ବ୍ୟାଗରେ ଥିବା ସମସ୍ତ ପଇସା ରାମ ମନ୍ଦିରରେ ଥିବା ଦାନ ବାକ୍ସରେ ଦେଇଦେଲେ ଜଣେ ମହିଳା, ଭିଡିଓ ଟି ଅଯୋଧ୍ୟାର ନୁହେଁ ବରଂ ରାଜସ୍ଥାନର

ଭିଡିଓ ଟି ଅଯୋଧ୍ୟା ର ନୁହେଁ ବରଂ ୨୦୨୩ ମସିହାର ଯାହାକି ରାଜସ୍ଥାନର ସାନୱରିଆ ସେଠ ମନ୍ଦିର । ଭିଡିଓ କୁ ଅନୁସନ୍ଧାନ କରି ଜଣାଯାଏ ଯେ ଭିଡିଓ ଟି ୨୦୨୩ ସେପ୍ଟେମ୍ବର ରେ ଜଣେ ବ୍ୟକ୍ତି ଜୟ ଶ୍ରୀ ସାନୱରିଆ ସେଠ୍ ଲେଖି ନିଜ ଇନଷ୍ଟାଗ୍ରାମ ରେ ସେୟାର କରିଛନ୍ତି ।

Update: 2024-02-21 04:35 GMT

Donation

ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ଶ୍ରଦ୍ଧାଳୁଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭିନ୍ନ ଟ୍ରାଭେଲ ଏଜେନ୍ସି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଅନଲାଇନ ଟ୍ରାଭେଲ ଏଜେନ୍ସି ଇଜିମାଇଟ୍ରିପ ଏକ ପଞ୍ଚତାରକା ବିଶିଷ୍ଟ ହୋଟେଲ ନିର୍ମାଣ ପାଇଁ ମଧ୍ୟ ଅଣ୍ଟା ଭିଡ଼ିଛି ।

ଏହି ଭିତରେ ଜଣେ ମହିଳା ତାଙ୍କ ବ୍ୟାଗରେ ଥିବା ସମସ୍ତ ଧନ ରାମ୍ ମନ୍ଦିରରେ ଥିବା ଦାନବାକ୍ସ ରେ ଦେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।


  



Full View


ସତ୍ୟାସତ୍ୟ : ଭିଡିଓ ଟି ଅଯୋଧ୍ୟା ର ନୁହେଁ ବରଂ ୨୦୨୩ ମସିହାର ଯାହାକି ରାଜସ୍ଥାନର ସାନୱରିଆ ସେଠ ମନ୍ଦିର ।

ଭିଡିଓ କୁ ଅନୁସନ୍ଧାନ କରି ଜଣାଯାଏ ଯେ ଭିଡିଓ ଟି ୨୦୨୩ ସେପ୍ଟେମ୍ବର ରେ ଜଣେ ବ୍ୟକ୍ତି ଜୟ ଶ୍ରୀ ସାନୱରିଆ ସେଠ୍ ଲେଖି ନିଜ ଇନଷ୍ଟାଗ୍ରାମ ରେ ସେୟାର କରିଛନ୍ତି ।


ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଜଣେ ମହିଳା ୧୦ ଲକ୍ଷ ଟଙ୍କା ସାନୱରିଆ ସେଠ୍ ଙ୍କ ଟ୍ରେଜେରୀ ରେ ଦାନ କରିଛନ୍ତି ।




ଏସିଆନେଟ ରେ ପ୍ରସାରିତ ଖବର ଅନୁଯାୟୀ " ଏହି ଭିଡିଓ ଟି ରାଜସ୍ଥାନର ଚିତ୍ତୋରଗଡ଼ ରେ ଥିବା ସାନୱରିଆ ସେଠ୍ ଙ୍କ ମନ୍ଦିରର। ଜଣେ ମହିଳାଙ୍କ ସମେତ ଆସିଥିବା ତାଙ୍କ ପରିବାର ୫୦୦ ଟଙ୍କାର ବିଡା ସବୁ ଦାନ କରୁଛନ୍ତି, ଅନ୍ୟୁନ୍ୟ ୧୦ ଲକ୍ଷ ଟଙ୍କାର ଦାନ ରାଶି ହୋଇଥିବା ସୂଚନା ।

ଖବରରରେ ଏହା ମଧ୍ୟ ଲେଖା ଯାଇଛି ସେପ୍ଟେମ୍ବର ୨୦୨୩ ମସିହାରେ ପାଳନ ହୋଇଥିବା କ୍ରୀଷ୍ଣାଷ୍ଟମୀ ଦିନ ର ଏହି ଭିଡିଓ ।

ଅନୁସନ୍ଧାନରୁ ଜଣାଯାଏ ଯେ ସାନୱରିଆ ସେଠ୍ ଙ୍କ ମନ୍ଦିର ଚୋତ୍ତୋରଗଡ଼ରେ ଅବସ୍ଥିତ । ଉଦୟପୁର ଜାତୀୟ ରାଜପଥ ରେ ଥିବା ଚୋତ୍ତୋରଗଡ଼ରୁ ୪୦ କିମି ଦୂରରେ ଅବସ୍ଥିତ । ଯାହାକି ହିନ୍ଦୁ ଧର୍ମର ଗୋଟିଏ ପ୍ରମୁଖ ପୀଠ ବୋଲି ଜଣାଯାଏ ।

ତେଣୁ ଜଣାଯାଏ ଯେ ,ଭାଇରାଲ ହେଉଥିବା ଭିଡିଓ ଟି ଅଯୋଧ୍ୟା ର ରାମ ମନ୍ଦିରର ନୁହେଁ ବରଂ ରାଜସ୍ଥାନର ସାନୱରିଆ ସେଠ୍ ଙ୍କ ମନ୍ଦିର ।

Claim :  Viral video shows woman dropping a bag full of money into the donation box at Ayodhya temple
Claimed By :  Social Media Users
Fact Check :  Misleading
Tags:    

Similar News