ବାରଣାସୀରୁ ନାମାଙ୍କନ ଦାଖଲ କରିବା ପରେ ମୋଦିଙ୍କ ବିରୋଧରେ କୌଣସି ସ୍ଲୋଗାନ ଦିଆଯାଇନଥିଲା

ଦେଶରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ତେଲୁଗୁ ଦେଶମ୍ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ପ୍ରମୁଖ ବ୍ୟକ୍ତିତ୍ୱ ହୋଇପାରିଛନ୍ତି ଏବଂ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦାବି କରୁଥିବାର ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Update: 2024-06-08 05:10 GMT

ଦେଶରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ତେଲୁଗୁ ଦେଶମ୍ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ପ୍ରମୁଖ ବ୍ୟକ୍ତିତ୍ୱ ହୋଇପାରିଛନ୍ତି ଏବଂ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦାବି କରୁଥିବାର ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବିଜେପି ଏହାର ସହଯୋଗୀମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ସହଜରେ ଛାଡିବାର ସମ୍ଭାବନା ନଥିବା ସହ, ପ୍ରତିରକ୍ଷା, ଅର୍ଥ, ଗୃହ ଏବଂ ବୈଦେଶିକ ବ୍ୟାପାର ଭଳି ପ୍ରମୁଖ ମନ୍ତ୍ରଣାଳୟ ଦାବି କରିଛି ।

ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ରେ ଦେଖିବାକୁ ମିଳୁଛିଯେ ବିଜେପି ନେତା ନରେନ୍ଦ୍ର ମୋଦି, ଅମିତ ଶାହା, ଜେ.ପି. ନଡ୍ଡାଙ୍କ ସମେତ ଯୋଗୀ ଆଦିତ୍ୟନାଥ ବାରଣାସୀର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ବାହାରୁଛନ୍ତି । ଠିକ ଏହି ସମୟରେ କିଛି ମୋଦି ବିରୋଧୀ ସ୍ଲୋଗାନ ଶୁଣିବାକୁ ମିଳୁଛି ଏହା ସହ ଭିଡିଓ ଉପରେ ଅପମାନଜନକ ଭାଷା ବ୍ୟବହାର କରି କିଛି ଲେଖା ମଧ୍ୟ ରହିଛି ।

ବାରଣାସୀ ରେ କଣ ଘଟଣା ଘଟୁଛି ଲେଖି ସୋସିଆଲ ମିଡିଆ ୟୁଜର୍ସ ଭିଡିଓ କୁ ସେୟାର କରିଛନ୍ତି ।

Full View
Full View

ସତ୍ୟାସତ୍ୟ : ଯାଞ୍ଚ କରିବାରୁ ଜଣାଯାଏଯେ ଭିଡିଓ ଟିକୁ ଏଡିଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି, ମୂଳ ଭିଡିଓ ରେ ମୋଦୀଙ୍କୁ ସମର୍ଥନ ଜଣାଇ ସ୍ଲୋଗାନ ଦିଆଯାଉଥିବାର ଶୁଣିବାକୁ ମିଳିଛି ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ଜଣାଯାଏଯେ ଏଭଳି ଏକ ଭିଡିଓ ୧୪ ମଇ ୨୦୨୪ରେ ନିୟୁଜ୧୮ ୟୁପି ଉତ୍ତରାଖଣ୍ଡ ର ୟୁଟ୍ୟୁବ ଚ୍ୟାନେଲ ରେ ଲାଇଭ ଷ୍ଟ୍ରିମ୍ ହୋଇଛି । “ବାରଣାସୀରୁ ନରେନ୍ଦ୍ର ମୋଦୀ ନାମାଙ୍କନ ଲାଇଭ୍” ଶୀର୍ଷକ ସହ ଭିଡିଓ ଟି ଅପଲୋଡ଼ ହୋଇଥିବାର ଦେଖାଦେଇଛି ।

ଭିଡିଓ ରେ ୪.୦୧ ସମୟରେ ଡି.ଏମ ବାରଣାସୀ ର ଗେଟ୍ ଦେଖିବାକୁ ମିଳିଛି, ଯାହାକି ଭାଇରାଲ ହେଉଥିବାର ଭିଡିଓ ସହ ସମାନ ।

Full View

ଏପରିକି ୮.୩୪ ସମୟରେ ନରେନ୍ଦ୍ର ମୋଦୀ ଅନ୍ୟ ନେତାଙ୍କ ସହ ବାରଣାସୀ ଡି.ଏମ ଙ୍କ କାର୍ଯ୍ୟାଳୟ ବାହାରକୁ ଆସୁଛନ୍ତି ।

Full View

ସେହିଦିନ ଇଣ୍ଡିଆଟୁଡେ ଚ୍ୟାନେଲ ମଧ୍ୟ ଏହାକୁ ନିଜ ଟିଭି ପରଦାରେ ଲାଇଭ ଦେଖାଇଥିବାର ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ଼ କରିଛି । ୦.୧୮ ସମୟରେ ଏହି ଭିଡିଓ ରେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଯାହାକି ଭାଇରାଲ ହେଉଥିବା ଭିଡିଓ ର ଅନ୍ୟଏକ କୋଣରୁ ଉଠାଯାଇଛି ।

Full View

ଅଧିକ ଅନୁସନ୍ଧାନ ରୁ ଜଣାଯାଏଜେ ମଇ ୧୪ ୨୦୨୪ ରେ ନରେନ୍ଦ୍ର ମୋଦି ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ଼ କରିଛନ୍ତି । ମୋଦି ବାରଣାସୀରୁ ନାମାଙ୍କନର ଭିଡିଓ ଉଲ୍ଲେଖ ହୋଇ ଭିଡିଓ ଟି ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି ।

Full View

ଉପରୋକ୍ତ କୌଣସି ଭିଡିଓ ରୁ ଆମେ କୌଣସି ପ୍ରକାର ମୋଦି ବିରୋଧୀ ସ୍ଲୋଗାନ ଶୁଣିବାକୁ ପାଇନଥିଲୁ ।

ତେଣୁ ଉପରୋକ୍ତ ଅନୁସନ୍ଧାନ ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଧାର କରି ଜଣାଯାଏଯେ ଭାଇରାଲ ହେଉଥିବା ଭିଡିଓ ରେ କୌଣସି ସତ୍ୟାସତ୍ୟ ନାହିଁ । ମୂଳ ଭିଡିଓରେ ମୋଦି ଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଛି ।

Claim :  ବାରଣାସୀରେ ନାମାଙ୍କନ ପତ୍ର ଦାଖଲ କରିବା ପରେ ମୋଦିଙ୍କ ବିରୋଧରେ ଜନସାଧାରଣ ସ୍ଲୋଗାନ ଦେଇଛନ୍ତି
Claimed By :  Social Media Users
Fact Check :  False
Tags:    

Similar News