Fact Check: ତିରୁପତିରେ ଲଡୁ ପ୍ରସ୍ତୁତ ପାଇଁ ଘିଅ ଯୋଗାଇ ନାହିଁ ଅମୁଲ

ଅମୁଲ ଦେଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ତିରୁପତି ତିରୁମାଳାରେ ଲଡୁ ପ୍ରସ୍ତୁତ ପାଇଁ ଘିଅ ଯୋଗାଇ ନାହିଁ ଅମୁଲ

Update: 2024-09-21 13:04 GMT


ତିରୁପତି ତିରୁମାଳା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ । ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପିର ଅଭିଯୋଗ । ଘିଅର ଲ୍ୟାବ୍ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣି ପୂର୍ବ ସରକାରକୁ ନିଶାନା । ଗୁଜରାଟର ସେଣ୍ଟର୍ ଅଫ୍ ଆନାଲିସିସ୍ ଆଣ୍ଡ୍ ଲର୍ଣ୍ଣିଂ ଇନ୍ ଲାଇଭଷ୍ଟକ ଆଣ୍ଡ୍ ଫୁଡ୍ ବା କାଫ୍ ନାମକ ଏକ ଲାବ୍ରୋଟରିର ଜୁଲାଇ ୧୭ର ଏହି ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣିଛି ଟିଡିପି । ଯେଉଁଥିରେ ଦର୍ଶାଯାଇଛି ଯେ, ଏଥିରେ ଗୋଦୁଗ୍ଧ ବ୍ୟତୀତ ଅନ୍ୟ ଚର୍ବି ମଧ୍ୟ ମିଶିଥାଇପାରେ ବୋଲି ସନ୍ଦେହ ପ୍ରକାଶ କରାଯାଇଛି । ଏଥିରେ ମାଛତେଲ, ବିଫ୍ ଚର୍ବି ଓ ଲାର୍ଡ ମିଶିଥାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ଲାର୍ଡ ହେଉଛି ଘୁଷୁରୀ ମାଂସରୁ ସଂଗୃହିତ ଏକ ପ୍ରକାର ଚର୍ବି । 

ଏ ନେଇ ଏବେ ହଇଚଇ ହୋଇଉଠିଛି ସୋସିଆଲ ମିଡିଆ । ବିଭିନ୍ନ ମତସହ #TirupatiLadoo ଏବେ ସୋସିଆଲ ମିଡିଆ ଟ୍ରେଣ୍ଡରେ ଥିବାର ଦେଖାଯାଇଛି ।

ଇତିମଧ୍ୟରେ କିଛି ୟୁଜର୍ସ ଅମୁଲ୍ ଘିଅକୁ ଏହି ଘଟଣା ଭିତରକୁ ଟାଣିଛନ୍ତି ।

ୟୁଜର୍ସ ଲେଖିଛନ୍ତି " ତିରୁପତି ବାଲାଜୀଙ୍କ ମନ୍ଦିରରେ ତିଆରି ହେଉଥିବା ଲଡୁରେ ଗୋମାଂସ ଚର୍ବି, ଆଉ ମାଛତେଲ ମିଶା ରାମମନ୍ଦିର ପ୍ରତିଷ୍ଠା ପାଇଁ ୧ଲକ୍ଷ୍ୟ ଲଡୁ ଯାଇଥିଲା। ସବୁଠାରୁ ବଡ଼କଥା ହେଲା ରାଜ୍ୟ ସରକାର ଆଉ କେନ୍ଦ୍ର ସରକାର ଦୁହେଁ ଟିକସ ଆଦାୟ କରୁଛନ୍ତି, ଯାହାକୁ ଡବଲ ଇଞ୍ଜିନ ସରକାର କୁହାଯାଉଛି ଆଉ ଯେଉଁ ଘିଅ ବେଵହାର ହେଉଥିଲା ଅମୂଲ ଘିଅ ଘିଅର ନମୁନା ପରୀକ୍ଷା ଭି ଅମୂଲ ଅଫିସରେ ହୋଇଛି ।

Full View

ସେହିଭଳି ଆଉଜଣେ ୟୁଜର୍ସ ଲେଖିଛନ୍ତି "ଅମୂଲ ଘିଅରେ ଲଡୁ ତିଆରି ହେଉଛି ଲଡ଼ୁର ପରୀକ୍ଷା ଭି ଅମୁଲ ର ଲ୍ୟାବ ଗୁଜରାଟରେ" ।




ସତ୍ୟାସତ୍ୟ :

ଦାବିରେ ନାହିଁ କୌଣସି ସତ୍ୟତା, ତିରୁପତି ଲଡୁ ପ୍ରସ୍ତୁତି ପାଇଁ ଘିଅ ପ୍ରଦାନ କରେନାହିଁ ଅମୁଲ

ଅନୁସନ୍ଧାନ କରିବାରୁ ନିଜ ସୋସିଆଲ ମିଡିଆରେ ଏକ ସ୍ପଷ୍ଟୀକରଣ ପ୍ରଦାନ କରିଛି ଅମୁଲ । ନିଜ ସ୍ପଷ୍ଟୀକରଣରେ ଅମୁଲ୍ ଉଲ୍ଲେଖ କରିଛି " This is in reference to some social media posts mentioning that Amul Ghee was being supplied to Tirumala Tirupati Devasthanam (TTD). We wish to inform that we have never supplied Amul Ghee to TTD. We also wish to clarify Amul Ghee is made from Milk at our state-of-the-art production facilities which are ISO certified. Amul Ghee is made from high quality pure milk fat. The milk received at our dairies passes through stringent quality checks including adulteration detection as specified by FSSAI. Amul Ghee is India's most trusted ghee brand for more than 50+ years and continues to be an integral part of Indian households.This post is being issued to stop this misinformation campaign against Amul.

ଯାହାର ଓଡ଼ିଆ ଅନୁବାଦ ହେଉଛି "ସୋସିଆଲ ମିଡିଆର କିଛି ପୋଷ୍ଟରେ ଉଲ୍ଲେଖ ରହିଛି ଯେ, ଲଦି ତିଆରି ନିମନ୍ତେ ଅମୁଲ ତିଆରି କରୁଥିବା ଘିଅକୁ ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) କୁ ଯୋଗାଇ ଦିଆଯାଉଛି । ଆମେ ଜଣାଇବାକୁ ଚାହୁଁଛୁ ଯେ ଆମେ କେବେବି TTD କୁ ଅମୁଲ ଘିଅ ଯୋଗାଇ ନାହୁଁ । ଆମେ ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛୁ ଅମୁଲ ଘିଅ, ଅତ୍ୟାଧୁନିକ କ୍ଷୀରରୁ ନିର୍ମିତ ଯାହାକି ISO ସାର୍ଟିଫାଏ ଅଟେ । ଅମୁଲ ଘିଅ ଉଚ୍ଚମାନର ଶୁଦ୍ଧ ବସା କ୍ଷୀରରୁ ତିଆରି । ଆମ ପାଖକୁ ଆସୁଥିବା କ୍ଷୀର ଗୁଡିକ ମଧ୍ୟ FSSAI ଦ୍ୱାରା ତିଆରି ହୋଇଥିବା ମାପଦଣ୍ଡ ପ୍ରଣାଳୀ ଦେଇ ଆସିଥାଏ । ଯାହାକି ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଆମକୁ ଏକ ନମ୍ବର ଘିଅ ତିଆରି ବ୍ରାଣ୍ଡରେ ପହଞ୍ଚାଇଛି । ସୋସିଆଲ ମିଡିଆରେ ଅମୁଲକୁ ନେଇ ଭୁଲ୍ ତଥ୍ୟ ପ୍ରଦାନ କରାଯାଇଥିବାରୁ, ଆମେ ଏହି ସ୍ପଷ୍ଟୀକରଣ ଜାରି କଲୁ ।


ତେବେ ଏଭଳି ପୋଷ୍ଟ ନେଇ ଅମୁଲ୍ ପକ୍ଷରୁ ଏକ ଅଭିଯୋଗ ଗ୍ରହଣ କରାଯାଇଛି ବୋଲି, ଏଏନଆଇ କୁ ସୂଚନା ଦେଇଛନ୍ତି ଅହମଦାବାଦର ସାଇବର ସେଲ୍ ଡି.ସି.ପି., ଲଭିନା ସିହ୍ନା ।  

ଡିଜିଟାଲ ମିଡ଼ିଆ 'Odisha Reporter' ଏନେଇ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, "ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି। ଏହି ମାମଲା ଆଦଲତାରେ ମଧ୍ୟ ପହଞ୍ଚିଛି। ଏହାରି ଭିତରେ ସଫେଇ ଦେଇଛି ଡେୟରୀ ପ୍ରଡକ୍ଟ କମ୍ପାନୀ ଅମୁଲ" ।

ସମ୍ବାଦ ଡିଜିଟାଲରେ ପ୍ରସାରିତ ଖବର ଅନୁଯାୟୀ "ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ ଯୋଗାଇନାହିଁ" ।

ଖବର ପ୍ରସାରିତ କରି ଇଣ୍ଡିଆ ଟୁଡ଼େ ଏହାର ଶୀର୍ଷକ ରଖିଛି "Amul denies supplying ghee to Tirupati temple amid 'animal fat in laddoo' row".

ଦ ଇଣ୍ଡିଆନ ଏକ୍ସପ୍ରେସ ଏନେଇ ପ୍ରସାରିତ କରି ଲେଖିଛି " Amul Dy GM files complaint against X users for rumours that it supplied adulterated ghee to Tirupati temple"

ସେହିପରି ଏନଡିଟିଭି ନିଜ ପୋର୍ଟାଲରେ ଏନେଇ ଉଲ୍ଲେଖ କରିଛି "Never Supplied Ghee To Tirupati Temple, Says Amul Amid Laddoo Row"

ଅନ୍ୟପଟେ ଘିଅର ଗୁଣବତ୍ତା ନେଇ ଟିଟିଡି କୌଣସି ବୁଝାମଣା କରିବ ନାହିଁ ବୋଲି, ନିଜ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଟିଟିଡି - ଇ.ଓ. ।


ତେଣୁ ଏଥିରୁ ପମାଣିତ ହେଲାଯେ, ଦାବିରେ ନାହିଁ କୌଣସି ସତ୍ୟତା । ଅମୁଲ ଦେଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ତିରୁପତି ତିରୁମାଳାରେ  ଲଡୁ ପ୍ରସ୍ତୁତ ପାଇଁ ଘିଅ ଯୋଗାଇ ନାହିଁ ଅମୁଲ ।

ଅମୁଲ ଦେଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ତିରୁପତି ତିରୁମାଳାରେ ଲଡୁ ପ୍ରସ୍ତୁତ ପାଇଁ ଘିଅ ଯୋଗାଇ ନାହିଁ ଅମୁଲ ।

Claim :  ଅମୁଲ ଘିଅରେ ତିଆରି ହେଉଛି ତିରୁପତି ଲଡୁ, ଅମୁଲ୍ ଲ୍ୟାବରେ ହେଲା ଟେଷ୍ଟ
Claimed By :  Social Media Users
Fact Check :  False
Tags:    

Similar News