Fact Check: ଟ୍ରମ୍ଫଙ୍କ ବିଜୟ ଉଦବୋଧନ ସମୟରେ ମୋଦି ମୋଦି ନାରା ପଛରେ ଏହା ରହିଛି ସତ୍ୟତା
ଟ୍ରମ୍ଫ ଏବଂ ମୋଦିଙ୍କ ବନ୍ଧୁତା ସାରା ବିଶ୍ୱରେ ଚର୍ଚ୍ଚା ସତ ହେଲେ ଟ୍ରମ୍ଫଙ୍କ ବିଜୟ ସଭାରେ ମୋଦି ମୋଦି ନୁହେଁ ବବି ବବି ବୋଲି ନାରା ଦିଆଯାଇଥିଲା
ପୁଣି ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଐତିହାସିକ ବିଜୟରେ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତରେ ୨୦୧୯ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ହାଓଡି ମୋଦିଠୁ ନେଇ ୨୦୨୦ ୟୁଏସ୍ଏ ନିର୍ବାଚନ ପୂର୍ବରୁ ଆମେରିକାରେ ମୋଦିଙ୍କ ନମସ୍ତେ ଟ୍ରମ୍ପ୍ କାର୍ଯ୍ୟକ୍ରମ। ଦୁଇ ନେତାଙ୍କ ବନ୍ଧୁତ୍ୱର କାହାଣୀ ସାରା ବିଶ୍ୱରେ ଚର୍ଚ୍ଚା ।
ସେହିଭଳି ଟ୍ରମ୍ଫକୁ ଶୁଭେଚ୍ଛା ଜଣାଇ ଟ୍ରମ୍ଫଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି କହିଛନ୍ତି, 'ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା' । ସେହିପରି ବିଜୟ ପରେ ଜନସାଧାରଣଙ୍କୁ ଉଦଵୋଧନ ଦେଇ ସାରା ଆମେରିକା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ଫ ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଟ୍ରମ୍ଫ ଉଦଵୋଧନ ଦେବା ବେଳେ ଜଣେ ବ୍ୟକ୍ତିଙ୍କୁ ବିଜୟର ଶ୍ରେୟ ଦେବା ବେଳେ ସେଠାରେ ଉପସ୍ଥିତ ଥିବା ଜନସାଧାରଣ, ମୋଦି ମୋଦି ନାରା ଲଗାଉଛନ୍ତି ବୋଲି ଭିଡିଓ ସେୟାର କରୁଥିବା ୟୁଜର୍ସ ଦାବି ରଖିଛନ୍ତି ।
ଜଣେ ୟୁଜର୍ସ YouTube ରେ ଉକ୍ତ ଭିଡିଓକୁ ଅପଲୋଡ଼ କରି 'ମୋଦି ମୋଦି' ଲେଖିଛନ୍ତି । ଉକ୍ତ ଭିଡିଓ ଉପରେ ଇଂରାଜୀରେ ଲେଖା ହୋଇଛି ଟ୍ରମ୍ଫଙ୍କ ବିଜୟୀ ପରେ ମୋଦି ମୋଦି ନାରା ।
ସେହିପରି କଣ୍ଟାମାଳର ଜଣେ ବିଜେପି ନେତା ଉକ୍ତ ଭିଡିଓକୁ ସେୟାର କରି ଲେଖିଛନ୍ତି, 'ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଟ୍ରମ୍ଫଙ୍କ ବିଜୟୀ ଭାଷଣରେ ସଭାସ୍ଥଳ ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା' ।
ସେହିପରି ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଉକ୍ତ ଭିଡିଓକୁ ସେୟାର କରିଥିଵାର ଦେଖାଯାଇଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଉକ୍ତ ଭିଡିଓରେ ମୋଦି ମୋଦି ନୁହେଁ, ବୋବି ବୋବି ବୋଲି ନାରା ଦେଉଥିଲେ ସେଠାରେ ଉପସ୍ଥିତ ଥିବା ଜନସାଧାରଣ ।
ଭାଇରାଲ ଭିଡିଓର କମେନ୍ଟ ଗୁଡ଼ିକ ପଢିବାରୁ ଜଣାଯାଏ ଯେ, କିଛି ୟୁଜର୍ସ ଲେଖିଛନ୍ତି ସେମାନେ ବୋବି କହୁଛନ୍ତି ମୋଦି ନୁହେଁ ।
ସେହିପରି ଆଉଜଣେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଲେଖିଛନ୍ତି, Trump in his victory speech tells Bobby have a good time (fixing healthcare, MAHA).
ଯାହାର ଓଡ଼ିଆ ଅର୍ଥ ହେଉଛି ଟ୍ରମ୍ପ ତାଙ୍କ ବିଜୟ ଭାଷଣରେ ବବିଙ୍କୁ ଭଲ ସମୟ କଟାନ୍ତୁ ବୋଲି କହିଛନ୍ତି । ଠିକ୍ ସେହି ସମୟରେ ଉକ୍ତ ନାରା ଦେବା ଆରମ୍ଭ କରିଥିଲେ ସେଠାରେ ଥିବା ଜନସାଧାରଣ ।
ସେହିପରି ଜଣେ ହାସ୍ୟ ଚଳଚିତ୍ର ନିର୍ମାତା ଉକ୍ତ ଭିଡିଓକୁ ସେୟାର କରିବାକୁ ଯାଇ ଲେଖିଛନ୍ତି, Trump Makes America Great Again, Bobby Makes America Healthy Again.
ଯାହାର ଓଡ଼ିଆ ଅର୍ଥ ହେଉଛି, ଟ୍ରମ୍ପ ପୁଣିଥରେ ଆମେରିକାକୁ ମହାନ କରିବାକୁ ଯାଉଛନ୍ତି, ବବି ପୁଣିଥରେ ଆମେରିକାକୁ ସୁସ୍ଥ କରିବାକୁ ଯାଉଛନ୍ତି ।
ଅଧିକ ତଦନ୍ତ କରିବାକୁ ଯାଇ, ଉକ୍ତ କିୱାର୍ଡରେ ଅନୁସନ୍ଧାନ କରିବାରୁ Ndtv World ନିଜ ୱେବସାଇଟରେ ଏନେଇ ଏକ ଖବର ପ୍ରସାରିତ କରିଥିଵାର ଦେଖା ଦେଇଛି ।
ଖବର ପ୍ରସାରିତ କରି NDTV World ଉଲ୍ଲେଖ କରିଛି, Amid chants of "Bobby, Bobby", Mr Trump said vaccine skeptic Robert F Kennedy Jr would “make America healthy again.
ଯାହାର ଓଡ଼ିଆ ଅର୍ଥ ହେଉଛି, "ବବି, ବବି" ର ନାରାକୁ ନେଇ ଟ୍ରମ୍ପ କହିଛନ୍ତି ଯେ ଟିକା ସନ୍ଦେହୀ :ରବର୍ଟ ଏଫ କେନେଡି' ଜୁ ଆମେରିକାକୁ ପୁଣି ସୁସ୍ଥ କରିବେ ।
ସେହିପରି Time ଉଲ୍ଲେଖ କରିଛି, Hinting at what his future administration could look like, Trump said that former independent presidential candidate Robert F. Kennedy Jr. would help to “make America healthy again." Over audience chants of "Bobby! Bobby!" Trump said, "He wants to do some things, and we're going to let him go to it."
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଟ୍ରମ୍ଫ ଉଦବୋଧନ ଦେବା ସମୟରେ ବବି ବବି ବୋଲି ନାରା ଦିଆଯାଇଥିଲା ।
ସୂଚନା ଥାଉକି ,ରବର୍ଟ. ଏଫ କେନେଡି ଯିଏକି ଜୁନିୟର ଜିଏକି ବବି କେନେଡି ବୋଲି ମଧ୍ୟ ଜଣାଶୁଣା। ଆମେରିକାର ପରିବେଶ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱର ଉଠାଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । MAHA ( Make America Healthy Again ) ପଦକ୍ଷେପ ପାଇଁ ମଧ୍ୟ ସିଏ ବେସ୍ ଜଣାଶୁଣା । ଯେଉଁଥିରେ ସିଏ ଅନାବଶ୍ୟକ ଏବଂ କ୍ଷତିକାରକ ଭ୍ୟାକସିନ ଉପରେ ରୋକ ଲଗାଇବାର ପ୍ରୟାସ କରି ଆସିଛନ୍ତି ।
ତେଣୁ ଦାବିରେ ନାହିଁ କୌଣସି ସତ୍ୟତା, ଟ୍ରମ୍ଫ ଏବଂ ମୋଦିଙ୍କ ବନ୍ଧୁତା ସାରା ବିଶ୍ୱରେ ଚର୍ଚ୍ଚା ସତ ହେଲେ ଟ୍ରମ୍ଫଙ୍କ ବିଜୟ ସଭାରେ ମୋଦି ମୋଦି ନୁହେଁ ବବି ବବି ବୋଲି ନାରା ଦିଆଯାଇଥିଲା ।