Fact Check: ବାଙ୍ଗଲାଦେଶର ନୁହେଁ, ଭିଡିଓଟି ପୁରୁଣା ଏବଂ ପାକିସ୍ତାନର

Update: 2024-08-26 14:01 GMT

Bangladesh


ବାଙ୍ଗଲାଦେଶରେ ଭୟଙ୍କର ବନ୍ୟା, ସପ୍ତାହେ ହେଲା ହନ୍ତସନ୍ତ ହେଲେଣି ଜନସାଧାରଣ । ମିଳିଥିବା ସୂଚନା ଅନୁଯାୟୀ , ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ୪୨ ଛୁଇଁଥିବା ବେଳେ, ଆଶ୍ରୟସ୍ଥଳୀରେ ୩ ଲକ୍ଷ ଥିବାର ଜଣାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ଗତ ସପ୍ତାହରୁ ଧୀରେ ଧୀରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଥିଲା । ଯାହା ଏବେ ଅତି ସଙ୍ଗୀନ ରୂପ ନେଇଛି ଯେ ,ସପ୍ତାହକ ମଧ୍ୟରେ ବର୍ଷାଜନିତ କାରଣରୁ ୪୨ ଜଣଙ୍କର ମୃତ୍ୟୁ ଘଟିଛି । ଶହଶହ ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ଲକ୍ଷଲକ୍ଷ ଘର ଏବେ ଭଗ୍ନସ୍ତୁପ ପାଲଟିଛି । ଜାତୀୟ ରାଜପଥ ଏବଂ ରେଳ ଲାଇନ୍ ବୁଡ଼ି ଯାଇଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ୩ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି ଏବଂ ସାଢ଼େ ୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ୧୬ ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ବ୍ରିଜ୍ ତଳେ ଖୁବ ଯୋରରେ ପାଣି ଯାଉଥିବାର ଦେଖାଯାଇଛି ।

ସୋସିଆଲ ମିଡିଆରେ ଏହି ଭିଡିଓ କୁ ସେୟାର କରି ୟୁଜର୍ସ ଲେଖିଛନ୍ତି , "Those who call India as friends, they are enemies of Bangladesh. I repeat again they are the eternal enemy of Bangladesh. Bangladesh is facing the worst flood in history". Pray for Feni, Cumilla, Noakhali.

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ , "ଯେଉଁମାନେ ଭାରତକୁ ବନ୍ଧୁ ବୋଲି କହନ୍ତି, ସେମାନେ ଆଜି ବାଙ୍ଗଲାଦେଶର ଶତ୍ରୁ । ମୁଁ ପୁନର୍ବାର ପୁନରାବୃତ୍ତି କରୁଛି ସେମାନେ ବାଙ୍ଗଲାଦେଶର ପରମ ଶତ୍ରୁ । ଇତିହାସରେ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି ବାଙ୍ଗଲାଦେଶ" ।

ଭାରତ ପାଣି ଛାଡିବା ଫଳରେ ବାଙ୍ଗଲାଦେଶରେ ଏଭଳି ବନ୍ୟା ପରିସ୍ଥିତି ଉପୁଜିଛି ବୋଲି ଦାବି କରି ୟୁଜର୍ସ ଉକ୍ତ ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି ।



 



 

ସତ୍ୟାସତ୍ୟ: ଭିଡିଓଟି ବିଗତ ଦିନରେ ବାଙ୍ଗଲାଦେଶରେ ଘଟିଥିବା ବନ୍ୟାର ଦୃଶ୍ୟ ନୁହେଁ, ଏହା ପୁରୁଣା ଏବଂ ପାକିସ୍ତାନର ଦୃଶ୍ୟ ।

ଭାଇରାଲ ଭିଡିଓରେ ସେଭ ଫେନି, କୁମ୍ମିଲା, ନୋଆଖାଲି ପ୍ରଭୁତ୍ତି ଅଞ୍ଚଳ ଗୁଡ଼ିକର ନାମ ଦର୍ଶାଯାଇଥିବା ବେଳେ, ଉକ୍ତ ଅଞ୍ଚଳ ଗୁଡ଼ିକରେ ବନ୍ୟା ବିପର୍ଯୟ ନେଇ ଅନୁସନ୍ଧାନ କରିଥିଲୁ । ବନ୍ୟାନେଇ କ୍ଷୟକ୍ଷତି ହୋଇଥିବା ଖବର ପ୍ରସାରିତ ହୋଇଥିବା ବେଳେ, ଉକ୍ତ ଭାଇରାଲ ଭିଡିଓର କୌଣସି ଅଂଶ କୌଣସି ଖବର ପ୍ରସାରଣ ରେ ଦେଖିବାକୁ ମିଳିନଥିଲ । ତେଣୁ ଅନ୍ତତଃ ଉକ୍ତ ଭିଡିଓ ଟି ବାଙ୍ଗଲାଦେଶର ଦାବି ହେଉଥିବା ଅଞ୍ଚଳର ନୁହେଁ ବୋଲି ପ୍ରାୟତଃ ଜଣାଯାଏ ।

ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାକୁ ଯାଇ ଉକ୍ତ ଭାଇରାଲ ଭିଡିଓଟି ଇଂରାଜୀରେ ୮.୮.୨୦୨୪ , ତାଳଗଙ୍ଗ ଲେଖି ୟୁଟ୍ୟୁବ ସର୍ଟସ ଭାବେ ଜଣେ ୟୁଜର୍ସ ଅପଲୋଡ କରିଛନ୍ତି ।

ସେହିପରି ୮ ଅଗଷ୍ଟ ୨୦୨୪ ରେ " Hum News " ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି । ଯାହାର ଶୀର୍ଷକ ରହିଛି "ପ୍ରବଳ ବର୍ଷା ପରେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି" । ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ୧୪୩୬ ଜଣ ଦେଖି ସାରିଥିବା ବେଳେ ଅପଲୋଡ ହୋଇଥିବା ଭିଡିଓର ସମ୍ପୂର୍ଣ୍ଣ ସୂଚନା ଦେଇ ଲେଖାଯାଇଛି "ପାକିସ୍ତାନରେ ବର୍ଷା ପରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି" । ପ୍ରବଳ ମୌସୁମୀ ବର୍ଷା ହେତୁ ଉପରମୁଣ୍ଡର ସିନ୍ଧ ପ୍ରଦେଶର ଗୁଡୁ ବ୍ୟାରେଜରେ ମଧ୍ୟମ ବନ୍ୟାସ୍ତରରେ ପହଞ୍ଚିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସିନ୍ଧ ଜଳସେଚନ ବିଭାଗର ସୂଚନାନୁ ଅନୁଯାୟୀ, ସିନ୍ଧନଦୀ ବର୍ତ୍ତମାନ ୩୪୯,୯୧୧ କ୍ୟୁସେକ୍ ଏବଂ ଗୁଡୁ ବ୍ୟାରେଜରେ ୩୩୬,୫୩୮ କ୍ୟୁସେକ୍ ସହିତ ପ୍ରବାହିତ ହେଉଛି ।


Full View


We News ନାମକ ଏକ ଗଣମାଧ୍ୟମ ମଧ୍ୟ ଉକ୍ତ ଭିଡିଓ କୁ ନିଜ ଫେସବୁକରେ ଅପଲୋଡ କରି ଉଲ୍ଲେଖ କରିଛି, "ତାଳଗଙ୍ଗରେ ମୁଷଳଧାରା ବର୍ଷା ହେତୁ ଉଛୁଳିଲା ନଦୀ" । 



ଉକ୍ତ ଭିଡିଓ ଟି ଅନ୍ୟୁନ୍ୟ ୮ ଅଗଷ୍ଟ୨୦୨୪ ରୁ ଇନ୍ଟରନେଟ ରେ ଉପଲବ୍ଧ ରହିଛି ଯାହାକି ବିଗତଦିନରେ ହୋଇଥିବା ବାଙ୍ଗଲାଦେଶ ବିପର୍ଯ୍ୟସ୍ତରୁ ଢେର ପୂର୍ବରୁ ।

ଅନ୍ୟପଟେ ଯେତେବଳେ ଇଂରାଜୀରେ Talgang ଲେଖି ଅନୁସନ୍ଧାନ କଲୁ ୩ ବର୍ଷ ତଳେ ୟୁଟ୍ୟୁବରେ ଅପଲୋଡ ହୋଇଥିବାର ଭିଡିଓ ଟିଏ ଦେଖିବାକୁ ପାଇଲୁ । ଯେଉଁଥିରେ ଥିବା ପୋଲଟି ଭାଇରାଲ ଭିଡିଓ ସଦୃଶ ।


Full View

ଏଥିରୁ ପ୍ରମାଣିତ ହେଲା ଯେ ,ଉକ୍ତ ଭିଡିଓଟି ବାଙ୍ଗଲାଦେଶର ନୁହେଁ ପାକିସ୍ତାନର ତାଳଗଙ୍ଗ ଅଞ୍ଚଳର ।

ଭାଇରାଲ ପୋଷ୍ଟର କମେଣ୍ଟ ଗୁଡିକ ଅନୁଧ୍ୟାନ କରିବାରୁ ଜଣାଯାଏଯେ ଟାଇମ୍ସ ଆଲଯେବ୍ରା ନାମକ ଏକ ଖବର ପ୍ରସାରଣକାରୀ ସଂସ୍ଥା ଭାରତ ଏବଂ ବାଙ୍ଗଲାଦେଶ କୁ ନେଇ ଉପୁଜିଥିବା ଡ୍ୟାମ ବିବାଦକୁ ନେଇ ଏକ ଖବର ପ୍ରସାରଣ କରିଛି । ଉକ୍ତ ଖବରରେ ଟାଇମ୍ସ ଆଲଯେବ୍ରା ଉଲ୍ଲେଖ କରିଛି ଯେ , "ତ୍ରିପୁରାରେ ଡମ୍ବୁର ଡ୍ୟାମ ଫାଟକ ଖୋଲିବା ଦ୍ୱାରା ବାଙ୍ଗଲାଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦାବିକୁ ପ୍ରତ୍ୟାଖାନ କରିଛି ଭାରତ ।

ଅନେକ "ଛାତ୍ର" ବିକ୍ଷୋଭକାରୀ ଦାବି କରିଛନ୍ତି ଯେ ଭାରତୀୟ ପ୍ରକଳ୍ପ ଦକ୍ଷିଣ ବାଙ୍ଗଲାଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଭାରତ ସରକାର । ବାଙ୍ଗଲାଦେଶ ଏବଂ ତ୍ରିପୁରା ବନ୍ଧର ତଳମୁଣ୍ଡରେ ପ୍ରବଳ ବର୍ଷା ହେତୁ ଏଭଳିବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି" ।


ତେଣୁ ଉପରୋକ୍ତ ଖବର ପ୍ରସାରଣରୁ ଜଣାଯାଏ ଯେ, ଭାଇରାଲ ଭିଡିଓ ଟି ବିଗତ ଦିନରେ ବାଙ୍ଗଲାଦେଶରେ ଘଟିଥିବା ବନ୍ୟା ସମୟର ନୁହଁ ବରଂ ପାକିସ୍ତାନର I ନାହିଁ ଭାରତ ଡ୍ୟାମ ଖୋଲିବା ଫଳରେ ବାଙ୍ଗଲାଦେଶ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

 

Claim :  ଭାରତ ଯୋଗୁଁ ବାଙ୍ଗଲାଦେଶରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି
Claimed By :  Social Media Users
Fact Check :  False
Tags:    

Similar News