Fact Check: ଏଆଇ ଦ୍ୱାରା ନିର୍ମିତ ପ୍ରତିଛବିକୁ ଏନଡିଟିଭି ଇଣ୍ଡିଆ ରିପୋର୍ଟ ବୋଲି ମିଥ୍ୟା ଭାବରେ ଦର୍ଶାଯାଇଛି
ଏଭଳି କୌଣସି ଖବର କୌଣସି ଗଣମାଧ୍ୟମ କିମ୍ବା ଏନଡିଟିଭି ପ୍ରସାରିତ କରିନାହିଁ । ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମାଣ କରି ଭୁଲ୍ ତଥ୍ୟ ସହ ସେୟାର କରାଯାଇଛି ।
ପ୍ରେମ ଜାଲରେ ଫସାଇ ଭୟଙ୍କର ପ୍ରତାରଣା ଦେଉଥିଲା ସମ୍ପୃକ୍ତ ଯୁବକ, ଧର୍ମ ପରିବର୍ତ୍ତନ ପାଇଁ ପ୍ରେମିକାକୁ କରୁଥିଲା ବ୍ଲାକମେଲ୍ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାକୁ ମଧ୍ୟ ଦେଇଥିଲା ଧମକ । କାଶ୍ମୀରରେ ରହୁଥିବା ଜଣେ ବିହାରୀ ଯୁବକଙ୍କ ଲଭ୍ ଜିହାଦ ଜାଲରେ ଫସିଥିଲେ ଜଣେ ଓଡ଼ିଆ ଯୁବତୀ । ନିଜକୁ ହିନ୍ଦୁ ଯୁବକ ବୋଲି ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଶାରୀରିକ ସଂପର୍କ ରଖି ବିବାହ ପାଇଁ ବାଧ୍ୟ କରିଥିଲା ଯୁବକ । ବ୍ଲାକମେଲ୍ କରି ୫ ଲକ୍ଷ ଟଙ୍କା ହଡ଼ପ ବି କରି ନେଇଥିଲା । ପ୍ରେମିକର ଜଘନ୍ୟ କାଣ୍ଡ ଜାଣିବା ପରେ ଶେଷରେ ନ୍ୟାୟ ପାଇଁ ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ ଯୁବତୀ । ପରେପରେ ତଦନ୍ତ କରି ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଗୋଟିଏ ସମ୍ପ୍ରଦାୟର ଜଣେ ଗର୍ଭବତୀ ମହିଳା ଏବଂ ଆଉ ଗୋଟିଏ ସମ୍ପ୍ରଦାୟର ଜଣେ ଯୁବକ ପରସ୍ପରକୁ ଚୁମ୍ବନ ଦେଉଥିବାର ଦେଖାଯାଇଛି । ସେହିପରି ଉକ୍ତ ଫଟୋରେ ଉଲ୍ଲେଖ ରହିଛିଯେ ଘଟଣାଟି ଉତ୍ତରାଖଣ୍ଡ ସ୍ଥିତ ନୈନିତାଲର । ସେହିପରି ଭାଇରାଲ ଫଟୋରେ ଏନଡିଟିଭି ଇଣ୍ଡିଆର ଏକ ଲୋଗୋ ଥିବାର ଦେଖାଯାଇଛି । ଫଟୋଟିକୁ ଭାଇରାଲ କରୁଥିବା ୟୁଜର୍ସ ଏହାକୁ ଏନଡିଟିଭି ଇଣ୍ଡିଆ ଦ୍ୱାରା ପ୍ରସାରିତ ଏକ ଖବର ବୋଲି ସେୟାର କରିଥିବା ବେଳେ, ଉକ୍ତ ଫଟୋ କୁ ସେୟାର କରି ୟୁଜର୍ସ ବିଭିନ୍ନ ସାମ୍ପ୍ରଦାୟିକ ଏବଂ ବିଭତ୍ସ ଶବ୍ଦ ବ୍ୟବହାର କରିଛନ୍ତି । ୟୁଜର୍ସ ଉକ୍ତ ଫଟୋକୁ ସେୟାର କରି ଲେଖିଛନ୍ତି, ' पंद्रह-सोलह साल के अब्दुल भी अंधभक्तों को मामा बना दे रहे हैं...'
ଯାହାର ଓଡ଼ିଆ ଅନୁବାଦ ହେଉଛି, ପନ୍ଦର - ସୋହଳ ବର୍ଷୀୟ ଅବ୍ଦୁଲ ମଧ୍ୟ ଅନ୍ଧଭକ୍ତଙ୍କୁ ମାମୁଁ ବନେଇଦେଉଛି ।
ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ଉକ୍ତ କିୱାର୍ଡ ସହ ଗୁଗୁଲରେ ଅନୁସନ୍ଧାନ କରିଥିଲୁ ଉକ୍ତ ଘଟଣା ନେଇ କୌଣସି ଗଣମାଧ୍ୟମରେ ଏଭଳିକୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ସେହିପରି ଏ ନେଇ ଏନଡିଟିଭି ଇଣ୍ଡିଆର ସୋସିଆଲ ମିଡିଆରେ ମଧ୍ୟ ଅନୁସନ୍ଧାନ କରିବାରୁ ଏଭଳିକୌଣସି ଗ୍ରାଫିକ୍ସ ସେୟାର ହୋଇଥିବାର ପାଇନଥିଲୁ ।
ଅନୁସନ୍ଧାନ ସମୟରେ ଏନଡିଟିଭି ଇଣ୍ଡିଆର ସୋସିଆଲ ମିଡିଆରେ ସେୟାର ହୋଇଥିବା ଗ୍ରାଫିକ୍ସ ଏବଂ ଭାଇରାଲ ହେଉଥିବା ଗ୍ରାଫିକ୍ସ ମଧ୍ୟରେ ଢେର ଫରକ ଥିବାର ଜଣାଯାଏ ।
ଏଥିରୁ ପ୍ରମାଣିତ ହେଲାଯେ ଏଭଳି କୌଣସି ଖବର ଏନଡିଟିଭି ଇଣ୍ଡିଆ ନିଜ ସୋସିଆଲ ମିଡିଆରେ ସେୟାର କରିନାହିଁ ।
ଅଧିକ ଅନୁସନ୍ଧାନ କରିବାକୁଯାଇ ଆମେ ଉକ୍ତ ଫଟୋକୁ True Media ଏଆଇ ଅନୁସନ୍ଧାନରେ ପରୀକ୍ଷଣ କରିଥିଲୁ । True Media ରିପୋର୍ଟ ଅନୁଯାୟୀ ଭାଇରାଲ ହେଉଥିବା ଉକ୍ତ ଫଟୋଟି ସମ୍ପୂର୍ଣ୍ଣ ଭାବେ ଏଆଇ ଦ୍ୱାରା ନିର୍ମିତ ।
ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ଖବର କୌଣସି ଗଣମାଧ୍ୟମ କିମ୍ବା ଏନଡିଟିଭି ପ୍ରସାରିତ କରିନାହିଁ । ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମାଣ କରି ଭୁଲ୍ ତଥ୍ୟ ସହ ସେୟାର କରାଯାଇଛି ।