Fact Check: ଭାଇରାଲ ଭିଡିଓଟି କେନ୍ଦୁଝର ଜିଲ୍ଲା ଗସ୍ତର ନୁହେଁ ବରଂ ବାଲେଶ୍ୱର ଗସ୍ତ ସମୟର ଭିଡିଓ
ଭାଇରାଲ ଭିଡିଓ ଟି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତର ନୁହେଁ ବରଂ ବାଲେଶ୍ୱର ଗସ୍ତର
୨୦ ସେପ୍ଟେମ୍ବରରୁ ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ଜୁନ୍ ୨୩ରେ ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ଥିବାବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ଜନ୍ମମାଟିରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଜିଲ୍ଲା ଗସ୍ତ କରୁଥିବାରୁ ଏହି ଅବସରରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ଥିବାର ଦେଖା ଦେଇଥିଲା । ରାଇକଳାସ୍ଥିତ ତାଙ୍କ ବାସଭବନକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିବା ବେଳେ, ମା ଙ୍କ ହାତରୁ ନିଜ ଘରେ ପଖାଳ ଖାଇବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।
ଦ୍ଵିତୀୟ ଥର ଗସ୍ତରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରୁଥିବା ଭିଡିଓ କୁ ସୋସିଆଲ ମିଡିଆରେ ଅପଲୋଡ଼ କରି ୟୁଜର୍ସ ଲେଖିଛନ୍ତି, " ସ୍ତ୍ରୀ କୁ ଦେଖିବାକୁ ଫ୍ଲାଇଟ ଆସିଲେ ମୁଖ୍ୟମନ୍ତ୍ରୀ" ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓ ଟି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତର ନୁହେଁ ବାଲେଶ୍ୱର ଗସ୍ତର ।
ଅନୁସନ୍ଧାନ କରିବାକୁ ଯାଇ, ଆମେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ଲେଖି ଅନୁସନ୍ଧାନ କରିଥିଲୁ । ତେବେ ଏନେଇ ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗସ୍ତ ସଂପର୍କରେ ଖବର ପ୍ରସାରିତ ହୋଇଥିଲା ।
ଗସ୍ତ ନେଇ ସୂଚନା ପାଇବା ପରେ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଥିବାର ଦେଖିବାକୁ ମିଳିଥିଲା ।
କନକ ନ୍ୟୁଜ ଏନେଇ ଖବର ପ୍ରସାରିତ କରି ଉଲ୍ଲେଖ କରିଛି ଯେ ,'୩ ଦିନିଆ ନିଜ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲା ଗସ୍ତର ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସକାଳେ ରାଇସୁଆଁ ଏୟାରଷ୍ଟ୍ରିପରେ ଅବତରଣ କରି ସେଠାରୁ ଏକ ବାଇକ୍ ରାଲିରେ ଆସି କେନ୍ଦୁଝର ଅଡିଟୋରିୟମରେ ଠାରେ ଆୟୋଜିତ ଲାଇଭ ସେଭର୍ସ ଗୁପ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହା ପରେ ସର୍କିଟ ହାଉସ ଠାରେ ମଧ୍ୟାହ୍ନ ଭୋଜନ ପରେ ୨ ଟା ୫୦ ମିନିଟ ସମୟରେ ହେଲିକପ୍ଟର ଯୋଗେ ଝୁମ୍ପୁରା ଯିବେ। ଝୁମ୍ପୁରା ବ୍ଳକର କରଞ୍ଜିଆପଡା ଠାରେ ମାଁ ତା ତାରିଣୀ କ୍ଳବ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପାନି ଉତ୍ସବରେ ଯୋଗଦେବେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନିଜେ ମୁଖ୍ୟମନ୍ତ୍ରୀ ହିଁ ଆରମ୍ଭ କରିଥିଲେ ଓ ସନ୍ଧ୍ୟାରେ ସାଂସଦ ଓ ବିଧାୟକ ମାନଙ୍କ ସହ ଆଲୋଚନା ପରେ ସର୍କିଟ ହାଉସ କୁ ଫେରି ରାତ୍ରୀ ଯାପନ କରିବେ ।
ସେହିପରି Odisha Sambad ଏକ ଖବର ପ୍ରସାରିତ କରି ଶିର୍ଷକରେ ଉଲ୍ଲେଖ କରିଛି " ଲୋକଙ୍କ ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରସ୍ଥିତ ମଣ୍ଡୁଆ ବାସଭବନକୁ ଜନସାଧାରଣଙ୍କ ହିତ ନିମନ୍ତେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ" ।
କଳିଙ୍ଗ ଟିଭି ଏନେଇ ଏକ ଖବର ପ୍ରସାରଣ କରି ନିଜ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଅପଲୋଡ଼ କରିଥିବା ଦେଖାଯାଇଛି ।
ତେବେ ଭାଇରାଲ ଭିଡିଓ ଏବଂ କଳିଙ୍ଗରେ ପ୍ରସାରିତ ଭିଡିଓ ମଧ୍ୟରେ ବହୁ ତଫାତ ଥିବାର ଦେଝିବାକୁ ମିଳିଛି ।
ଯେତେବେଳେ ଆମେ ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚ ଜରିଆରେ ଅନୁସନ୍ଧାନ କରିଥିଲୁ ଉକ୍ତ ଭିଡିଓଟି ବାଲେଶ୍ୱର ସମୟର ଗସ୍ତ ବୋଲି ଜାଣିବାକୁ ପାଇଥିଲୁ ।
ରିଭର୍ସ ଇମେଜ ସର୍ଚ୍ଚରୁ ବାଲେଶ୍ୱରର ଏକ ୱାଟର ପାର୍କ କିଛି ଫଟୋ ଅପଲୋଡ଼ କରିବାର ଦେଖିବାକୁ ପାଇଥିଲୁ ।
ସେହିପରି ସେପ୍ଟେମ୍ବର ୧୮ ପ୍ରମେୟ ଖବର କାଗଜରେ ଉକ୍ତ ୱାଟର ପାର୍କଟି ଲୋକାର୍ପିତ ହୋଇଥିବାର ଖବର ପ୍ରକାଶିତ ହୋଇଥିବାର ଦେଖିବାକୁ ପାଇଥିଲୁ ।
ଉପରୋକ୍ତ ଅନୁସନ୍ଧାନରୁ ଜଣାଯାଏ ଯେ, ଭାଇରାଲ ଭିଡିଓଟି କେନ୍ଦୁଝର ଜିଲ୍ଲା ଗସ୍ତ ସମୟର ନୁହେଁ ବରଂ ବାଲେଶ୍ବର ଗସ୍ତ ସମୟର ।