Fact Check: ଭାଇରାଲ ଫଟୋଟି ରତନ ଟାଟାଙ୍କ ଯୁବ ଅବସ୍ଥାର ନୁହେଁ, ଏଆଇ ଦ୍ୱାରା ନିର୍ମିତ

ସାଇକଲ ଆରୋହି ଜଣଙ୍କ ରତନ ଟାଟାଙ୍କ ଯୁବ ଅବସ୍ଥାର ଫଟୋ ନୁହେଁ, ଏହା ଆଇ ଦ୍ୱାରା ନିର୍ମିତ

Update: 2024-10-14 17:27 GMT


ଶିଳ୍ପ ଜଗତରେ ଅପୂରଣୀୟ କ୍ଷତି । ଆଉ ନାହାନ୍ତି ଭାରତର ଶିଳ୍ପରତ୍ନ ରତନ ଟାଟା । ତାଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ  । ପ୍ରତିଟି କ୍ଷେତ୍ରକୁ ରତନଙ୍କ ରହିଛି ଅନେକ ଅବଦାନ, ଶିଳ୍ପରତ୍ନଙ୍କୁ ହରାଇ ସଭିଏଁ ମର୍ମାହତ । ତାଙ୍କ ନିଧନ ଖାଲି ଭାରତବର୍ଷ ନୁହେଁ ଓଡିଶାକୁ ମଧ୍ୟ ଶୋକର ସାଗରରେ ଭସାଇଛି । ଓଡ଼ିଶା ପ୍ରତି ଟାଟାଙ୍କ ଅବଦାନ ଅତୁଳନୀୟ ଏବଂ ଅବିସ୍ମରଣୀୟ ଯାହା ଇତିହାସ ହୋଇରହିବ ।

ଇତିମଧ୍ୟରେ ରତନ ଟାଟାଙ୍କ ଜୀବନ କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଦେଖା ଦେଇଛି । କେଉଁଥିରେ ରତନ ଟାଟାଙ୍କ ପିଲା ଦିନର କାହାଣୀ ରହିଛି ତ କେଉଁଠି ରହିଛି କିଛି ବ୍ୟକ୍ତିଗତ କଥା ତ କେଉଁଠି ଅଛି ତାଙ୍କ ଶିଳ୍ପଜୀବନର ଯାତ୍ରା । ପ୍ରତିଟି ଖବରରେ ରହିଛି ରତନଙ୍କ ନିଆରା ଫଟୋ ।

ତେବେ ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଜଣେ ଯୁବକ ସାଇକଲ ଚଲାଉଛନ୍ତି । ଫଟୋଟି କଳାଧଳା ହୋଇଥିବାରୁ ଏହା  ବହୁ ପୁରାତନ ବୋଲି ଜଣାଯାଇଛି । ତେବେ ସୋସିଆଲ ମିଡିଆରେ ୟୁଜର୍ସ ଏହାକୁ ରତନ ଟାଟାଙ୍କ ଯୁବ ଅବସ୍ଥାର ଫଟୋ ଲେଖି ସେୟାର କରିଥିଵାର ଦେଖାଯାଇଛି ।

Full View


Full View


Full View


ସତ୍ୟାସତ୍ୟ:

ଭାଇରାଲ ଫଟୋଟି ରତନ ଟାଟାଙ୍କର ନୁହେଁ, ଏଆଇ ଦ୍ୱାରା ନିର୍ମିତ ।

ଅନୁସନ୍ଧାନ କରିବାକୁ ଯାଇ, ଆମେ ରତନ ଟାଟାଙ୍କ ସୋସିଆଲ ମିଡିଆରେ ସର୍ଚ୍ଚ କରିଥିଲୁ ହେଲେ ଏହି ଫଟୋ ପାଇନଥିଲୁ ।

ସେହିପରି ରତନ ଟାଟାଙ୍କ ଯୁବ ଅବସ୍ଥା ଲେଖି ଆମେ ଗୁଗୁଲରେ ଅନୁସନ୍ଧାନ କରିଥିଲୁ ହେଲେ ଉକ୍ତ ଫଟୋଟି ପାଇନଥିଲୁ ।

ଅଧିକ ଅନୁସନ୍ଧାନ କରିବାକୁ ଯାଇ, ଉକ୍ତ ଭାଇରାଲ ଫଟୋଟିକୁ ଯେତେବେଳେ hivemoderation ଏଆଇ ଟୁଲ୍ ରେ ପରୀକ୍ଷା କଲୁ ୯୮.୭% ଏହା ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । 


TrueMedia ନାମକ ଏକ ଏଆଇ ଟୁଲ୍ ରେ ଫଟୋଟିକୁ ପରୀକ୍ଷା କରିବାରୁ ସାଇକଲ ଆରୋହୀଙ୍କ ପଛପଟେ ଥିବା କିଛି ବ୍ୟକ୍ତି ଅପ୍ରାକୃତିକ ଦୃଶ୍ୟମାନ ହୋଇଥିଲେ । ଯେପରିକି ଜଣେ ବ୍ୟକ୍ତିଙ୍କ ଗୋଡ଼ ସଠିକ ନଥିବା ବେଳେ, ଆଉଜଣେ ଟୋପି ପିନ୍ଧିଥିବା ବ୍ୟକ୍ତିଙ୍କ ମୁହଁ ଅପ୍ରାକୃତିକ ଦିଶୁଛି ।



ସେହିପରି isitai ନାମକ  ଏଆଇ ଟୁଲ୍ ରେ ଫଟୋଟିକୁ ପରୀକ୍ଷା କରିବାରୁ ୮୧ପ୍ରତିଶତ ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଛି । 



ତେଣୁ ଏଥିରୁ ଜଣାଯାଏଯେ ସାଇକଲ ଆରୋହି ଜଣଙ୍କ ରତନ ଟାଟାଙ୍କ ଯୁବ ଅବସ୍ଥାର ଫଟୋ ନୁହେଁ, ଏହା ଆଇ ଦ୍ୱାରା ନିର୍ମିତ । 


Claim :  ରତନ ଟାଟାଙ୍କ ଯୁବ ସମୟର ଫଟୋ
Claimed By :  Social Media Users
Fact Check :  False
Tags:    

Similar News