ରାହୁଲ ଗାନ୍ଧୀ ପିନ୍ଧିଥିବା ଗେରୁଆ ଟୋପିରେ ନାହିଁ କୌଣସି ଚିହ୍ନ

ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପରିଣାମ ତାରିଖ ପାଖେଇ ଆସିଥିବା ପରିସ୍ଥିତିରେ, ରାଜନୈତିକ ଉଷ୍ମତା ଦେଖାଦେଇଛି । ସମସ୍ତ ପ୍ରାର୍ଥୀମାନେ ବର୍ତ୍ତମାନ ପରିଣାମ ଅପେକ୍ଷା କରିଛନ୍ତି ।

Update: 2024-06-03 18:10 GMT

ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପରିଣାମ ତାରିଖ ପାଖେଇ ଆସିଥିବା ପରିସ୍ଥିତିରେ, ରାଜନୈତିକ ଉଷ୍ମତା ଦେଖାଦେଇଛି । ସମସ୍ତ ପ୍ରାର୍ଥୀମାନେ ବର୍ତ୍ତମାନ ପରିଣାମ ଅପେକ୍ଷା କରିଛନ୍ତି । ଏହିଭିତରେ , ରାହୁଲ ଗାନ୍ଧୀଙ୍କ ଏକ ଫୋଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାହୁଲ ଏକ ଗେରୁଆ ଟୋପି ପିନ୍ଧଥିବାର ଦେଖା ଦେଇଛି, ଏହି ଟୋପିରେ ଏକ ବିଜେପି ଲୋଗୋ ମୁଦ୍ରିତ ହୋଇଥିବାର ଦେଖା ଦେଇଛି I

ଅଧିକାଂଶ ଏକଜିଟ ପୋଲ୍ ଅନୁଯାୟୀ, ବିଜେପି ନେତୃତ୍ୱ ନେଉଥିବା ବେଳେ, ଏଥର ବିଜେପି 370 ଆସନ ଲକ୍ଷ୍ୟ ରଖିଛି I ସୋସିଆଲ୍ ମିଡିଆ ୟୁଜର୍ସ ରାହୁଲ ଗାନ୍ଧୀଙ୍କ ଗେରୁଆ ଟୋପି ପିନ୍ଧିବା ଫଟୋକୁ  ନିଜ ଆକାଉଣ୍ଟ ରେ ସେୟାର କରିବା ସହ ,  ପୋଲ ଦେଖି ରାହୁଲ ଏହି ଟୋପି ପିନ୍ଧିଥିବାର ଲେଖି ସେୟାର କରିଛନ୍ତି I  

ସତ୍ୟାସତ୍ୟ: ଦiବିରେ କୌଣସି ସତ୍ୟତା ନାହିଁ , ମୂଳ ଫଟୋରେ ରାହୁଲଙ୍କ ଟୋପିରେ କୌଣସି ଚିହ୍ନ ବା ଲୋଗୋ ନଥିବାର ଦେଖା ଦେଇଛି 

ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ଅନୁଯାୟୀ ,ଆମେ ହିମେଶ ପରେଶ ଜୋଷୀଙ୍କ ଆକାଉଣ୍ଟ ରେ ଏହି ଫଟୋ ଦେଖିବାକୁ ପାଇଥିଲୁ I  ଯେଉଁଥିରେ ହିମେସ ଏହି ଫଟୋ ସହ ରାହୁଲଙ୍କ ଆଉମଧ୍ୟ କିଛି ଫଟୋ ୨୦୧୨ ମାସିହାରେ ଅପଲୋଡ଼ କରିଥିଲେ I 

ଆମେ ଏହା ମଧ୍ୟ ପାଇଛୁ ଯେ ,୨୦୨୨ ଡିସେମ୍ବର ୧୫ରେ ଏହି ଫୋଟ #ଭାରତଜୋଡୋଯାତ୍ରା ଲେଖି ଆଇଏନସି ଉତ୍ତରପ୍ରଦେଶ ସେୟାର କରିଛି I ଏହା  ପ୍ରମାଣ କରୁଛି ଯେ ଏହି ଫଟୋ ଗୁଡ଼ିକ ୨୦୨୨ ମସିହା ମହାରାଷ୍ଟ୍ର ଭାରତ ଜୋଡୋ ଯାତ୍ରା ସମୟରେ ଉଠା ଯାଇଥିଲା I

Full View

ଏହା ସହ ରାଜ୍ୟ କଂଗ୍ରେସର ବିଭିର୍ନ ଅଧିକାରୀ ମାନେ ମଧ୍ୟ ଏହି ଫଟୋ କୁ ସେୟାର କରିଥିବାର ଦେଖା ଦେଇଛି  

  

Full View

ଯେତେବେଳେ ଇଂରାଜୀରେ   "ରାହୁଲ ଗାନ୍ଧୀ ଇନ୍ ସାଫ୍ରନ କ୍ୟାପ" ସର୍ଚ୍ଚ କରିଥିଲୁ , ଜନସତ୍ତା ନ୍ୟୁଜରେ ଏନେଇ ଏକ ଖବର ପ୍ରସାରିତ  ହୋଇଥିବାର ଦେଖିଥିଲୁ I  "ରାହୁଲ ଗାନ୍ଧୀ ସାଫ୍ରନ କ୍ୟାପ ପିନ୍ଧିଥିବା ଦେଖାଗଲା" ଶୀର୍ଷକ ସହ ଖବର ଟି ପ୍ରସାରିତ ହୋଇଥିଲା,  କିନ୍ତୁ କୌଣସି ପୋଷ୍ଟ କିମ୍ବା ପ୍ରକାଶିତ ଲେଖାରେ ରାହୁଲଙ୍କ ଗେରୁଆ ଟୋପିରେ କୌଣସି ଦଳର ଚିହ୍ନ ଥିବାର ପାଇନଥିଲୁ I

ଆମ ତଦନ୍ତ ଓ କିଛି ମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେ ନିଷ୍କର୍ଷ  ପହଞ୍ଚିଲୁ  ଯେ , ଫଟୋ ଟି ଏଡିଟ ହୋଇ ସୋସିଆଲ ମିଡିଆରେ ସେୟାର କରାଯାଇଛି I   ରାହୁଲ ଗାନ୍ଧୀ ୨୦୨୨ ଭାରତ ଜୋଡୋ ଯାତ୍ରା ସମୟରେ ଏହି ଟୋପିଟି ପିନ୍ଧିଥିଲେ, କିନ୍ତୁ ସେଠାରେ କୌଣସି ପାର୍ଟି ଲୋଗୋ ମୁଦ୍ରିତ ନଥିଲା । ଏହାସହ ଏହି ଫଟୋର ଵର୍ତମାନ ର ନିର୍ବାଚନ ସହ କୌଣସି ସମ୍ପୃକ୍ତି ନାହିଁ I

Claim :  ପଦ୍ମଚିହ୍ନ ଥିବା ଗେରୁଆ ଟୋପି ପିନ୍ଧିଛନ୍ତି ରାହୁଲ ଗାନ୍ଧୀ
Claimed By :  Social Media Users
Fact Check :  False
Tags:    

Similar News