’ ୩ରୁ ଆରମ୍ଭ ହୋଇଥିବା ମଣିପୁର ହିଂସା ଥମିବାର ନାଁ ଧରୁନାହିଁ । ଏବେ ବି ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ହିଂସା ଦେଖିବାକୁ ମିଳୁଛି । ମଣିପୁରରେ ହିଂସା ସମେତ ଛାତ୍ର ଆନ୍ଦୋଳନ ମଧ୍ୟ ତୀବ୍ର ରୂପ ଧାରଣ କରିଛି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, ସୋସିଆଲ୍ ମିଡିଆ ଏବଂ ମ୍ୟାସେଜିଂ ସେବା ଜରିଆରେ ଘୃଣା ସୃଷ୍ଟିକାରୀ ସନ୍ଦେଶ ଏବଂ ଫଟୋ ପ୍ରସାରଣ ରାଜ୍ୟରେ ଶାନ୍ତି ଏବଂ ସଦଭାବନା ପାଇଁ ବିପଦ ହୋଇପାରେ । ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏଥିସହ ସମସ୍ତ ସ୍କୁଲ ଏବଂ କଲେଜକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଇତିମଧ୍ୟରେ ଏକ ୪୩ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି କାନ୍ଧରେ ମିସାଇଲ ଧରି ଆକ୍ରମଣ କରୁଛନ୍ତି । ଭିଡିଓ ସେୟାର କରି ସୋସିଆଲ ମିଡିଆରେ ୟୁଜର୍ସ ଲେଖିଛନ୍ତି " ভারতে গৃহযুদ্ধ। মণিপুরে ভারতীয় হেলিকপ্টার গুলি করে ভূপাতিত করল কুকি যোদ্ধারা " ।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ "ଭାରତରେ ଗୃହଯୁଦ୍ଧ, ମଣିପୁରରେ ଭାରତୀୟ ହେଲିକପ୍ଟର ଉପରକୁ ଗୁଳି ଚଳାଇଥିଛନ୍ତି କୁକି ଯୋଦ୍ଧା " ।

ସେହିପରି ଆଉ କିଛି ୟୁଜର୍ସ " ମଣିପୁରରେ, କୁକି ଯୋଦ୍ଧା ଉଡାଇଲେ ଭାରତୀୟ ହେଲିକପ୍ଟର " ଲେଖି ଭିଡିଓ ସେୟାର କରିଛନ୍ତି । 



ସତ୍ୟାସତ୍ୟ :

ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ମଣିପୁରର ନୁହେଁ ମିଆଁମାରର ।

ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓ କୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ, ସୋସିଆଲ ମିଡ଼ିଆ ଏକ୍ସରେ ଜଣେ ୟୁଜର୍ସ ଉକ୍ତ ଭିଡିଓ ଟିକୁ ୬ ସେପ୍ଟେମ୍ବର ୨୦୨୪ରେ ଅପଲୋଡ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୪୨.୭ ହଜାର ଭିୟୁ ମିଳିଥିବା ବେଳେ, ୧୬୪ ରିଟ୍ଵିଟ, ୨୧ କୋଟ ମିଳିଛି ।

ଭିଡିଓ ସେୟାର କରିଥିବା ୟୁଜର୍ସ ଜଣେ ସାମ୍ବାଦିକ, ଜାହାଙ୍କ ନାମ ହେଉଛି 'ଥୋମାସ ଭ୍ୟାନ ଲିଙ୍ଗି' । ଯୁଦ୍ଧ ଜନିତ ଖବର ପ୍ରସାରଣ କରିବାରେ ଥୋମାସ ରୁଚି ରଖନ୍ତି ବୋଲି ନିଜ ପ୍ରୋଫାଇଲରେ ଲେଖିଛନ୍ତି ଥୋମାସ ।

ନିଜ ସୋସିଆଲ ମିଡିଆରେ ଭିଡିଓ ଟିକୁ ସେୟାର କରି ସିଏ ଲେଖିଛନ୍ତି, "#Myanmar: incredible recent footage of a #KIA resistance fighter shooting down a junta helicopter with a Chinese-made MANPADS as it was flying over the town of Waingmaw in Kachin state".

ଯାହାର ଓଡ଼ିଆ ଅନୁବାଦ ହେଉଛି "ଏହା ହେଉଛି ବର୍ତ୍ତମାନର ଅବିଶ୍ୱାସନୀୟ ଭିଡିଓ, ଯେଉଁଥିରେ କାଚିନ ରାଜ୍ୟର ୱାଇଙ୍ଗମାଓ ସହର ଉପରେ ଉଡୁଥିବା ହେଲିକ୍ୟାପ୍ଟରକୁ କିଆ ଯୋଦ୍ଧା ଏକ ମ୍ୟାନପ୍ୟାଡ଼ ଉପରୁ ଆକ୍ରମଣ କରିଛନ୍ତି, ଯାହାକି ଚାଇନା ଦ୍ୱାରା ନିର୍ମତ ମ୍ୟାନପ୍ୟାଡ଼" ।

ସେହିପରି, କ୍ଲାସ ରିପୋର୍ଟ ନାମକ ଏକ ଡିଜିଟାଲ ଗଣମାଧ୍ୟମ ୬ ସେପ୍ଟେମ୍ବର ୨୦୨୪ ରେ ଉକ୍ତ ଭିଡିଓ କୁ ସେୟାର କରି ଉଲ୍ଲେଖ କରିଛି, " Heli down: Footage shows Kachin Independence Army (KIA) shooting down Myanmar's military junta helicopter with MANPADS. Likely an earlier event, but footage was released today" .

ଯାହାର ଓଡ଼ିଆ ଅନୁବାଦ ହେଉଛି " ଭିଡିଓରେ ଦେଖା ଦେଇଥିବା ହେଲିକ୍ୟାପ୍ଟରକୁ କିଆ ଆର୍ମୀ ଦ୍ୱାରା ଖସାଇ ଦିଆଯାଇଛି" ।


ବାବାକ ତଗାଭୀ ନାମକ ଏକ ଗଣମାଧ୍ୟମ ମଧ୍ୟ ସମାନ ଲେଖା ସହ ଉକ୍ତ ଭିଡିଓ କୁ ସେୟାର କରିଛି । 


ମଣିପୁର ପୋଲିସ୍ ମଧ୍ୟ ଉକ୍ତ ଭିଡିଓ ଟିକୁ ସେୟାର କରି ଲେଖିଛି, ଉକ୍ତ ଭିଡିଓ ଟି ହେଉଛି ମିଆଁମାରର । 


ଆଉକିଛି ଗଣମାଧ୍ୟମ ମଧ୍ୟ ଉକ୍ତ ଖବରକୁ ପ୍ରକାଶ କରିବାକୁ ଯାଇ ଏହି ଭିଡିଓଟିକୁ ସେୟାର କରିଛନ୍ତି ।



ଉପୋରକ୍ତ ଅନୁସନ୍ଧାନ ଏବଂ ବିଭିନ୍ନ ଖବର ପ୍ରସାରଣରୁ ଜଣାଯାଏ ଯେ, ଦାବିରେ ନାହିଁ କୌଣସି ସତ୍ୟତା I ଭାଇରାଲ ଭିଡିଓଟି ହେଉଛି ମିଆଁମାରର, ଯେଉଁଥିରେ ଏକ MI-24 ହେଲିକପ୍ଟରକୁ ଆକ୍ରମଣ କରି ଉଡାଇ ଦିଆଯାଇଛି । 


Claim :  ଭିଡିଓଟି ମଣିପୁରର ନୁହେଁ, ମିଆଁମାରର
Claimed By :  Social Media Users
Fact Check :  False
Tags:    

Similar News