ନାସିକରେ ପୂଜା ପାଉଥିବା ତ୍ରିୟମ୍ବକେଶ୍ୱର ମହାଦେବଙ୍କ ଉପରେ ଜମା ହୋଇନଥିଲା ବରଫ

Update: 2024-07-16 16:40 GMT


ଆରମ୍ଭ ହୋଇଛି ଅମରନାଥ ଯାତ୍ରା, ମାସମାସ ଧରି ଶିବଭକ୍ତ ଏହି ଯାତ୍ରାକୁ ଅପେକ୍ଷା କରିଥାନ୍ତି I ବାବା ଅମରନାଥଙ୍କ ଦୁର୍ଲଭ ଦର୍ଶନ କରି କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି I ଯାତ୍ରା ପାଇଁ ବିଭିର୍ନ ରାଜ୍ୟରୁ ଶିବ ଭକ୍ତଙ୍କ ସୁଅ ଛୁଟିଥାଏ I ଚଳିତ ବର୍ଷର ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି I ସୁରକ୍ଷା ଦୃଷ୍ଟିରୁ ମଧ୍ୟ ତତ୍ପରତା ଦେଖାଇଛି ପୋଲିସ ପ୍ରଶାସନ I

ସୋସିଆଲ ମିଡିଆରେ ମଧ୍ୟ ବାବାଙ୍କ ଫଟୋ ସେୟାର ହେଉଥିବାରୁ ଅତି ଦୁର୍ଲଭ ଦର୍ଶନ ଘରେ ବସି ଭକ୍ତମାନେ ଦେଖିପାରୁଛନ୍ତି I ଇତି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଭିଡିଓରେ କିଛି ପୂଜକ ଏକ ବରଫାବୃତ୍ତ ଶିବଲିଙ୍ଗକୁ ପୂଜା କରୁଥିବାର ଦେଖା ଦେଇଛି I ଦାବି ଅନୁଯାଇ ଭିଡିଓ ଟି ନାସିକରେ ପୂଜା ପାଉଥିବା ତ୍ରିୟମ୍ବକେଶ୍ୱର ମହାଦେବଙ୍କର, ବାବାଙ୍କ ଉପରେ ବରଫ ଦେଖା ଦେଇଥିବା ବେଳେ ବାବା ଅମରନାଥ ଭକ୍ତଙ୍କୁ ଦର୍ଶନ ଦେବାକୁ ଏଭଳି ରୂପ ନେଇଛନ୍ତି ବୋଲି ଦାବି ହୋଇଛି I




ସତ୍ୟାସତ୍ୟ : ଦାବିରେ କୌଣସି ସତ୍ୟତା ନଥିବା ବେଳେ ଭିଡିଓଟି ଫେକ ବୋଲି ଜାଣିବାକୁ ପାଇଥିଲୁ I

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ଅନୁଯାଇ ଏଭଳି ଏକ ଭିଡିଓ ବହୁ ପୂର୍ବରୁ ଅନ୍ୟୁନ୍ୟ ୨୦୧୧ ମସିହାରୁ ଇଣ୍ଟରନେଟ ରେ ଉପଲବ୍ଧ ରହିଛି , ଜଣେ ଏକ୍ସ ୟୁଜର୍ସ ଏହି ଭିଡିଓ ଟି ସେୟାର କରିଥିବାର ଦେଖାଦେଇଛି I


ଯେତେବେଳେ ଆମେ ନାସିକରେ ପୂଜା ପାଉଥିବା ତ୍ରିୟମ୍ବକେଶ୍ୱର ବୋଲି ଗୁଗୁଲ ରେ ସର୍ଚ୍ଚ କରିଥିଲୁ, ୧୦ଫେବୃଆରୀ ୨୦୨୩ରେ ନ୍ୟୁଜ୍-18 ଇଣ୍ଡିଆର ଏକ ଖବର ପ୍ରସାରଣ କରିଥିବାର ଦେଖିବାକୁ ପାଇଥିଲୁ I

ଖବର ପ୍ରସାରଣରେ ନ୍ୟୁଜ୍-୧୮ ଏହା ଉଲ୍ଲେଖ କରିଛି ଯେ ,ଏହା ଏକ ସମ୍ପୂର୍ଣ୍ଣ ପ୍ରାୟୋଜିତ ଘଟଣା , ଏଭଳି କୌଣସି ବରଫ ମହାଦେବଙ୍କ ଉପରେ ଜମା ହୋଇ ନାହିଁ I କିଛି ପୂଜାରୀ ଅଧିକ ଭକ୍ତ ଆସିବେ ବୋଲି ଏଭଳି ଏକ ଘଟଣା ରଚନା କରି ସୋସିଆଲ ମିଡିଆରେ ରେ ଭିଡିଓ ଭାଇରାଲ କରିଛନ୍ତି I

ନ୍ୟୁଜ୍ ୧୮ ଏହା ମଧ୍ୟ ଉଲ୍ଲେଖ କରାଯାଇଛି , “ଗତ ବର୍ଷ ଜୁନ୍ ମାସରେ ଶିବଲିଙ୍ଗ ଉପରେ ବରଫ ବରଫ ହୋଇଯାଇଥିଲା । ଏ ସମ୍ପର୍କରେ ବିଭିନ୍ନ ଦାବି କରାଯାଉଥିଲା, ଏହାକୁ ସୋସିଆଲ ମିଡିଆରେ ଏକ ଚମତ୍କାର ରୂପେ ପ୍ରଶଂସା କରାଯାଇଥିଲା | ବର୍ତ୍ତମାନ ଜ୍ୟୋତିର୍ଲିଙ୍ଗର ଶିବଲିଙ୍ଗ ଉପରେ ଫ୍ରିଜ୍ ହୋଇଥିବା ବରଫ ସମ୍ପର୍କରେ ଅନୁସନ୍ଧାନରେ ଏକ ବଡ଼ ଖୁଲାସା କରାଯାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଏକ ଜାଲ୍ ଦାବି । ଏହି ମାମଲାରେ ନିଜେ ମନ୍ଦିରର ତିନିଜଣ ପୁରୋହିତଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ”


Full View


୧୧ଫେବୃଆରୀ ୨୦୧୩ ରେ ଟାଇମ୍ସ ଅଫ୍ ଇଣ୍ଡିଆ ଏହା ଉପରେ ଏକ ଆର୍ଟିକିଲ୍ ପ୍ରକାଶ କରିଥିଲା, ଆର୍ଟିକିଲରେ ଉଲ୍ଲେଖ ରହିଛି ,“ଗତ ବର୍ଷ ଜୁନ୍ ମାସରେ ତ୍ରିୟମ୍ବକେଶ୍ୱର ମନ୍ଦିରରେ“ ଲିଙ୍ଗ ”ଆକାରରେ ବରଫ ଦେଖାଯିବା ଘଟଣାରେ ପୋଲିସ ତିନିଜଣ ପୁରୋହିତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା । 

୯ ଫେବୃଆରୀ ୨୦୧୩ ରେ ଇଟିଭି ରିପୋର୍ଟ ଅନୁଯାୟୀ “ତ୍ରିୟମ୍ବକେଶ୍ ପୋଲିସ ର ପୋଲିସ୍ ଷ୍ଟେସନରେ ତିନିଜଣ ପୁରୋହିତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଅନୁସନ୍ଧାନରୁ ଜଣାପଡିଛି ଯେ ତିନି ପୁରୋହିତ ବ୍ୟାଗରେ ବରଫ ନେଇଥିବାର ସିସିଟିଭି ରୁ ଜଣାପଡିଛି I


ତେଣୁ, ଭିଡିଓଟି ପୁରୁଣା ଏବଂ ନକଲି ଯାହା ଏକ ମିଥ୍ୟା ଦାବି ସହିତ ସେୟାର କରାଯାଇଥିଲା I ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତ୍ରିୟମ୍ବକେଶ୍ୱର ବାବାଙ୍କ ଉପରେ ଏଭଳି କୌଣସି ବରଫ ସୃଷ୍ଟି ହୁଏ ନାହିଁ; ଅଧିକ ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ କିଛି ପୁରୋହିତ ଏହାକୁ ତ୍ରିୟମ୍ବକେଶ୍ୱର ବାବାଙ୍କ ପିଣ୍ଡିରେ ରଖିଥିଲେ I


Claim :  ନାସିକରେ ପୂଜା ପାଉଥିବା ତ୍ରିୟମ୍ବକେଶ୍ୱର ମନ୍ଦିରର ଶିବଲିଙ୍ଗ ଉପରେ ବରଫ ଜମା ହୋଇଥିଲା
Claimed By :  Social Media Users
Fact Check :  False
Tags:    

Similar News