Fact Check: ଫଟୋଟି ଗୁଡିକ ବାଙ୍ଗଲାଦେଶରେ ବନ୍ୟା ସମୟର ନୁହେଁ : ଏହା ହେଉଛି ଏଆଇ ଇମେଜ

ଫଟୋଟି ଗୁଡିକ ବାଙ୍ଗଲାଦେଶରେ ବନ୍ୟା ସମୟର ନୁହେଁ : ଏହା ହେଉଛି ଏଆଇ ଇମେଜ

Update: 2024-08-30 03:11 GMT

bangladesh

   

କେତେବେଳେ ପ୍ରତିଶୋଧ ର ନିଆଁ ରେ ଜଳୁଛି ତ କେତେବଳେ ବନ୍ୟାରେ ବୁଡୁଛି, ଏଭଳିକିଛି ସ୍ଥିତି ବିଗତ ଦିନରେ ବାଙ୍ଗଲାଦେଶରେ ଦେଖାଦେଇଛି । ବ୍ୟାପକ ହିଂସା ମଧ୍ୟରେ ବର୍ତ୍ତମାନ ବାଙ୍ଗଲାଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ବନ୍ୟା ସଂସ୍ପର୍ଶରେ ଆସି ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜଧାନୀ ଢାକା ଏବଂ ମୁଖ୍ୟ ବନ୍ଦରର ସହର ଚଟଗାଓଁ ମଧ୍ୟରେ ରାଜପଥ ଓ ରେଳ ଲାଇନ ନଷ୍ଟ ହୋଇଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଅନ୍ୟପଟେ ବାଙ୍ଗଲାଦେଶ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଯେ ,ବନ୍ୟା ପ୍ରପୀଡ଼ିତ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ପ୍ରଶାସନ ସମସ୍ତ ଆବଶ୍ୟକ ପଦକ୍ଷେପ ନେଇଛି । ଭବିଷ୍ୟତରେ ଆମେ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ପଡୋଶୀ ଦେଶ ସହ ଆଲୋଚନା ଆରମ୍ଭ କରିଛୁ ବୋଲି ସେ କହିଛନ୍ତି ।

ଇତି ମଧ୍ୟରେ ବନ୍ୟା ସମୟର କିଛି କରୁଣ ଦୃଶ୍ୟ ସୋସିଆଲ ମିଡିଆରେ ଦେଖାଦେଇଛି । ୟୁଜର୍ସ ଏହି ଫଟୋ ଗୁଡିକୁ ବାଙ୍ଗଲାଦେଶରେ ସୃଷ୍ଟି ହୋଇଥିବା ଜଳପ୍ରଳୟ ସମୟର ବୋଲି ଦାବି କରି ସେୟାର କରିଛନ୍ତି ।

ଦାବି ୧:  ଭାଇରାଲ ଫଟୋରେ ଦେଖାଦେଇଛନ୍ତି ଜଣେ ଗର୍ଭବତୀ ମହିଳା ଯିଏକି ବନ୍ୟାଜଳ ଭିତରେ ଠିଆ ହୋଇରହିଛନ୍ତି । ପଛପଟେ କିଛି ଶବ ଭାସୁଥିବାର ମଧ୍ୟ ଦେଖାଯାଏ । ସତେଯେପରି ଜନନୀ ଯନ୍ତ୍ରଣା ବୋଝ ଉପରେ ଜଳ ଯନ୍ତ୍ରଣା ଲଳିତାବିଡା ସଦୃଶ ସାଜି ଆସିଛି ।

ସୋସିଆଲ ମିଡିଆରେ ୟୁଜର୍ସ ଏହି ଫଟୋକୁ ସେୟାର କରି ଲେଖିଛନ୍ତି " A heartbreaking scene from the floods in Bangladesh: a pregnant woman in waist-deep water, surrounded by tragedy. This is the harsh reality of the immense suffering and loss in the region. Bangladesh needs urgent aid and effective disaster management. We must act now".

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ " ବାଙ୍ଗଲାଦେଶରେ ବନ୍ୟା ପରିସ୍ଥିତିରୁ ଏକ ହୃଦୟ ବିଦାରକ ଦୃଶ୍ୟ: ଅଣ୍ଟା ଗଭୀର ପାଣିରେ ଜଣେ ଗର୍ଭବତୀ ମହିଳା, ଅଣ୍ଟାଉଚ୍ଚ ପର୍ଯ୍ୟନ୍ତ ବନ୍ୟା ଜଳରେ ବନ୍ଦୀ ହୋଇ ରହିଛନ୍ତି । ଉକ୍ତ ଅଞ୍ଚଳଟି ବହୁ କ୍ଷତିଗସ୍ତ ହୋଇଛି ଯାହା ଏହି ଫଟୋ ବୟାନ କରୁଛି । ଏଭଳି ସ୍ଥିତିରେ ଆମେ ସାହାଯ୍ୟ କରିବା ନିହାତି ଆବଶ୍ୟକ' ।


ଦାବି ୨: ସେହିପରି ଆଉ ଗୋଟିଏ ଫଟୋରେ ଗୋଟିଏ କୋମଳମତି ଶିଶୁଟିକୁ ତା ବାପା ବନ୍ୟାଜଳ ରୁ ବଞ୍ଚାଇ ନିଜ ଛାତିରେ ଚାପି ଧରିଛି। ଅନ୍ୟପଟେ ଯୁବକ ଜଣଙ୍କ ନିଜେ ଜଳଭିତରେ ଫସି ରହିଥିବା ଅବସ୍ଥାରେ ଅଛନ୍ତି। ଯୁବକଙ୍କ ମୁହଁହିଁ ବଖାଣୁଛି ପୀଡା ଏବଂ ବନ୍ୟାର ସଂଘର୍ଷର କାହାଣୀ ।

ୟୁଜର୍ସ ଉକ୍ତ ଫଟୋ ଟି ବାଙ୍ଗଲାଦେଶରେ ବନ୍ୟା ସମୟର ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।




ଦାବି ୨: ଅନ୍ୟପଟେ ଆଉଗୋଟିଏ ଛୋଟିଆ ଛୁଆଟିଏ ପାଣି ଭିତରୁ ଅନାଇ ରହିଛି। ସତେଯେମିତି ପାଟିରେ ନକହିପାରିଲେ ମଧ୍ୟ ଆଖିରେ ସାହାଯ୍ୟର ହାତକୁ ଅନାଇ ରହିଛି । ୟୁଜର୍ସ ଉକ୍ତ ଫଟୋ ଗୁଡିକୁ ବାଙ୍ଗଲାଦେଶରେ ଘଟିଥିବା ବନ୍ୟା ସମୟର ବୋଲି ଦାବି କରି ସେୟାର କରିଛନ୍ତି ।




 

ସତ୍ୟାସତ୍ୟ : ଅନୁସନ୍ଧାନରୁ ଜଣାଯାଏଯେ ଉକ୍ତ ଫଟୋ ଗୁଡିକ କ୍ୟାମେରାରେ କଏଦ ହୋଇନାହିଁ ବରଂ ଏଆଇ ଦ୍ୱାରା ନିର୍ମିତ ହୋଇଛି ।

ଦାବି ୧: ଫଟୋଟିକୁ is it ai ଦ୍ୱାରା ପରୀକ୍ଷଣ କରି ଜଣାଗଲା ଯେ ଫଟୋଟି ୫୮ % ମାନବ ଦ୍ୱାରା ନିର୍ମିତ ।

ସେହିପରି ହାଇଭ ମୋଡ଼ରେସନ ରେ ଟେଷ୍ଟ କରିବାରୁ ଏହା ୧୯% ଏଆଇ ଦ୍ୱାରା ନିର୍ମିତ ହୋଇଛି ବୋଲି ରିପୋର୍ଟ ରେ ପ୍ରକାସ ପାଇଛି।




 ଦାବି ୨: ଫଟୋଟିକୁ is it ai ଦ୍ୱାରା ପରୀକ୍ଷଣ କରି ଜଣାଗଲା ଯେ ଫଟୋଟି ୮୪ % ମାନବ ଦ୍ୱାରା ନିର୍ମିତ । ଅଧିକ ସୂଚନା ଦେଇ is it ai ରିପୋର୍ଟ ପ୍ରଦାନ କରିଛି ପ୍ରାୟତଃ ମିଡଜର୍ନି ଦ୍ୱାରା ଏହା ନିର୍ମିତ ହୋଇଥିବା ବେଳେ ଏସଡବ୍ଲୁ ଦ୍ୱାରା ଏଡିଟ୍ କିମ୍ବା ନିର୍ମାଣ ସଦୃଶ ।

ସେହିପରି ହାଇଭ ମୋଡ଼ରେସନ ରେ ଟେଷ୍ଟ କରିବାରୁ ଏହା ୯୯.୮% ପ୍ରତିସତ ଏଆଇ ଦ୍ୱାରା ନିର୍ମିତ ହୋଇଛି ବୋଲି ରିପୋର୍ଟ ରେ ପ୍ରକାସ ପାଇଛି । ଯେଉଁଥିରେ .୯୯ ଏଆଇ, .୯୨ ଡାଲଏର ରିପୋର୍ଟ ପ୍ରକାଶ ପାଇଛି ।





ଦାବି ୩:  ଫଟୋଟିକୁ is it ai ଦ୍ୱାରା ପରୀକ୍ଷଣ କରି ଜଣାଗଲା ଯେ ଫଟୋଟି ୬୯ % ମାନବ ଦ୍ୱାରା ନିର୍ମିତ । ଅଧିକ ସୂଚନା ଦେଇ is it ai ରିପୋର୍ଟ ପ୍ରଦାନ କରିଛି ପ୍ରାୟତଃ ମିଡଜର୍ନି ଦ୍ୱାରା ଏହା ନିର୍ମିତ ହୋଇଥିବା ବେଳେ ଏସଡବ୍ଲୁ ଦ୍ୱାରା ଏଡିଟ୍ କିମ୍ବା ନିର୍ମାଣ ସଦୃଶ।

ସେହିପରି ହାଇଭ ମୋଡ଼ରେସନ ରେ ଟେଷ୍ଟ କରିବାରୁ ଏହା ୯୧.୪% ପ୍ରତିସତ ଏଆଇ ଦ୍ୱାରା ନିର୍ମିତ ହୋଇଛି ବୋଲି ରିପୋର୍ଟ ରେ ପ୍ରକାସ ପାଇଛି । ଯେଉଁଥିରେ .୯୧ ଏଆଇ ଦ୍ୱାରା ନିର୍ମିତ, .୬୧ ମିଡଜର୍ଣ୍ଣୀ, .୨୫ ଷ୍ଟାବଲେଡଡିଫ୍ୟୁଜନ୍ ଦ୍ୱାରା ନିର୍ମିତ ହୋଇଥାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।




 ଉକ୍ତ ଭାଇରାଲ ଫଟୋ ଗୁଡିକୁ ଅନୁସନ୍ଧାନ କରିବାକୁଯାଇ କୁଇଣ୍ଟ୍ ଡିଜିଟାଲ ମିଡିଆର ୱେବକୁଫ୍ ଟିମ୍ ମଧ୍ୟ ଏହାକୁ ତର୍ଜମା କରିଛି। ଯେଉଁଥିରେ ଉକ୍ତ ୩ଟି ଭାଇରାଲ ଫଟୋ ଏଆଇ ଦ୍ୱାରା ନିର୍ମିତ ବୋଲି ଦର୍ଶାଯାଇଛି ।

ତେଣୁ ଉପରକ୍ତ ଅନୁସନ୍ଧାନ ରୁ ଜଣାଯାଏଯେ ଭାଇରାଲ ହେଉଥିବା ଉପରୋକ୍ତ ଫଟୋ ଗୁଡିକ ବାଙ୍ଗଲାଦେଶରେ ଘଟିଥିବା ବନ୍ୟା ସହ କୌଣସି ସମ୍ପର୍କ ନାହିଁ । ବିଭିନ୍ନ ଏଆଇ ପରୀକ୍ଷଣ ସଫ୍ଟୱେର ରିପୋର୍ଟ ଅନୂଯାଇ, ଭାଇରାଲ ଫଟୋ ଗୁଡିକ କୌଣସି କ୍ୟାମେରେ ରେ ଉତ୍ତୋଳନ କରାଯାଇନାହିଁ ଏହା ଏଆଇ ଦ୍ୱାରା ନିର୍ମିତ ।


Claim :  ବାଙ୍ଗଲାଦେଶରେ ସୃଷ୍ଟି ହୋଇଥିବା ବନ୍ୟାର କିଛି ଦାରୁଣ ଦୃଶ୍ୟ
Claimed By :  Social Media Users
Fact Check :  False
Tags:    

Similar News