ରାଜ୍ୟରେ ବିଜେପି ସରକାର ଗଠନ ପରେ, ରଙ୍ଗ ବଦଳାଇ ନାହିଁ ଓମଫେଡ୍

ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଥିବା ସମୟରେ ରାଜ୍ୟରେ ବହୁ ପ୍ରଗତିଶୀଳ କାମ ହୋଇଥିବାର ଦେଖା ଦେଇଛି । ଶିକ୍ଷା ରୁ ଆରମ୍ଭ କରି , ୫ଟଙ୍କିଆ ଆହାର ଯୋଜନା ।;

twitter-grey
Update: 2024-07-25 11:03 GMT
OmFed, Odisha government, milk packet, saffron, BJP Odisha
  • whatsapp icon

ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଥିବା ସମୟରେ ରାଜ୍ୟରେ ବହୁ ପ୍ରଗତିଶୀଳ କାମ ହୋଇଥିବାର ଦେଖା ଦେଇଛି । ଶିକ୍ଷା ରୁ ଆରମ୍ଭ କରି , ୫ଟଙ୍କିଆ ଆହାର ଯୋଜନା । ସ୍ୱାସ୍ଥ୍ୟ କାର୍ଡ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ଦିଗରେ ସେସମୟର ସରକାର ପ୍ରାୟ ସବୁ ଦିଗରେ କିଛି ନା କିଛି ବିକାଶଶୀଳ କାର୍ଯ୍ୟ କରିଛନ୍ତି । ହେଲେ ପ୍ରତିଟି ସେବା ଏବଂ ସରକାରୀ କାର୍ଯ୍ୟ ରେ ବ୍ୟବହୃତ ସବୁଜ ରଙ୍ଗକୁ ବାରମ୍ବାର ବିରୋଧ କରିଆସିଥିଲା ସେସମୟର ବିରୋଧୀ ଦଳର ବିଜେପି । ସବୁଜ ବିଜେଡ଼ି ର ରଙ୍ଗ ହୋଇଥିବାରୁ ଏହାକୁ ପ୍ରତିଟି କ୍ଷେତ୍ରରେ ବ୍ୟବହାର କରିବାକୁ ସେସମୟରେ ବିରୋଧ କରିଥିଲେ ବିଜେପି ନେତା ।

ଢେଙ୍କାନାଳ ବସଷ୍ଟାଣ୍ଡ ରେ ଥିବା ପୁର୍ବ ସରକାର ଅମଳରେ ଚାଲୁଥିବା ଲକ୍ଷ୍ମୀ ବସ୍ ର ରଙ୍ଗ ଯାହାକି ସବୁଜ ଥିଲା ତାହା ନାରଙ୍ଗୀ ରଙ୍ଗ ହୋଇଥିବା ଖବର ଓଟିଭି ରେ ପ୍ରସାରିତ ହୋଇଥିଲା । ତେବେ ସରକାର ବଦଳିବା ସହ ଏହି ରଙ୍ଗ ପରିବର୍ତ୍ତନ ହୋଇଛି ବୋଲି ସାଧାରଣ ରେ ଚର୍ଚ୍ଚା । ଅନ୍ୟପଟେ ଲକ୍ଷ୍ମୀ ବସ୍ ର ନାମ ବଦଳାଇ ମୁଖ୍ୟମନ୍ତ୍ରୀ ବସ୍ କରାଯାଇଛି ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଘୋଷଣା କରିଛନ୍ତି । ଏଥିରେ ରଙ୍ଗ ପରିବର୍ତ୍ତନ କୁ ନେଇ କୌଣସି ସରକାରୀ କାଗଜରେ ଉଲ୍ଲେଖ ହୋଇନାହିଁ ବୋଲି ସୂଚନା ।

ଜାତୀୟ ସ୍ତରରେ ଅମୂଲ ଭଳି ଓଡ଼ିଶାରେ ଓମଫେଡ୍ ଏକ ଓଡ଼ିଆ ପରିବାରର ସଦସ୍ୟ ସଦୃଶ । ସକାଳ ଚାହା ଠାରୁ ଆରମ୍ଭ କରି ଘିଅ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଓମଫେଡ୍ ସାମଗ୍ରୀ ଏକ ନିଆରା ସ୍ଥାନ ନେଇଛି । ବିଶେଷ କରି ବିଜୟ କୁଲଙ୍ଗେ ଓମଫେଡ୍ ର ଏମ.ଡି. ଭାବେ ଦାୟିତ୍ବ ନେବା ପରଠାରୁ ଅନୁଷ୍ଠାନ ଆହୁରି ସକ୍ରିୟ ହୋଇ ଉଠିଛି । ବିଗତ ଦିନରେ ନିଜ ପ୍ୟାକେଡ ରେ ଭୋଟରଙ୍କୁ ସଚେତନ କରାଇବା ସହ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରି ରାଜ୍ୟ ସଂସ୍କୃତି ଏବଂ କଳାକୁ ଲୋକ ଲୋଚନକୁ ଆଣି ଜାତୀୟ ସ୍ଥରରେ ଓମଫେଡ୍ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ଇତିମଧ୍ୟରେ ଦୁଇଟି କ୍ଷୀର ପ୍ୟାକେଡ ର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପ୍ୟାକେଡ ଦୁଇଟି ନାରଙ୍ଗୀ ରଙ୍ଗର ହୋଇଥିବା ବେଳେ, ବିଜେପି ସରକାର ଆସୁ ଆସୁ ଓମଫେଡ୍ କ୍ଷୀର ପ୍ୟାକେଡ ରଙ୍ଗ ବଦଳାଇ ଦେଲେ ବୋଲି ଫଟୋ ସେୟାର କରିଥିବା ବ୍ୟକ୍ତି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ।

ସେହିପରି ଆଉଜଣେ ୟୁଜର୍ସ "ଓମଫେଡ୍ କ୍ଷୀରର ରଙ୍ଗ ମଧ୍ୟ ବଦଳାଇ ଦେଲେ ବୋଲି" ଲେଖି ସେୟାର କରିଛନ୍ତି 

ସତ୍ୟାସତ୍ୟ : ଓମଫେଡ୍ ରଙ୍ଗ ବଦଳାଇଥିବା ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜାଣିବାକୁ ମିଳିଛି । ଭାଇରାଲ ହେଉଥିବା ଫଟୋଟି ଓମଫେଡ୍ ଦ୍ୱାରା ଆରମ୍ଭ ହେବାକୁ ଥିବା ନୂତନ ସାମଗ୍ରୀ ର। ପୂର୍ବରୁ ବଜାରରେ ବିକ୍ରି ହେଉଥିବା କ୍ଷୀର ପ୍ୟାକେଡ ର କୌଣସି ରଙ୍ଗ ପରିବର୍ତ୍ତନ ହୋଇ ନାହିଁ ।

ନିକଟରେ ଓମଫେଡ୍ ନିଜ ସାମଗ୍ରୀର ପ୍ରମୋସନ କରିବାକୁ ଯାଇ ନିଜ ଏକ୍ସ ଆକାଉଣ୍ଟ ରେ ପୂର୍ବରୁ ବଜାରରେ ବିକ୍ରି ହେବାକୁଥିବା କ୍ଷୀର ପ୍ୟାକେଡ ର ଫଟୋ ସେୟାର କରିଥିବାର ଦେଖିବାକୁ ପାଇଥିଲୁ ।

ଓମଫେଡ୍ ଏନେଇ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିବା ଜଣାଯାଇଛି । ପୋଷ୍ଟ ରେ ଓମଫେଡ୍ ଉଲ୍ଲେଖ କରିଛି " ଏହା ଆଗକୁ ବଜାରରେ ଆସିବାକୁ ଥିବା ନୂଆଁ ସାମଗ୍ରୀ । ପୂର୍ବରୁ ବଜାରରେ ବିକ୍ରି ପାଇଁ ଥିବା କ୍ଷୀର ବର୍ତ୍ତମାନ ମଧ୍ୟ ମିଳୁଛି, ଯାହାର କୌଣସି ରଙ୍ଗ ପରିବର୍ତ୍ତନ ହୋଇନାହିଁ" ।

ସେହିପରି ଭାଇରାଲ ଫଟୋକୁ ଅନୁଧ୍ୟାନ କରିବାରୁ ଜଣାଯାଏ ଯେ ଏଥିରେ ଉଲ୍ଲେଖ ରହିଛି " ଏହା ବର୍ତ୍ତମାନ ବିକ୍ରି ପାଇଁ ଉପଲବ୍ଧ ନୁହେଁ" ।

ତେଣୁ ଏହା ପ୍ରମାଣିତ ହେଲା ଯେ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଫାଟୋଟି ଆଗକୁ ଆସୁଥିବା ଓମଫେଡ୍ ର ନୂତନ ସାମଗ୍ରୀ ର । ଓମଫେଡ୍ କୌଣସି ରଙ୍ଗ ବଦଳାଇ ନାହଁ, ପୂର୍ବରୁ ବିକ୍ରି ହେଉଥିବା କ୍ଷୀର ବର୍ତ୍ତମାନ ମଧ୍ୟ ସେହି ପ୍ୟାକେଡ ରଙ୍ଗରେ ଉପଲବ୍ଧ ଅଛି ।  

Claim :  ରାଜ୍ୟରେ ବିଜେପି ସରକାର ଗଠନ ପରଠାରୁ ନିଜ କ୍ଷୀର ପ୍ୟାକେଡ ର ରଙ୍ଗ ବଦଳାଇ ଦେଇଛି ଓମଫେଡ୍
Claimed By :  Social Media Users
Fact Check :  False
Tags:    

Similar News