Fact Check : ଏନସିପି ନେତା ଅଜିତ ପାୱାରଙ୍କ ରୋଡ୍ ସୋ ସମୟରେ ପାକିସ୍ତାନୀ ପତାକା ଉଡ଼ୁଥିବା ଦାବି କରୁଥିବା ଭାଇରାଲ୍ ଚିତ୍ରଟି ମିଥ୍ୟା

ଭାଇରାଲ ହେଉଥିବା ଫଟୋରେ ଯେଉଁ ପତାକା ଇଡୁଛି ତାହା ହେଉଛି ଇସ୍ଲାମ ଧର୍ମର ଏକ ପ୍ରତିକ ନୁହେଁ ପାକିସ୍ତାନର ଜାତୀୟ ପତାକା

Update: 2024-11-16 06:10 GMT


ଜମୁଛି ମହାରାଷ୍ଟ୍ର ନିର୍ବାଚନ ପ୍ରଚାର, ଭୋଟରଙ୍କ ମନ ଜିଣିବାରେ ଲାଗିଛନ୍ତି ନେତା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ୍‌କୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଅଜିତ ପାୱାରଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ଏନ୍‌ସିପି ନେତା ଅଜିତ ପାୱାର ‘ବଟେଙ୍ଗେ ‌ତୋ କଟେଙ୍ଗେ’ ସ୍ଲୋଗାନ୍‌କୁ ସମର୍ଥନ କରୁନଥିବା କହିଥିବା ବେଳେ ମହାୟୁତି ମେଣ୍ଟରେ ତାଙ୍କ ମେଣ୍ଟ ସହଯୋଗୀ ଫଡ଼ନାବିସ ସ୍ଲୋଗାନକୁ ଦୃଢ଼ ସମର୍ଥନ କରି ଏହା ବାସ୍ତବତାକୁ ଦର୍ଶାଉଛି ବୋଲି କହିଛନ୍ତି ।

ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଦେଇଛି, ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ ନିର୍ବାଚନ ପ୍ରଚାର ସମୟରେ ଏକ ପତାକା ଉଡୁଥିବା ବେଳେ ଉକ୍ତ ପତାକାଟି ପାକିସ୍ତାନର ଜାତୀୟ ପତାକା ବୋଲି ଦାବି କରିଛନ୍ତି ୟୁଜର୍ସ । ନିର୍ବାଚନ ପ୍ରଚାର ବେଳେ ପାକିସ୍ତାନ ପତାକା ଉଡୁଥିବା ଦାବି ନେଇ ସୋସିଆଲ ମିଡିଆରେ ବଚସା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଉକ୍ତ ଫଟୋକୁ ସେୟାର କରି ୟୁଜର୍ସ ଭିନ୍ନଭିନ୍ନ ମତ ରଖିଥିବା ବେଳେ, ବହୁ ୟୁଜର୍ସ ଏହାକୁ ନାପସନ୍ଦ କରିଥିବା ବେଳେ ଦୃଢ଼ ପ୍ରତିବାଦ ସହ ସେୟାର କରିଥିବା ଦେଖାଯାଇଛି ।

ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ୟୁଜର୍ସ , मागे पाकिस्तानू झेंडा फडकला म्हणायचे का, सोंघट्यानो.... ଲେଖି ସେୟାର କରିଥିବା ଦେଖାଦେଇଛି ।

ଯାହାର ଓଡ଼ିଆ ଅର୍ଥ ହେଉଛି, କାହିଁକି ପଛପଟେ ଉଡ଼ୁଛି ପାକିସ୍ତାନ ପତାକା । 





ସତ୍ୟାସତ୍ୟ:

ମହାରାଷ୍ଟ୍ର ନିର୍ବାଚନ ବେଳେ ଏନସିପି ନେତା ଅଜିତ ପାୱାରଙ୍କ ରୋଡ୍ ସୋ ସମୟରେ ପାକିସ୍ତାନ ପତାକା ଉଡ଼ିନଥିଲା ଏହା ଥିଲା ଇସ୍ଲାମ ଧର୍ମର ଏକ ପ୍ରତିକ ।

ଅନୁସନ୍ଧାନ ସମୟରେ Deccanherald ରେ ପ୍ରକାଶିତ ଏକ ଖବର ହସ୍ତଗତ ହୋଇଥିଲା । ୭ ନଭେମ୍ବର୨୦୨୪ ରେ ଖବର ପ୍ରସାରଣ କରି Deccanherald ଉଲ୍ଲେଖ କରିଛି, " This image shows Malik, his daughter, and their associates dressed in the same attire as in the viral photo. The report confirms that on November 7, 2024, Deputy Chief Minister and NCP chief Ajit Pawar participated in roadshows for both Malik and his daughter.

ଯାହାର ଓଡ଼ିଆ ଅନୁବାଦ ହେଉଛି, ଫଟୋରେ ମଲ୍ଲିକ ଏବଂ ତାଙ୍କ ଝିଅ ଏବଂ ତାଙ୍କ ସହ ଥିବା ସମସ୍ତ ନେତା ଯେଉଁ ବସ୍ତ୍ର ପିନ୍ଧିଛନ୍ତି ଭାଇରାଲ ଫଟୋରେ ମଧ୍ୟ ସେହି ବସ୍ତ୍ର ପିନ୍ଧିଛନ୍ତି ତେଣୁ ଉକ୍ତ ଫଟୋ ଦୁଇଟି ଗୋଟିଏ ଦିନର ଘଟଣା । ତଥ୍ୟ ଅନୁଯାୟୀ ୭ ନଭେମ୍ବର ୨୦୨୪ ର ଏହି ଘଟଣା ଯେତେବେଳେ ମଲ୍ଲିକ ଏବଂ ତାଙ୍କ ଝିଅ ପାଇଁ ପ୍ରଚାର କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପାୱାର ଏକ ରୋଡ଼-ଶୋରେ ଯୋଗ ଦେଇଥିଲେ ।

ସେହିପରି ଭାଇରାଲ ଫଟୋକୁ ନେଇ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଉକ୍ତ ଫଟୋକୁ ଅନୁଶକ୍ତିନଗର ବିଧାୟକ ତଥା ଏନସିପି ନେତା ନବାବ ମଲ୍ଲିକ ସେୟାର କରିଥିବା ଦେଖିବାକୁ ମିଳିଥିଲା ।

୮ ନଭେମ୍ବର ୨୦୨୪ ରେ ଉକ୍ତ ଫଟୋ ସହ ଆଉ କିଛି ଫଟୋ ସେୟାର କରି ନବାଵ ମଲ୍ଲିକ ଲେଖିଛନ୍ତି, महाराष्ट्राचे कणखर नेतृत्व राष्ट्रवादी काँग्रेस पार्टीचे राष्ट्रीय अध्यक्ष तथा महाराष्ट्राचे लाडके उपमुख्यमंत्री मा.ना. @ajitpawarspeaks दादा यांचे मानखुर्द शिवाजी नगर । विधानसभा मतदारसंघात सहर्ष स्वागत आहे ।

ଯାହାର ଓଡ଼ିଆ ଅନୁବାଦ ହେଉଛି, ମହାରାଷ୍ଟ୍ର ରାଜନୀତିର ଦୃଢ଼ ନେତୃତ୍ୱ ଏନସିପି ନେତା ତଥା ଆମ ପ୍ରିୟ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଶିବାଜୀନଗର ନିର୍ବାଚନ ମଣ୍ଡଳୀର ମନଖୁଡ ଅଞ୍ଚଳରେ ଭବ୍ୟ ସ୍ୱାଗତ । 

ଉକ୍ତ ଭାଇରାଲ ଫଟୋରେ ଥିବା ପତାକା ସହ ପାକିସ୍ତାନର ଜାତୀୟ ପତାକା ସହ ତୁଳନା କରିଥିଲୁ । ତୁଳନା ସମୟରେ ପାକିସ୍ତାନ ପାତାକାରେ ଥିବା ଏକ ଧଳା ଅଂଶ ଉକ୍ତ ଭାଇରାଲ ଫଟୋରେ ନଥିଲା ତେଣୁ ଏହା ପାକିସ୍ତାନ ପାତାକା ନୁହେଁ ବରଂ ଇସ୍ଲାମ ଧର୍ମର ଏକ ପ୍ରତିକ ର ପତାକା ବୋଲି ଜଣାପଡିଥିଲା ।


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଫଟୋରେ ଯେଉଁ ପତାକା ଉଡ଼ୁଛି ତାହା ହେଉଛି ଇସ୍ଲାମ ଧର୍ମର ଏକ ପ୍ରତିକ ନୁହେଁ ପାକିସ୍ତାନର ଜାତୀୟ ପତାକା । 


Claim :  ମହାରାଷ୍ଟ୍ର ନିର୍ବାଚନ ପ୍ରଚାର ସମୟର ଦୃଶ୍ୟ ଏନସିପି ନେତା ଅଜିତ ପାୱାରଙ୍କ ରୋଡ୍ ସୋ ସମୟରେ ଉଡ଼ୁଛି ପାକିସ୍ତାନୀ ପତାକା
Claimed By :  Social media User
Fact Check :  False
Tags:    

Similar News