ଭାଇରାଲ ଭିଡିଓରେ ଥିବା ମହିଳା ଜଣଙ୍କ ନୁହଁନ୍ତି ପୀଡିତା, ନ୍ୟାୟ ଦାବି ପାଇଁ ରେକର୍ଡ ହୋଇଥିଲା ଭିଡିଓ

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶ ସ୍ଥଵ୍ଧ ହୋଇପଡିଥିବା ବେଳେ ଏହାର ପ୍ରତିବାଦ ସାରାଦେଶ ଭଳି ଓଡ଼ିଶାରେ ମଧ୍ୟ ଦେଖା ଦେଇଛି ।

Update: 2024-08-17 11:12 GMT

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶ ସ୍ଥଵ୍ଧ ହୋଇପଡିଥିବା ବେଳେ ଏହାର ପ୍ରତିବାଦ ସାରାଦେଶ ଭଳି ଓଡ଼ିଶାରେ ମଧ୍ୟ ଦେଖା ଦେଇଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ୨୪ ଘଣ୍ଟିଆ ଧର୍ମଘଟ ଡାକରା । ଅତ୍ୟାବଶ୍ୟକ  ସେବା ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ଆହ୍ୱାନ ଦିଆଯାଇଛି ।

Full View

ପ୍ରସାରିତ ଖବର ଅନୁଯାୟୀ ପୀଡ଼ିତଙ୍କ ପରିବାର, କିଛି ଡାକ୍ତର, ଇନଟ୍ରନ୍, ଫିଜିସିଆନ୍‌ଙ୍କ ନାଁ ସିବିଆଇକୁ ଦେଇଛନ୍ତି । କିଛି ସନ୍ଦେହ ପ୍ରକାଶ କରି ଏହି ସବୁ ବ୍ୟକ୍ତିକୁ ବି ଚିହ୍ନଟ କରିଛି ତଦନ୍ତକାରୀ ସଂସ୍ଥା । ତାସହ ଆର.ଜି.କର ମେଡିକାଲର ପୂର୍ବତନ ପ୍ରିନସିପାଲଙ୍କ ସମେତ ୧୦ରୁ ଅଧିକ କର୍ମଚାରୀଙ୍କୁ ପଚରାଉଚରା କରୁଥିବାର ଜଣାଯାଇଛି ।

ଅନ୍ୟପଟେ ଭୁବନେଶ୍ୱରରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜୋର ଧରିଥିବାରୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । 

Full View

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଯୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳାଆହତ ଅବସ୍ଥାରେ ଥିବାର ଦେଖା ଦେଇଛି ।

ତେବେ ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓ କୁ ସେୟାର କରି ଉଲ୍ଲେଖ କରିଛନ୍ତି "ପଶ୍ଚିମବଙ୍ଗର କଲିକତା ସ୍ଥିତ ଆର୍ ଜି କେଏଆର୍ ମେଡିକାଲ କଲେଜରେ ପୋଷ୍ଟ ଗ୍ରାଜୁଏଟ ଟ୍ରେନୀ (PGT) ପାଠ୍ୟକ୍ରମରେ ଦ୍ଵିତୀୟ ବର୍ଷରେ ଅଧ୍ୟୟନ ରତ ଥିବା ୩୧ ବର୍ଷୀୟ ମୋମିତା ଦେବନାଥଙ୍କୁ ବଳାତ୍କାର କରିବା ପରେ ବିଭତ୍ସ ହତ୍ୟା କରାଯାଇଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନିଜେ ଗୃହ ମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଦାୟିତ୍ବରେ ଥାଇ ମଧ୍ୟ ଏଭଳି ଘଟଣା ଘଟିବା ପରେ ଦୋଷୀକୁ ଦଣ୍ଡ ନମିଳିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ଅଟେ । " 

ସେହିଭଳି ଆଉଜଣେ ୟୁଜର୍ସ ଉକ୍ତ ଭିଡିଓ ର ଫଟୋଟିକୁ ସେୟାର କରି ଲେଖିଛନ୍ତି " ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନିଜେ ଗୃହ ମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଦାୟିତ୍ବରେ ଥାଇ ମଧ୍ୟ ଏଭଳି ଘଟଣା ଘଟିବା ପରେ ଦୋଷୀକୁ ଦଣ୍ଡ ନମିଳିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ଅଟେ ! ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ସନ୍ଦେଶଖାଲି ପରେ କଲିକତାରେ ମହିଳାଙ୍କ ପ୍ରତି ଘଟିଥିବା ଏହିଭଳି ଅକଥନୀୟ ଅତ୍ୟାଚାରକୁ ମମତା ବାନାର୍ଜୀ ସରକାର ବାରମ୍ବାର ପ୍ରୋତ୍ସାହନ ଦେଇ ଆସୁଛି" ।

https://www.facebook.com/share/v/crLXdtyz57KbrRsd/?mibextid=oFDknk

https://www.facebook.com/share/p/CcppebPj5iZGersN/?mibextid=xfxF2i

ସତ୍ୟାସତ୍ୟ: ଅନୁସନ୍ଧାନ ରୁ ଜଣାଯାଏଯେ ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ ଅଟେ । ଭାଇରାଲ ଭିଡିଓ ଟି କୋଲକାତାରେ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ ନିମନ୍ତେ ତିଆରି କରାଯାଇଛି ।

ଭାଇରାଲ ଭିଡିଓ ର କମେନ୍ଟ ଗୁଡିକ ପଢ଼ିବାରୁ ଜଣାଯାଏଯେ ଜଣେ ୟୁଜର୍ସ ଲେଖିଛନ୍ତି ଏହି ଭିଡିଓଟିକୁ ଜିନେତ ରେହମାନ ତିଆରି କରିଛନ୍ତି । ୟୁଜର୍ସଙ୍କ ପ୍ରୋଫାଇଲ ଯାଇ ଦେଖିବାରୁ ସିଏ ମଧ୍ୟ ଏହି ଭିଡିଓ କୁ ଲୋଡ଼ କରି ଜିନେତ ରେହମାନଙ୍କୁ ଟ୍ୟାଗ କରିଛନ୍ତି ।

ଜିନେତ ରେହମାନଙ୍କ ସୋସିଆଲ ମିଡିଆରେ ପ୍ରୋଫାଇଲ ଅନୁସନ୍ଧାନ କରିବାରୁ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଦେଖିବାକୁ ମିଳିଥିଲା।  

ପ୍ରୋଫାଇଲ ରୁ ଜଣାଯାଏଯେ ଜିନେତ ଜଣେ କଲିକତା ର ବାସିନ୍ଦା ଏବଂ ପେସାରେ ଜଣେ ମେକଅପ୍ ଆର୍ଟିଷ୍ଟ । ଅନୁସନ୍ଧାନ ରୁ ଜଣାଯାଏ ଯେ ଭାଇରାଲ ହେଉଥିବା ଭିଡିଓଟିକୁ ଜିନେତ ନିଜେ ତିଆରି କରି ୧୫ଅଗଷ୍ଟ ୨୦୨୪ ରେ ଅପଲୋଡ଼ କରିଛନ୍ତି । ଭିଡିଓ ଅପଲୋଡ କରିବା ସହ ବଙ୍ଗାଳି ଭାଷାରେ କିଛି କ୍ୟାପସନ ମଧ୍ୟ ଲେଖିଛନ୍ତି ଯାହାକୁ ଅନୁବାଦ କରିବାରୁ ଜଣାଯାଏଯେ " ମୁଁ ମୋ ଅଭିନୟ ମାଧ୍ୟମରେ ତାଙ୍କର ମାନସିକ ସ୍ଥିତି ଦେଖାଇବାକୁ ଚାହୁଁଚି, ଭାବୁଛି ଆପଣ ମାନେ ମଧ୍ୟ ତାଙ୍କ ସ୍ଥିତି ବୁଝି ପାରୁଥିବେ । ଏପରିକି ସେ ସମୟରେ ସେହି ପରିସ୍ଥିତି ଦେଇ ସିଏ କିପରି ଗତି କରିଥିବେ ତାହା ମୁଁ ଭାବି ମଧ୍ୟ ପାରୁନି, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ଆମୀନ୍ 

 ଏନେଇ ଜିନେତ ଙ୍କ ସହ ଆମର ଜଣେ ପ୍ରତିନିଧି ଆଲୋଚନା କରିଥିଲେ । ଆଲୋଚନା ସମୟରେ ଜିନେତ ଏହି ଭିଡିଓ ଟିକୁ ନିଜେ ତିଆରି କରି ସେୟାର କରିଥିବାର ସ୍ୱୀକାର କରିଥିଲେ ।

ଆଲୋଚନା ସମୟରେ ଜିନେତ କହିଥିଲେ " ଜାହାବି କଲିକତାରେ ହେଲା ବହୁତ ଖରାପ ହେଲା । କେବଳ କଲିକତା ନାହିଁ ଯେକୌଣସି ଝିଅ ଯେଉଁଠିବି ଥିବ ଏହି ଖବର ଶୁଣି ନିଶ୍ଚିତ ସ୍ଥବ୍ଧ ହୋଇଯାଇଥିବ । ମୁଁବା କିପରି ରହିପାରିବି, "ମୋ ଘର କଲିକତାରେ, ଏଭଳଳି ଘଟଣା ମୋ ରାଜ୍ୟରେ ଘଟିଛି ୟାଠୁ ବଳି ଲଜ୍ୟାର ବିଷୟ ଆଉ କଣ ହୋଇପାରେ । ସିଏ ବି କାହାର ଝିଅ ଥିଲା କାହାର ଭଉଣୀ ଥିଲା ସେମାନଙ୍କୁ କେତେଯେ କଷ୍ଟ ହେଉନଥିବ । ମୁଁ ସେ କଷ୍ଟ ନିଜେ ଅନୁଭବ କରିପାରୁଛି । ମୋଭିତରେ ଥିବା କୋହ ଆଉ ସମ୍ଭାଳି ନ ପାରି ଏହି ଭିଡିଓ ଟିକୁ ତିଆରି କରିଥିଲି । ଆପଣଙ୍କ ଘରେ ମଧ୍ୟ ଝିଅଥିବେ ଦେଖନ୍ତୁ କେତେଯେ ତାଙ୍କୁ ନ ବାଧୁଥିବ ।

ହେଲେ ସବୁଠାରୁ ବେଶୀ ଖରାପ ଲାଗିଲେ କିଛି ବ୍ୟକ୍ତି ନବୁଝିନସୁଝି ସୋସିଆଲ ମିଡିଆରେ ଏହି ଭିଡିଓ କୁ ଭ୍ରମାତ୍ମକ ଲେଖାସହ ସେୟାର କରିବାରେ ଲାଗିଛନ୍ତି । ଭିଡିଓରେ ଥିବାଝିଅ ଟିକୁ ପିଡିତାଙ୍କ ଭିଡିଓ ବୋଲି ଦର୍ଶାଇଛନ୍ତି । କିଛି ଡିଜିଟାଲ କ୍ରିଏଟର କିଛି ଭିୟୁ ଏବଂ ଲାଇକ ଆଶାରେ ଉକ୍ତ ଭିଡିଓ କୁ ବିଭିନ୍ନ ଭ୍ରମାତ୍ମକ ଲେଖା ଲେଖି ନିଜ ପେଜ୍ ରେ ଅପଲୋଡ଼ କରିଛନ୍ତି । ନିଜେ ଥରେ ଭାବିକି ଦେଖନ୍ତୁ ଏଭଳି ପରିସ୍ଥିତି ରେ ଜଣେ କିଭଳି ଭିଡିଓ ତିଆରି କରିପାରେ । ନିଜେ ନିଜ ଜୀବନ ବଞ୍ଚାଇବାକୁ ଚାହିଁବ ନା ଏଭଳି ସ୍ଥିତିରେ କିଏ ଭିଡିଓ ତିଆରି କରିବ । ତେବେ ଏ ଭିଡିଓ କରିବାରେ ମୋର କୌଣସି ମନ୍ଦ ଉଦେଶ୍ୟ ନଥିଲା, ପିଡିତାଙ୍କ ସ୍ୱର ପ୍ରତି ଘରେ ପହଁଚାଇବାକୁ ମୋର ଲକ୍ଷ ଥିଲା । ଏପରିକି ପୀଡ଼ତାଙ୍କୁ ଯଥାଶୀଘ୍ର ନ୍ୟାୟ ପାଇଁ ଚାଲିଥିବା ଲଢେଇରେ ଏହି ଭିଡିଓ ଏକ ସାମାନ୍ୟ ମାଧ୍ୟମ ମାତ୍ର ।

ତେଣୁ ଆମ ଅନୁସନ୍ଧାନ ରୁ ଜଣାଯାଏଯେ ଭିଡିଓ ଟିକୁ ଭ୍ରମାତ୍ମକ ଲେଖା ସହ ଭାଇରାଲ କରାଯାଇଛି । ଭିଡିଓ ରେ ଥିବା ମହିଳା ଜଣଙ୍କ ପିଡିତା ନୁହଁନ୍ତି, ପିଡିତାଙ୍କ ନ୍ୟାୟ ଦାବି ପାଇଁ ଏହା ଏକ ସ୍ୱର ମାଧ୍ୟମ ବୋଲି ଜଣାଯାଇଛି । 

Claim :  ପୀଡିତା ରେକର୍ଡ କରିଥିଲେ ଏହି ଭିଡିଓ ମେସେଜ
Claimed By :  Social Media Users
Fact Check :  Misleading
Tags:    

Similar News