Fact Check : ଗାନ୍ଧୀଙ୍କ ବେସରେ ବ୍ରିଟିସ୍ ମହିଳାଙ୍କ ସହ ନାଚୁଛନ୍ତି ଅଷ୍ଟ୍ରେଲିଆର ଜଣେ କଳାକାର

ବ୍ରିଟିସ୍ ମହିଳାଙ୍କ ସହ ନାଚୁଥିବା ବ୍ୟକ୍ତି ଜଣଙ୍କ ଗାନ୍ଧୀ ନୁହନ୍ତି ଅଷ୍ଟ୍ରେଲିଆର ଜଣେ କଳାକାର

Update: 2024-10-02 11:06 GMT

ଆଜି ୨ ଅକ୍ଟୋବର, ପବିତ୍ର ଗାନ୍ଧୀ ଜୟନ୍ତୀ । ଚଳିତ ବର୍ଷ ସାରା ଭାରତ ପାଳୁଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ । ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇଥିଲେ ।

ସେ ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ । ସେ ଧାରଣା ଏବଂ ସତ୍ୟର ମାର୍ଗରେ ସର୍ବଦା ଯିବାକୁ କୁଣ୍ଠାବୋଧ କରିନଥିଲେ । ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ୱରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ । ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ । ଏହିଦିନ ଭାରତର ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ଭାବରେ ପାଳନ କରାଯାଏ ।

ତେବେ ଏହି ଅହିଂସା ଆଚରଣ ବିରୋଧରେ କିଛି ଗୋଷ୍ଠୀ ବାରମ୍ବାର ସ୍ୱର ଉଠାଇ ଆସିଛନ୍ତି । ପୂର୍ବରୁ ସୋସିଆଲ ମିଡିଆରେ ଗାନ୍ଧୀଙ୍କ ଫଟୋକୁ ଏଡିଟ୍ କରି ଭାଇରାଲ କରାଯାଇଥିବାର ଦେଖା ଦେଇଛି ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭାଇରାଲ ଫଟୋରେ ଗାନ୍ଧୀଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି, ଜଣେ ବ୍ରିଟିଶ ମହିଳାଙ୍କ ସହ ନାଚୁଥିବାର ଦେଖାଯାଇଛି ।

ସୋସିଆଲ ମିଡିଆରେ ଉକ୍ତ ଫଟୋକୁ ସେୟାର କରି ଜଣେ ୟୁଜର୍ସ ଇଂରାଜୀରେ ଲେଖିଛନ୍ତି, 'Bapu or nehru azaadi ki ladai mein angrezo se loha lete hue'

ଯାହାର ଓଡ଼ିଆ ଅନୁବାଦ ହେଉଛି, ' ବାପୁ ଏବଂ ନେହେରୁ ସ୍ୱାଧୀନତାର ଲଢେଇ ପାଇଁ ଲୁହା ନେଉଥିବା ଅବସରରେ ' ।

ଆଉ ଜଣେ ୟୁଟ୍ୟୁବର ଉକ୍ତ ଫଟୋକୁ ଭିଡିଓ ଆକାର ଦେଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି ।

Full View

ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଗାନ୍ଧୀଙ୍କ ବେସରେ ବ୍ରିଟିସ୍ ମହିଳାଙ୍କ ସହ ନାଚୁଛନ୍ତି ଅଷ୍ଟ୍ରେଲିଆର ଜଣେ କଳାକାର ।

ପୂର୍ବରୁ ଗାନ୍ଧୀଙ୍କ ଗଠନ ଚାଲିଚଳଣି କୁ ନେଇ ବହୁ ଲେଖା ପ୍ରକାଶିତ ହୋଇଛି । ଉକ୍ତ ଲେଖାଗୁଡିକ ପଢି ଜଣାଯାଏ ଯେ, ଗାନ୍ଧୀ ଥିଲେ ଭାରି ଶାନ୍ତ ସ୍ୱଭାବର । ଲଜ୍ୟା ନିବାରଣ ପାଇଁ ଯେତିକି କପଡା ଆବଶ୍ୟକ ସେତିକିହିଁ ପରିଧାନ କରୁଥିଲେ । ବ୍ରିଟିଶ ସାମଗ୍ରୀ ବର୍ଜନ କରିବା ସହ 'ଖଟି ଖାଅ କାଟି ପିନ୍ଧ' ବୋଲି ଲୋକଙ୍କୁ ପରାମର୍ଶ ଦେଉଥିଲେ । ତେଣୁ ତାଙ୍କ ଶରୀରରେ ଗୋଟିଏ ଖଦି କପଡା ଏବଂ କଠଉ ଥିବାର ବିଭିନ୍ନ ଫଟୋରେ ଦେଖାଯାଇଛି । ଓଡ଼ିଶା ଗସ୍ତ ସମୟରେ ଅରଟରେ କିପରି ସୂତା କାଟାଯାଏ ତାହା ଓଡ଼ିଶା ବାସୀଙ୍କୁ ଶିଖାଇଥିଲେ । ଗାନ୍ଧୀଜୀ ସର୍ବଦା କହୁଥିଲେ ଜଣେ ଗରିବ ଲୋକ ପାଇଁ ଅରଟ ହିଁ ଏଭଳି ଏକ ଯନ୍ତ୍ର ଯାହା ଦ୍ଵାରା ଜଣେ ଲୋକ କର୍ମ ସଂଯୁକ୍ତ ହୋଇପାରିବ। ଗାନ୍ଧିଜୀଙ୍କ ମତରେ ଆମେ ଯଦି କାମନକରି ଖାଦ୍ୟ ଖାଉଛୁ ତେବେ ତାହା ଚୋରି ସହ ସମାନ।

ସେହିପରି ୧୯୪୮ ମସିହା ଜାନୁଆରୀ ୧୩ରେ ପାକିସ୍ତାନକୁ ଭରଣା ଦେବାକୁ ବିରୋଧ କରି ଅନଶନ କରିଥିଲେ ଗାନ୍ଧୀ। ଦୀର୍ଘ ପାଞ୍ଚ ଦିନ ଧରି ସେ ଅନଶନରେ ବସିଥିଲେ। ପାଖାପାଖି ୧୨୧ ଘଣ୍ଟା ୩୦ ମିନିଟର ଉପାସରେ ରହିଥିଲେ। ଏହାପରେ ଯାଇ ସେ ଅନଶନ ଭାଙ୍ଗିଥିଲେ। ତେଣୁ ଶାରୀରିକ ଗଠନ ଦୃଷ୍ଟିରୁ ଖୁବ ପତଳା ଥିଲେ ସିଏ ।

ଯେତେବେଳେ ଭାଇରାଲ ଫଟୋଟିକୁ ଗାନ୍ଧୀଙ୍କ ଫଟୋ ସହ ତୁଳନା କରିଥିଲୁ କିଛି ପରିବର୍ତ୍ତନ ହୋଇଥିବାର ଦେଖିବାକୁ ପାଇଥିଲୁ । ଭାଇରାଲ ଫଟୋରେ ଗାନ୍ଧୀଙ୍କୁ ଶରୀରରେ ମାଂସପେଷି ଖୁବ ସୁଦୃଢ ଥିବା ବେଳେ ଗାନ୍ଧୀଙ୍କୁ ମୂଳ ଫଟୋରେ ଏହାର ବିପରୀତ ଦେଖା ଯାଇଛି । ମୁଳ ଫଟୋରେ ଗାନ୍ଧୀ ଖୁବ ପତଳା ନଜର ଅସିଥିବା ବେଳେ ଶରୀରର ଚର୍ମ ମଧ୍ୟ ଧୁଡୁଧୁଡୁ ଥିବାର ଦେଖାଯାଇଛି ।

ଅନ୍ୟପଟେ ଭାଇରାଲ ଫଟୋରେ ଗାନ୍ଧୀଙ୍କ ଭଳି ଦିଶୁଥିବା ବ୍ୟକ୍ତି ଜଣଙ୍କ ଏକ ଅତ୍ୟାଧୁନିକ ଚପଲ ପିନ୍ଧିଥିବା ବେଳେ, ଗାନ୍ଧୀ କିନ୍ତୁ ସର୍ବଦା କଠଉ ପିନ୍ଧୁଥିବାର ଦେଖାଯାଇଛି ।

ଯେତେବେଳେ ଆମେ ଉକ୍ତ ଫଟୋଟିକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ, 'Bollywoodlife' ନାମକ ଏକ ଡିଜିଟାଲ ପ୍ରକାଶନ ଏନେଇ ଏକ ଖବର ପ୍ରସାରଣ କରିଥିଵାର ଦେଖିବାକୁ ପାଇଥିଲୁ ।

ଖବର ପ୍ରସାରଣ କରି Bollywoodlife ଶୀର୍ଷକରେ ଉଲ୍ଲେଖ କରିଛି, 'A fake picture of the Father of the Nation, MK Gandhi has been doing the rounds on the Internet'.

ଯାହାର ଓଡ଼ିଆ ଅନୁବାଦ ହେଉଛି, 'ଜାତୀୟ ପିତାଙ୍କ ଏକ ଫେକ୍ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି' । ଉକ୍ତ ଫଟୋଟି ଗାନ୍ଧୀଙ୍କର ନୁହେଁ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ବୋଲି 'Bollywoodlife' ଉଲ୍ଲେଖ କରିଛି । ଉକ୍ତ ଫଟୋକୁ ଗାନ୍ଧୀଙ୍କ ଆଦର୍ଶ ବିରୋଧୀ ଲୋକମାନେ ଜାଣିଶୁଣି ଭାଇରାଲ କରୁଛନ୍ତି ବୋଲି ମଧ୍ୟ ଉକ୍ତ ଖବରରେ ପ୍ରକାଶ କରାଯାଇଛି ।

ଉକ୍ତ ଫଟୋକୁ ସେୟାର କରି News18 ଉଲ୍ଲେଖ କରିଛି, ଫଟୋରେ ଗାନ୍ଧୀଙ୍କ ପରି ଦିଶୁଥିବା ବ୍ୟକ୍ତି ଜଣଙ୍କ ଗାନ୍ଧୀ ନୁହନ୍ତି । ଜଣେ ଅଷ୍ଟ୍ରେଲିଆର କଳାକାର, ଗାନ୍ଧୀ ସାରା ବିଶ୍ୱର ଉତ୍ସ ତେଣୁ ସିଏ ମଧ୍ୟ ଗାନ୍ଧୀଙ୍କ ଠାରୁ ଅନୁପ୍ରାଣିତ ହୋଇ ଏଭଳିବସ୍ତ୍ର ପରିଧାନ କରିଛନ୍ତି ।

ତେବେ ପୂର୍ବରୁ ଉକ୍ତ ଫଟୋଟିର ସତ୍ୟତା ଯାଞ୍ଚ କରିବାକୁଯାଇ Factly ଏକ ଫ୍ୟାକ୍ଟଚେକ ପ୍ରକାଶିତ କରିଛି I ଉକ୍ତ ପ୍ରକାଶନରେ ଉଲ୍ଲେଖ କରିଛି ଯେ, 'ଫଟୋରେ ମହିଳାଙ୍କ ସହ ନାଚୁଥିବା ବ୍ୟକ୍ତି ଜଣଙ୍କ ନୁହନ୍ତି ମହାତ୍ମା ଗାନ୍ଧୀ, ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଅଷ୍ଟ୍ରେଲିଆର ଜଣେ କଳାକାର I    


ତେଣୁ ଦାବିରେ କୌଣସି ସତ୍ୟତା ନଥିବାର ଜଣାଯାଇଛି । ବ୍ରିଟିସ୍ ମହିଳାଙ୍କ ସହ ନାଚୁଥିବା ବ୍ୟକ୍ତି ଜଣଙ୍କ ଗାନ୍ଧୀ ନୁହନ୍ତି ଅଷ୍ଟ୍ରେଲିଆର ଜଣେ କଳାକାର ।

Claim :  ବ୍ରିଟିଶ ମହିଳାଙ୍କ ସହ ନାଚୁଛନ୍ତି ଗାନ୍ଧୀ
Claimed By :  Social Media Users
Fact Check :  False
Tags:    

Similar News