Fact Check: ଧର୍ମାନ୍ତିକରଣକୁ ନେଇ ଧମକ ନଥିଲା ସତ, ଥିଲା ଯାତ୍ରାର ସଂଳାପ

ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଉକ୍ତ ଘଟଣାଟି ଏକ ଯାତ୍ରା ମଞ୍ଚରେ ଘଟିଥିଲା, ଯାହାକି ସମ୍ପୂର୍ଣ୍ଣ ସଂଳାପ ଭିତ୍ତିକ ଥିଲା । ଏବଂ ଆହତ ହୋଇଥିବା ଉଭୟ କଳାକାର ହେଉଛନ୍ତି ହିନ୍ଦୁ ସମ୍ପ୍ରଦାୟର

Update: 2024-10-05 09:16 GMT

 communal claims

ଯାତ୍ରାରେ ଅଭିନୟ କରୁଥିଲେ କଳାକାର, ତେବେ ଅଭିନୟ ଏତେ ମନମୁଗ୍ଧକର ଥିଲା ଯେ ଯାତ୍ରା ଦେଖୁଥିବା ଦର୍ଶକଙ୍କ ରକ୍ତ ଗରମ ହୋଇ ଉଠିଥିଲା । ଫଳରେ ଜଣେ ଦର୍ଶକ ଯାତ୍ରା ପେଣ୍ଡାଲକୁ ଚଢ଼ି ଅଭିନୟ କରିଥିବା କଳାକାର ଦୁଇଜଣଙ୍କୁ କରିଥିଲେ ଆକ୍ରମଣ । କିଛି ଏଭଳି ଘଟଣା ଘଟିଛି ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ।

ଆଧୁନିକ ସମୟରେ ଯାତ୍ରାର ଲୋକପ୍ରିୟତା ଧୀରେଧୀରେ କମିବାରେ ଲାଗୁଥିବା ବେଳେ ଚିନ୍ତାରେ ଯାତ୍ରା କଳାକାର ଏବଂ ଯାତ୍ରାପାଟିର ମାଲିକ । ଦିନ ଥିଲା ଯାତ୍ରା ଟିକଟ ପାଇଁ ଲମ୍ବା ଲାଇନ ଲାଗୁଥିଲା ହେଲେ ବର୍ତ୍ତମାନର 7D ଏବଂ ଓଟିଟି ଜମାନାରେ ଦର୍ଶକଙ୍କ ଏତେଟା ଭିଡ଼ ଜମୁନଥିବା ଦେଖା ଦେଇଛି । ତେବେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାରର ପଦେଖପ ନେଉଥିବାର ଦେଖା ଦେଇଛି । କିଛି ଯାତ୍ରାରେ ଏସି ଆୟୋଜନ କରାଯାଇଥିବା ବେଳେ କିଛି ସ୍ଥାନରେ ନଗ୍ନନୃତ୍ୟରସାହାରା ନେଇଛନ୍ତି ଯାତ୍ରା ମାଲିକ । ନଗ୍ନନୃତ୍ୟ ପରିବେଷଣ କୁ ନେଇ ବିଭିନ୍ନ ବାଦବିବାଦ ଦେଖାଦେଇଥିବା ବେଳେ, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦୁଇଜଣ ବ୍ୟକ୍ତି ଧର୍ମାନ୍ତିକରଣକୁ ନେଇ କିଛି ମନ୍ତବ୍ୟ ଦେଉଥିବା ବେଳେ ଆଉଜଣେ ବ୍ୟକ୍ତି ହଠାତ୍ ଉଠି ଆସି ତାଙ୍କୁ ଆକ୍ରମଣ କରିବାର ଦେଖା ଦେଇଛି । ୟୁଜର୍ସ ଏହାକୁ ଏକ ଧର୍ମାନ୍ତିକରଣ ବ୍ୟାଖ୍ୟା ସହ ଭିଡିଓ ଟିକୁ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖା ଦେଇଛି ।


Full View


ସତ୍ୟାସତ୍ୟ :

ଦାବିରେ ନାହିଁ କୌଣସି ସତ୍ୟତା । ଏହା ଥିଲା ଏକ ଯାତ୍ରାର ଅଭିନୟ ମାତ୍ର, କଳାକାର ଦୁଇଜଣ ହେଉଛନ୍ତି ହିନ୍ଦୁ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ

ଅନୁସନ୍ଧାନ କରିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ସର୍ଚ୍ଚ କରିଥିଲୁ। ଯାହା ଆମକୁ ଏକ ୟୁଟ୍ୟୁବ ଚ୍ୟାନେଲକୁ ନେଇ ଯାଇଥିଲା ।

'ଯାତ୍ରା କଳାକାରଙ୍କୁ ମାଡ଼ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ' ଶୀର୍ଷକ ସହ ଉକ୍ତ ଭିଡିଓ ଟି Golapa Vlogs ନାମକ ଜଣେ ୟୁଟ୍ୟୁବର ଉକ୍ତ ଭିଡିଓ କୁ ନିଜ ଚ୍ୟାନେଲରେ ଅପଲୋଡ଼ କରିଛନ୍ତି । ଉକ୍ତ ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୫୦୯ ଜଣ ଦେଖିଥିବାର ଜଣାଯାଇଛି । ଅପଲୋଡ଼ ହୋଇଥିବା ଭିଡିଓଟି ଭାଇରାଲ ଭିଡିଓ ଠାରୁ କିଛି ଅଂଶ ବଡ଼ ହୋଇଥିବାରୁ ଭିଡିଓର ଶେଷ ପର୍ଯ୍ୟାୟରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଆସିଥିବାର ଦେଖା ଦେଇଦେଇଛି ।

Full View

ଅଧିକ ଅନୁସନ୍ଧାନ କରିବାରୁ ଧରିତ୍ରୀ ଏନେଇ ଏକ ବିସ୍ତୃତ ଖବର ପ୍ରସାରିତ କରିଥିଵାର ଜାଣିବାକୁ ପାଇଥିଲୁ । ଖବର ପ୍ରକାଶ କରି ଧରିତ୍ରୀ ଉଲ୍ଲେଖ କରିଛି, 'ସମ୍ବଲପୁର ଜିଲା ସଦରଥାନା ଅନ୍ତର୍ଗତ ନକ୍ସାପାଲି ଠାରେ ଚାଲିଥିବା ଯାତ୍ରା ମଞ୍ଚକୁ ଚଢ଼ି ଦର୍ଶକଙ୍କ ଭଙ୍ଗାରୁଜା ସହ କଳାକାରଙ୍କୁ ଆକ୍ରମଣ କରାଯାଇଥିବା ଖବର ମିଳିଛି। ମଙ୍ଗଳବାର ସନ୍ଧ୍ଯାରେ ସ୍ଵର୍ଣ୍ଣ ମହଲ ଯାତ୍ରା ଦଳ ପକ୍ଷରୁ ନାଟକ ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’ ମଞ୍ଚସ୍ଥ ହୋଇଥିଲା। ଏଥିରେ ରହିଥିବା ଏକ ଧର୍ମାନ୍ତରୀକରଣ ଦୃଶ୍ୟରେ କଳାକାରଙ୍କ ଜୀବନ୍ତ ଅଭିନୟକୁ ନେଇ ଦର୍ଶକ ଭାବବିହ୍ବଳ ହୋଇ ପଡ଼ିଥିଲେ' ।

'ଏଥିରେ ଜଣେ ହିନ୍ଦୁ ବ୍ଯକ୍ତିଙ୍କୁ ଗୋମାଂସ ଖୁଆଇବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ କରି ଜଣେ ଉତ୍ଯକ୍ତ ଦର୍ଶକ ସିଧା ମଞ୍ଚ ଉପରକୁ ଉଠିଯାଇ ଚୌକି ଆଦି ଫିଙ୍ଗାଫୋପଡ଼ା ତଥା ମଞ୍ଚ ଭଙ୍ଗାରୁଜା କରିବା ସହ କଳାକାରଙ୍କୁ ମଧ୍ଯ ମାଡ଼ ମାରିଥିଲେ। ଫଳରେ କିଛି ସମୟ ପାଇଁ ଏଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ସାମୟିକ ଭାବେ ନାଟକଟି ବନ୍ଦ ରହିଥିଲା। ପରେ ସ୍ଥାନୀୟ ଲୋକେ ଏଥିରେ ହସ୍ତକ୍ଷେପ କରି ଉତ୍ଯକ୍ତ ଦର୍ଶକଙ୍କୁ ବୁଝାସୁଝା କରିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା' ।

ଓଡ଼ିଶା ରିପୋର୍ଟର ଉକ୍ତ ଭିଡିଓ କୁ ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରି ଉଲ୍ଲେଖ କରିଛି, " ମଞ୍ଚରେ ଜୀବନ୍ତ ଅଭିନୟ ଦେଖି ରାଗିଗଲେ ଦର୍ଶକ । ମଞ୍ଚରେ ଚଢ଼ି ଭିଲେନକୁ ପିଟିଲେ। ବୋତଲ ମାଡ଼ କରି ବିରୋଧ ଜଣାଇଲେ ଦର୍ଶକ। ସମ୍ବଲପୁରରେ ଯାତ୍ରା ଚାଲୁଥିବା ବେଳେ ଘଟିଛି ଏପରି ଘଟଣା" ।

ତେଣୁ ଏଥିରୁ ଜଣାଯାଏ ଯେ, ଏହା ସମ୍ପୂର୍ଣ୍ଣ ସଂଳାପ ଭିତ୍ତିକ ଅଭିନୟ ମାତ୍ର ।


ତେବେ ଯେତେବେଳେ ଆମେ ସମ୍ବଲପୁରରେ ଯାତ୍ରା କଳାକାରଙ୍କୁ ଆକ୍ରମଣ ଲେଖି ଅନୁସନ୍ଧାନ କରିଥିଲୁ, କିଛି ଗଣମାଧ୍ୟମ ଏନେଇ ଖବର ପ୍ରସାରଣ କରିଥିବାର ଦେଖବାକୁ ପାଇଥିଲୁ ।

କଳିଙ୍ଗ ଟିଭି ଏନେଇ ଖବର ପରିବେଶଣ କରି ସୂଚନା ଦେଇଛି ଯେ, 'ସମ୍ବଲପୁରରେ ଯାତ୍ରା ଚାଲିଥିବା ବେଳେ ଯାତ୍ରା କଳାକାରଙ୍କୁ ଆକ୍ରମଣ'


Full View


Prameya News7 ପରିବେଶିତ ଖବର ଅନୁଯାୟୀ, ଜଣେ ଦର୍ଶକଙ୍କ ଆକ୍ରମଣରେ ଯାତ୍ରାର ଦୁଇ କଳାକାର ଆକ୍ରମଣର ଶିକାର ହୋଇଥିଲେ । ଜଣେ କଳାକାରଙ୍କ ନାଁ ଶୁବାସ ବେହେରା ଆଉଜଣେ ହେଉଛନ୍ତି ନବ ଘୋଷ । 

Full View

ଏଥିରୁ ପମାଣିତ ହେଲା ଯେ, ଯାତ୍ରାରେ ଅଭିନୟ କରୁଥିବା ଉଭୟ କଳାକାର ହେଉଛନ୍ତି ହିନ୍ଦୁ ସମ୍ପ୍ରଦାୟର ।

ତେଣୁ, ଏଥିରୁ ପ୍ରମାଣିତ ହେଲାଯେ ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଉକ୍ତ ଘଟଣାଟି ଏକ ଯାତ୍ରା ମଞ୍ଚରେ ଘଟିଥିଲା, ଯାହାକି ସମ୍ପୂର୍ଣ୍ଣ ସଂଳାପ ଭିତ୍ତିକ ଥିଲା । ଏବଂ ଆହତ ହୋଇଥିବା ଉଭୟ କଳାକାର ହେଉଛନ୍ତି ହିନ୍ଦୁ ସମ୍ପ୍ରଦାୟର । 

Claim :  ୧୦୦ ହିନ୍ଦୁଙ୍କୁ ମୁସଲମାନରେ ବଦଳାଇଦେବା ପାଇଁ କହିବାରୁ ପାଇଲେ ଉଚିତ ଜବାଵ
Claimed By :  Social media users
Fact Check :  Misleading
Tags:    

Similar News