Fact Check: ପ୍ରକୃତ ଫଟୋରେ ଅରବିନ୍ଦ କେଜରିୱାଲଙ୍କ ମାତାପିତାଙ୍କୁ ନମସ୍କାର କରୁଛନ୍ତି ଉଦ୍ଧବ ଠାକରେ

Update: 2024-08-23 07:33 GMT
odia


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଶିବସେନା ଯୁବବିଟି ନେତା ଉଦ୍ଧବ ଠାକ୍‌ରେ । ମହା ବିକାଶ ଅଗାଡି (ଏମ୍‌ଭିଏ) ପକ୍ଷରୁ ଆୟୋଜିତ ଏକ ରାଲିରୁ ସେ କହିଛନ୍ତି, ମୋଦି ଲାଲକିଲ୍ଲାରେ କହିଛନ୍ତି "ଏକ ଧର୍ମନିରପେକ୍ଷ ସମ୍ବିଧାନ ଅଛି, ତେବେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୁତ୍ୱ ଛାଡିଦେଇଛନ୍ତି କି? ଯଦି ତୁମର ସାହସ ଅଛି ତେବେ ତୁମେ ୱାକଫ ବୋର୍ଡ ବିଲ ପାସ କରି ଦେଖାଇଲ ନାହିଁ । ଯଦି ଆପଣ ୱାକଫ ବୋର୍ଡ ଜମି ଶିଳ୍ପପତିମାନଙ୍କୁ ଦେବାକୁ ଯାଉଛନ୍ତି ତେବେ ଏହା ଘଟିବ ନାହିଁ, ଯେପରି ତୁମେ ଅନେକ ସ୍ଥାନରେ ହିନ୍ଦୁ ମନ୍ଦିର ଲୁଟ କରିଛ, ଏମିତି ଆମେ କରିବାକୁ ଦେବୁ ନାହିଁ । ମହା ବିକାଶ ଅଗାଡି (ଏମ୍‌ଭିଏ) ଏକ ବିଶାଳ ସମାବେଶର ଆୟୋଜନ କରିଛି। ଏହି ରାଲିରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଏନସିପି (ଶରଧାଚନ୍ଦ୍ର ପାୱାର) ସୁପ୍ରିମୋ ଶରଦ ପାୱାର ଏବଂ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ସମ୍ବୋଧିତ କରିଛନ୍ତି ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଉଦ୍ଧବ ଠାକରେ ରାହୁଲ ଗାନ୍ଧୀଙ୍କୁ ନତମସ୍ତକ ହୋଇ ନମସ୍କାର କରୁଥିବା ବେଳେ ଅପର ପାର୍ଶ୍ଵରେ ଅଛନ୍ତି ବିରୋଧିଦଳ ନେତା ରାହୁଲ ଗାନ୍ଧୀ ।

ଉକ୍ତ ଫଟୋଟିକୁ ସୋସିଆଲ ମିଡିଆରେ ୟୁଜର୍ସ ଖୁବ ଜୋରରେ ଭାଇରାଲ କରୁଥିବା ବେଳେ, କିଛି ୟୁଜର୍ସ ଠାକରେଙ୍କୁ ସମାଲୋଚନା କରିଥିଵାର ଦେଖା ଦେଇଛି । ଜଣେ ୟୁଜର୍ସ ହିନ୍ଦୀରେ ଲେଖିଛନ୍ତି " एक असली मराठा क्या "इस" उद्धव ठाकरे को वोट देगा" ?

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ "କଣ ଜଣେ ପ୍ରକୃତ ମରାଠା ଉଦ୍ଧବଙ୍କୁ ଭୋଟ୍ ଦେବ" ?

ସେହିପରି ଆଉଜଣେ ୟୁଜର୍ସ ଲେଖିଛନ୍ତି " ଦେଖନ୍ତୁ ଏହା ହେଉଛି ପ୍ରକୃତ ସତ୍ୟ " 



ସତ୍ୟାସତ୍ୟ: ଉକ୍ତ ଦାବିରେ କୌଣସି ସତ୍ୟତା ନଥିବାର ଜଣାଯାଇଥିବା ବେଳେ, ଭାଇରାଲ ଫଟୋଟି ଏଡିଟ୍ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାକୁ ଯାଇ ଆପ୍ ସୋସିଆଲ ମିଡିଆରେ ଏକ ଫଟୋ ୮ ଅଗଷ୍ଟ ୨୦୨୪ ରେ ପୋଷ୍ଟ କରାଯାଇଥିବାର ଦେଖାଯାଏ । ଯେଉଁଥିରେ ଉଲ୍ଲେଖ ରହିଛି, ଅରବିନ୍ଦ କେଜରିୱାଲଙ୍କ ମାତାପିତାଙ୍କୁ ଭେଟିଲେ ଉଦ୍ଧବ ଠାକରେ । 




ଯେତେବେଳେ ଏ ନେଇ ଅଧିକ ଅନୁସନ୍ଧାନ କରି ଗୁଗୁଲରେ "କେଜରିୱାଲଙ୍କ ମାତା ପିତାଙ୍କୁ ଭେଟିଲେ ଉଦ୍ଧବ ଠାକରେ" ଲେଖି ଅନୁସନ୍ଧାନ କରିଥିଲୁ ।

ଏନଡିଟିଭି ଏ ନେଇ ଏକ ଖବର ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଵାର ଦେଖିବାକୁ ପାଇଥିଲୁ । ଉକ୍ତ ପୋଷ୍ଟ ରେ ଫଟୋଟି ସେୟାର କରାଯାଇଥିବା ବେଳେ , ଉଦ୍ଧବ ଠାକରେ ଅରବିନ୍ଦ କେଜରିୱାଲଙ୍କ ଧର୍ମପତ୍ନୀ ଏବଂ ତାଙ୍କ ମାତାପିତାଙ୍କୁ ଭେଟିଥିବାର ଉଲ୍ଲେଖ ରହିଥିଲା । ସାକ୍ଷାତକାର ସମୟରେ ଆପ୍ ର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିବାର ପୋଷ୍ଟରେ ସୂଚନା ରହିଛି ।

ଉକ୍ତ ଘଟଣା କୁ ନେଇ ମିଡ୍ ଡେ ଏକ ଖବର ପ୍ରସାରଣ କରି ସମାନ ସୂଚନା ସହ ଉକ୍ତ ଫଟୋଟିକୁ ନିଜ ଖବରରେ ସ୍ଥାନ ଦେଇଥିବାର ଦେଖାଯାଏ।

ଉପରୋକ୍ତ ବିଭିନ୍ନ ଖବର ପ୍ରସାରଣ କରିବାରୁ ଜଣାଯାଏଯେ ପ୍ରକୃତରେ ଉଦ୍ଧାବ ଠାକରେ ଅରବିନ୍ଦ କେଜରିୱାଲଙ୍କ ମାତାପିତାଙ୍କୁ ନମସ୍କାର କରିଛନ୍ତି ।




ଅଧିକ ଅନୁସନ୍ଧାନ କରିବାକୁ ଯାଇ ଉଦ୍ଧବ ଠାକରେ ଏବଂ ରାହୁଲ ଗାନ୍ଧୀଙ୍କମଧ୍ୟରେ ସାକ୍ଷାତକାର ବୋଲି ଗୁଗୁଲରେ ସର୍ଚ୍ଚ କରିବାରୁ, ୭ ଅଗଷ୍ଟ ରେ ଏଏନଆଇ ନିଜ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଉଲ୍ଲେଖ କରିଛି " ମହାରାଷ୍ଟ୍ର ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ( ୟୁଟିବି ) ର ମୁଖ୍ୟ କଂଗ୍ରେସ ମୁଖ୍ୟ ମଲ୍ଲୀକାର୍ଜୁନ ଖଡଗେ ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତକାର କରିଛନ୍ତି" ।

ଉକ୍ତ ଫଟୋରେ ରାହୁଲ ଏକ ଫୁଲତୋଡା ଧରି ଫଟୋ ପୋଜ୍ ଦେଉଥିବାର ଦେଖା ଦେଇଛି, ଯାହାକି ଭାଇରାଲ ଫଟୋ ସହ ସମତୁଳ । ତେଣୁ ଏଥିରୁ ଜଣାଯାଏଯେ ଦୁଇଟି ଫଟୋକୁ ଏଡିଟ୍ କରି ଯୋଡ଼ାଯାଇଛି । 




ତେଣୁ ଦାବିରେ କୌଣସି ସତ୍ୟତା ନଥିବାର ପ୍ରମାଣିତ ହୋଇଛି । ଭାଇରାଲ ଫଟୋଟିକୁ ଏଡିଟ୍ କରାଯାଇଥିବା ବେଳେ, ପ୍ରକୃତରେ ଉଦ୍ଧବ ଠାକରେ ରାହୁଲ ଗାନ୍ଧୀଙ୍କୁ ନୁହେଁ ବରଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମାତାପିତାଙ୍କୁ ନମସ୍କାର କରୁଛନ୍ତି ।


Claim :  ବିରୋଧୀ ଦଳ ନେତାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଉଦ୍ଧବ ଠାକରେ
Claimed By :  Social Media Users
Fact Check :  False
Tags:    

Similar News