କୋଟା ସଂସ୍କାର ପ୍ରଦର୍ଶନକାରୀ ଏବଂ ବାଙ୍ଗଲାଦେଶ ଛାତ୍ର ଲିଗ୍ କର୍ମକର୍ତ୍ତାଙ୍କ ସଂଘର୍ଷ ର ଭିଡିଓ ହେଉଛି ଭାଇରାଲ

ବାଙ୍ଗଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେଉଁଠି ମନ୍ଦିର ଜଳୁଛି ତ କେଉଁଠି ହିନ୍ଦୁ ଙ୍କ ଉପରେ ଆକ୍ରମଣ ହେଉଛି ।

Update: 2024-08-17 03:09 GMT

ବାଙ୍ଗଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେଉଁଠି ମନ୍ଦିର ଜଳୁଛି ତ କେଉଁଠି ହିନ୍ଦୁ ଙ୍କ ଉପରେ ଆକ୍ରମଣ ହେଉଛି । ତେବେ କିଛି ବ୍ୟକ୍ତି ମନ୍ଦ ଉଦେଶ୍ୟରଖି ଏହି ଅଗ୍ନିକାଣ୍ଡ ରେ ଘିଅ ଢାଳିଵା ଭଳି କାର୍ଯ୍ୟ କରିଥିବା ଦେଖା ଦେଇଛି । ଯେପରିକି ବାଙ୍ଗଲାଦେଶ ସହିତ ଜଡିତ ହୋଇନଥିବା ଭିଡିଓ କୁ ସେହିସ୍ଥାନର ଭିଡିଓ ଲେଖି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ।

ଅନ୍ୟପଟେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏହି ୨୪ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ବୋଲି ଗଣମାଧ୍ୟମରେ ପକାଶ ପାଇଛି । ଜିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା ମାନେ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରି ରାସ୍ତା ଉବରୋଧ କରିଛନ୍ତି। ବନ୍ଦ ଯୋଗୁ ଗାଡି ମୋଟର ଚଳାଚଳ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ଦୋକାନ ବଜାର ମଧ୍ୟ ରହିଛି। କିଛି କିଛି ସ୍କୁଲ ଛୁଟି ଘୋଷଣା କରା ଯାଇଥିବା ଜଣାପଡିଛି ।

ଇତି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ କିଛି ବ୍ୟକ୍ତି ଛାତ ଉପରୁ ଡେଉଁଥିବାର ଦେଖାଦେଇଛି । ସେହିପରି ଅନ୍ୟପଟେ କିଛି ବ୍ୟକ୍ତି ସେହି କୋଠାରେ ଲାଗିଥିବା ପାଇପ ଯୋଗେ ତଳକୁ ଖସୁଥିବାର ମଧ୍ୟ ଦେଖା ଯାଇଛି ।

ସୋସିଆଲ ମିଡିଆରେ ୟୁଜର୍ସ କିଛି କ୍ୟାପସନ ଲେଖି ଭିଡିଓ ଟିକୁ ସେୟାର କରୁଥିବାର ଦେଖା ଯାଇଛି, କ୍ୟାପସନ ଅନୁଯାୟୀ "*Bangladesh ର ଢାକା ସ୍ଥିତ ହଷ୍ଟେଲ ଛାତରୁ ହିନ୍ଦୁ ଛାତ୍ରମାନଙ୍କୁ ଫୋପାଡି ଦିଆଯାଉଛି। ବାସ୍ତବରେ ମୁସଲମାନ ଆତଙ୍କବାଦୀମାନେ ପ୍ରତ୍ୟେକ ଦ୍ୱାରରୁ ବିଲ୍ଡିଂକୁ ଘେରି ରହିଥିଲେ ଏବଂ ଖଣ୍ଡା ଏବଂ ଛୁରୀରେ ହିନ୍ଦୁ ହଷ୍ଟେଲରେ ପ୍ରବେଶ କରି ଛାତ୍ର ମାନଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲେ। କିଛି ଛାତ୍ର ବିଲ୍ଡିଂରୁ ବାହାରିବା ପାଇଁ ଛାତ ଏବଂ କାନ୍ଥରେ ଝୁଲିଛନ୍ତି ଓ ଛାତରୁ ଖସି ପଡିଛନ୍ତି। ଏହି ମୁସଲମାନମାନଙ୍କଠାରୁ ସେମାନେ ନିଜ ଜୀବନ ରକ୍ଷା କରିବାକୁ ସଂଘର୍ଷ କରୁଛନ୍ତି" ।

https://www.facebook.com/story.php?story_fbid=3732072413673380&id=100006119731464&mibextid=xfxF2i&rdid=pAtkgId9ypIjDgi8

https://www.facebook.com/story.php?story_fbid=4031205497101571&id=100006364815083&mibextid=xfxF2i&rdid=v1yf8e6Zj87PTbB4

( ଭିଡିଓକୁ ଦେଖିବାକୁ ଉପୋରକ୍ତ ଲିଙ୍କରେ କ୍ଲିକ କରିପାରିବେ )


ସତ୍ୟାସତ୍ୟ: ଦାବିରେ କୌଣସି ସତ୍ୟତା ନାହିଁ, ଭିଡିଓ ରେ କୌଣସି ଧର୍ମକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇନାହିଁ । କୋଟା ସଂସ୍କାର ପ୍ରଦର୍ଶନକାରୀ ଏବଂ ବାଂଲାଦେଶ ଛାତ୍ର ଲିଗ୍ କର୍ମକର୍ତ୍ତା ଙ୍କ ମଧ୍ୟରେ ହୋଇଛି ଏହି ସଂଘର୍ଷ ।

ରିଭର୍ସ ଇମେଜ ସର୍ଚ୍ଚ ରେ ଅନୁସନ୍ଧାନ କରିବାରୁ ଏକ ଭିଡିଓ ୟୁଟ୍ୟୁବରେ ଅପଲୋଡ ହୋଇଥିବାର ଦେଖିବାକୁ ମିଳିଥିଲା । ବିଡ଼ି ନ୍ୟୁଜ ନାମକ ଏକ ୟୁତ୍ୟୁବ ଚ୍ୟାନେଲ ଭିଡିଓ ଟିକୁ କୋଟା ଆନ୍ଦୋଳନ ହାସଟ୍ୟାଗ ବ୍ୟବହାର କରି ଅପଲୋଡ଼ କରିଥିବା ବେଳେ, ଖବର ପ୍ରସାରଣ ଅନୁଯାୟୀ ଏହି ହିଂସାକାଣ୍ଡ ଟି କୋଟା ସଂସ୍କାର କୁ ନେଇ ଘଟିଥିବାର ଉପସ୍ଥାପିକା ବଙ୍ଗାଳି ଭାଷାରେ ଉପସ୍ଥାପନା କରୁଥିବାର ଜଣାଯାଇଛି । 

 

Full View

କୋଟା ଛାତ୍ର ଆନ୍ଦୋଳନ ନେଇ ଗୁଗୁଲ ରେ ଅନୁସନ୍ଧାନ କରିବାରୁ ଢାକା ଟ୍ରିବ୍ୟୁନ ନାମକ ଗଣମାଧ୍ୟମ ଜୁଲାଇ ୧୭.୨୦୨୪ ରେ ଏକ ଖବର ପ୍ରସାରିତ କରିଥିବାର ହସ୍ତଗତ ହୋଇଚି । ପ୍ରସାରିତ ଖବର ଅନୁଯାୟୀ "ଚିତଗୋଙ୍ଗରେ କୋଟା ସଂସ୍କାର ପାଇଁ ବିରୋଧ କରୁଥିବା ଛାତ୍ରଙ୍କ ସହ ସଂଘର୍ଷ ବେଳେ ଅନ୍ୟୁନ୍ୟ ୧୫ ଜଣ ଛାତ୍ର ଲିଗ୍ କର୍ମକର୍ତ୍ତାଙ୍କୁ ଛଅ ମହଲା କୋଠରୀରୁ ଫିଙ୍ଗି ଦିଆଯାଇଥିବା ଜଣାଯାଇଛି" ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଘଟଣାଟି ମୁରଦପୁର ଅଞ୍ଚଳରେ ପ୍ରାୟ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଚାଲିଥିଲା । ବିକ୍ଷୋଭକାରୀମାନେ ଛଅ ମହଲା କୋଠାର ଛାତରେ ଆଶ୍ରୟ ନେଇଥିବା ଛାତ୍ର ଲିଗ୍ ନେତା ତଥା କର୍ମକର୍ତ୍ତାଙ୍କୁ କଡ଼ାଆଘାତ କରିଥିଲେ। କିଛି ଛାତରୁ ପାଇପ ଯୋଗେ ଖସିବାକୁ ପ୍ରୟାସ କରିଥିବା ବେଳେ ତଳେ ପଡି ଯାଇଥିଲେ ଏବଂ ଆଉ କିଛିଙ୍କୁ ଷଷ୍ଠ ମହଲାରୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।

ମିଜାନୁର ରହମାନ ଯିଏକି ସମ୍ପୃକ୍ତ ଘଟଣା ର ଜଣେ ସାକ୍ଷୀ, ତାଙ୍କର ସୂଚନା ଅନୁଯାୟୀ " ରାତି ପ୍ରାୟ ୩.୩୦ ସମୟରେ ଛାତ୍ର ଲିଗ୍ ନେତା ତଥା କାର୍ଯ୍ୟକର୍ତ୍ତାମାନେ ଶୋଲୋଶାହର ଷ୍ଟେସନରୁ ଏକ ଶୋଭାଯାତ୍ରାରେ ମୁରାଦପୁରକୁ ଆସିଥିଲେ। ସେତେବେଳେ ମୁରାଦପୁରରେ ବିକ୍ଷୋଭକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ସଂଘର୍ଷ ଘଟିଥିଲା ​​,ଏପରିକି ଘଟଣାକୁ କାବୁ କରିବାକୁ ଯାଇ ପୋଲିସର ରବର ଗୁଳି ଚଳାଇଥିଲା ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ ମଧ୍ୟ କରିଥିଲା ପରେପରେ ଅପର ପାଶ୍ୱରୁ ପଥର ମାଡ଼ ମଧ୍ୟ ହୋଇଥିଲା ।

ସେତେବେଳେ ଛାତ୍ର ଲିଗ୍ ର ଅତି କମରେ ୨୦ ଜଣ ନେତା ତଥା କାର୍ଯ୍ୟକର୍ତ୍ତା ମୁରାଦପୁର ଛକଠାରେ ମିରମଞ୍ଜିଲ ନାମକ ଏକ କୋଠାର ଛାତରେ ଆଶ୍ରୟ ନେଇଥିଲେ। ସେଠାରୁ ବିକ୍ଷୋଭକାରୀଙ୍କ ଉପରେ ସେମାନେ ଇଟା ଫିଙ୍ଗିଥିଲେ। ବିକ୍ଷୋଭକାରୀମାନେ ମଧ୍ୟ ତଳୁ ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ। ପରେପରେ ଛାତକୁ ଯାଇ ଛାତ୍ର ଲିଗ୍ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ବାଡ଼ିରେ ପିଟିଥିଲେ । କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ କୋଠାର ପାଇପ୍ ଯୋଗେ ତଳକୁ ଯାଇଥିଲେ। ସେତେବେଳକୁ ଅତି କମରେ ଅଳ୍ପକେ ବର୍ତ୍ତିଯାଇ ଯାଇଥିବା ଛାତ୍ରଙ୍କୁ ଛାତ ଉପରୁ ଫିଙ୍ଗି ଦିଆଯାଇଥିଲା" ।

ଚିତ୍ରକୋଣ୍ଡା ମହାନଗର ଛାତ୍ରଲିଗର ପୂର୍ବତନ ସାଧାରଣ ସମ୍ପାଦକ ତଥା ବର୍ତ୍ତମାନର ଆୱାମି ଲିଗ୍ ଯୁବ କ୍ରୀଡ଼ା ଉପ-କମିଟି ସଦସ୍ୟ ନୁରୁଲ ଆଜିମ ରୋନି କହିଛନ୍ତିଯେ " ଏହି ସଂଘର୍ଷରେ ୨୯ ଛାତ୍ର ଲିଗ୍ ନେତା ତଥା କାର୍ଯ୍ୟକର୍ତ୍ତା ଗୁରୁତର ଭାବେ ଆହତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ ଚିତ୍ରକୋଣ୍ଡା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୧୧ ଜଣ ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, ତାଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି "।

ପଞ୍ଚଲାଏସ ପୋଲିସ ଷ୍ଟେସନର ଅଫିସ୍ ଇନଚାର୍ଜ ସାନ୍ତୋଷ କୁମାର ଚକମା କହିଛନ୍ତି: “ମୁରାଦପୁରରେ ହୋଇଥିବା ସଂଘର୍ଷରେ ଅନେକ ଲୋକ ଆହତ ହୋଇଛନ୍ତି। ସେହି କୋଠାର ଛାତରେ କ’ଣ ଘଟିଛି ଏନେଇ ତଦନ୍ତ ଚାଲିଛି" । 

ଏନେଇ ଫାଇନାନ୍ସିଆଲ ଏକ୍ସପ୍ରେସରେ ଏକ ଖବର ପ୍ରସାରିତ କରି ଶୀର୍ଷକ ରେ ଦର୍ଶାଇଛି ଯେ "ସେ ଛତ୍ର ଲିଗ୍ ପାଇଁ କାମ କରନ୍ତି, ତାଙ୍କୁ ହତ୍ୟା କର"

ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଏହା ଜଣାଯାଏଯେ ଦାବିରେ କୌଣସି ସତ୍ୟତା ନାହିଁ । ହିଂସାକାଣ୍ଡ ଟି କୌଣସି ଧର୍ମ କୁ ନେଇ ନୁହେଁ ବରଂ କୋଟା ସଂସ୍କାର ପ୍ରଦର୍ଶନକାରୀ ଏବଂ ବାଂଲାଦେଶ ଛାତ୍ର ଲିଗ୍ କର୍ମକର୍ତ୍ତା ଙ୍କ ମଧ୍ୟରେ ଘଟିଛି ।

Claim :  ହିଂସାକାଣ୍ଡରେ ମୁସଲମାନ ମାନେ ହିନ୍ଦୁ ଛାତ୍ରଙ୍କୁ ଆକ୍ରମଣ କରୁଥିବା ଭିଡିଓ
Claimed By :  Social Media Users
Fact Check :  False
Tags:    

Similar News