Fact Check : ଜଳମଗ୍ନ ହୋଇ ନମାଜପାଠ ଫଟୋଟି ନୁହେଁ ୨୦୨୪ ବାଙ୍ଗଲାଦେଶ ବନ୍ୟା ସମୟର

Update: 2024-08-28 04:19 GMT

Bangladesh

 

ବାଙ୍ଗଲାଦେଶ ବନ୍ୟା ବିତ୍ପାତ, ପ୍ରବଳ ବର୍ଷା ଯୋଗୁଁ ଗତ ସପ୍ତାହରୁ ଧୀରେ ଧୀରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଥିଲା । ଯାହା ଏବେ ଅତି ସଙ୍ଗୀନ ହୋଇଛି । ସପ୍ତାହକ ମଧ୍ୟରେ ବର୍ଷାଜନିତ କାରଣରୁ ୪୨ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ଘରଦ୍ବାର ଭାଙ୍ଗି ଯାଇଛି । ଶହ ଶହ ଗାଁଗଣ୍ଡା ଜଳମଗ୍ନ ହୋଇଛି । ଅଧିକାଂଶ ସ୍ଥାନରେ ଘରଦ୍ବାର ବୁଡ଼ି ଯାଇଛି । ଜାତୀୟ ରାଜପଥ ଏବଂ ରେଳ ଲାଇନ୍ ସବୁକିଛି ବୁଡ଼ି ଯାଇଛି । ଛାତ ଉପରେ ପାଣି ଚାଲୁଛି । ୩ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି । ସାଢ଼େ ୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ଇତି ମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ କିଛି ମୁସଲମାନ ଧର୍ମର ବ୍ୟକ୍ତି ମାନେ ଜଳମଗ୍ନ ହୋଇ ନମାଜ ପାଠ କରୁଥିଵାର ଦେଖାଯାଇଛି । ଫଟୋ ସେୟାର କରୁଥିବା ୟୁଜର୍ସ ଉଲ୍ଲେଖ କରିଛନ୍ତି ବାଙ୍ଗଲାଦେଶ ବନ୍ୟା ସମୟରେ ମଧ୍ୟ ନମାଜ ପାଠ କରାଯାଇଛି । ଉକ୍ତ ଫଟୋଟିକୁ #BangladeshFlood ଲେଖି ପୋଷ୍ଟ ମଧ୍ୟ କରାଯାଇଛି। କିଛି ୟୁଜର୍ସ ଏହାକୁ ସମୁଦାୟ ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତ କୁହାଯାଏ ବୋଲି ମଧ୍ୟ ଇଂରାଜୀରେ ଉଲ୍ଲେଖ କରିଛନ୍ତି ।



Full View

https://www.instagram.com/p/C_BEsKIK72m/?igsh=MTNuN3I0ZDhrajE2Yw== 


 

ସତ୍ୟାସତ୍ୟ : ଭାଇରାଲ ହେଉଥିବା ଫଟୋଟି ୨୦୨୧ରେ ଉତ୍ତୋଳନ କରାଯାଇଛି ।

ଗୁଗୁଲରେ ରିଭର୍ସ ଇମେଜ ସର୍ଚ୍ଚ କରିବାକୁଯାଇ ଫେସବୁକ ରେ ଉକ୍ତ ଫଟୋଟିକୁ ୨୦.ଜୁନ୍. ୨୦୨୩ରେ Kabay Ki Ronaq ନାମକ ଏକ ପେଜ୍ ରେ ଅପଲୋଡ ହୋଇଛି । ଉକ୍ତ ଫଟୋଟି ପୋଷ୍ଟ କରି ଆଡ଼ମିନ Today,s Best photo ଲେଖି ସେୟାର କରିଛନ୍ତି । ଏଥିରୁ ଜଣାଯାଏଯେ ଉକ୍ତ ଫଟୋଟି ବାଙ୍ଗଲାଦେଶ ବନ୍ୟା ସମୟର ଢେର ବର୍ଷ ପୂର୍ବରୁ ଉପଲବ୍ଧ ରହିଛି ।

୨୦୨୨ ମସିହା ବିଶ୍ୱ ଜଳ ଦିବସ ଫଟୋ ପ୍ରତିଯୋଗିତାରେ ଅବସରରେ ଆୟୋଜିତ ଫଟୋ ପ୍ରଦର୍ଶନୀ ରେ ଉକ୍ତ ଫଟୋଟିକୁ ବେଷ୍ଟ ଫଟୋ ଭାବେ ବିବେଚିତ କରାଯାଇଥିବାର ଦେଖାଯାଇଛି ।  



ଅନ୍ୟପଟେ ଫଟୋଗ୍ରାଫର ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫଟୋଟିକୁ ସେୟାର କରି ଉଲ୍ଲେଖ କରିଛନ୍ତି,  " ୨୦୨୨ ମସିହା ଜଳ ଦିବସ ଉପଲକ୍ଷେ ଆୟୋଜିତ ଫଟୋ ପ୍ରଦର୍ଶନୀ ରେ, ମୋ ଫଟୋଟି ସ୍ଥାନ ପାଇଥିବାର ଦେଖି ଗର୍ବିତ ଅନୁଭବ କରୁଛି " । 

 

ଅଧିକ ଅନୁସନ୍ଧାନ କରିବାକୁ ଯାଇ ଭାଇରାଲ ଫଟୋଟି photoawards.com ରେ ଅପଲୋଡ଼ ରହିଛି । ଯେଉଁଥିରେ ଉଲ୍ଲେଖ ରହିଛି, ଉକ୍ତ ଫଟୋଟି ସାରୱାର ହୁସେନ ନାମକ ଜଣେ ଫଟୋଗ୍ରାଫର ଉତ୍ତୋଳନ କରିଛନ୍ତି । ଉତ୍ତୋଳନ ର ଦିବସ ୮. ଅକ୍ଟୋବର ୨୦୨୧ ଦର୍ଶାଯାଇଥିବା ବେଳେ ଫଟୋର କିଛି ବୈଷୟିକ ବିବରଣୀ ମଧ୍ୟ ଦିଆଯାଇଛି ।

ସମ୍ପୂର୍ଣ୍ଣ ବିବରଣୀ ଦେଇ ଉଲ୍ଲେଖ କରାଯାଇଛି ଯେ,  " ଏହି ଚିତ୍ର ବାଂଲାଦେଶର ସାଥଖିରାରେ ନିଆଯାଇଛି ଯାହା ସମୁଦ୍ର ତଳି ଅଞ୍ଚଳ, ଯାହାକି ସର୍ଵବୃହତ ହେନ୍ତାଳଵନ ସୁନ୍ଦରଵନର ଅତି ନିକଟବର୍ତ୍ତୀ ଅଞ୍ଚଳ । ଏଠାକାର ଲୋକେ ବିଶ୍ୱାସ କରନ୍ତି ଏଭଳି ଜଳମଗ୍ନ ହୋଇ ନମାଜ ପାଠ କଲେ ଆଲ୍ହା ତାଙ୍କୁ ବିପଦରୁ ରକ୍ଷା ପ୍ରଦାନ କରିବେ । ହେଲେ କୌଣସି ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ହେତୁ ଉକ୍ତ ମସଜିଦ ଟିକୁ ବାସିନ୍ଦା ହରାଇବସିଥିଲେ ।


ତେଣୁ ଉପରୋକ୍ତ ଅନୁସନ୍ଧାନରୁ ଜଣାଯାଏଯେ, ଭାଇରାଲ ଫଟୋଟି ୨୦୨୧ ମସିହାରେ ବାଙ୍ଗଲାଦେଶରେ ଉତ୍ତୋଳନ କରାଯାଇଛି । ହେଲେ ବିଗତ ଦିନରେ ବାଙ୍ଗଲାଦେଶରେ ଘଟିଥିବା ବନ୍ୟା ସହ କୌଣସି ସାମଞ୍ଜସ୍ୟ ନାହିଁ । 


Claim :  ବିଗତଦିନରେ ଘଟିଥିବା ବନ୍ୟା ଭିତରେ ମଧ୍ୟ ବାଙ୍ଗଲାଦେଶରେ ଚାଲିଛି ନମାଜ ପାଠ
Claimed By :  Social Media Users
Fact Check :  Misleading
Tags:    

Similar News