Fact Check: ଏ.ଆଇ. ଭିଡିଓ ହେଉଛି ଭାଇରାଲ, କୋଲକାତା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦାବି କରୁଛନ୍ତି କୋହିଲି

Update: 2024-09-05 06:48 GMT


କୋଲକାତା ଆର୍‌ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ମାଡ଼ । ବାଜିଲା ଶକ୍ତ ଚାପୁଡ଼ା, ଭିଡ଼ ଭିତରେ ମାଡ଼ ମାରିଲେ ଲୋକେ । କୋର୍ଟରୁ ବାହାରକୁ ଆସିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଶକ୍ତ ଚାପୁଡ଼ା ମାରିଛନ୍ତି। ପୁଲିସ ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ତାଙ୍କ ଉପରେ ହୋଇଛି ଆକ୍ରମଣ ।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ କୁହାଯାଉଥିବା ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର ସିବିଆଇ ଟିମ୍‌ ଗିରଫ କରିବା ପରେ ଆଲିପୁର କୋର୍ଟରେ ହାଜର କରିଥିଲା । ଏହି ସମୟରେ କୋର୍ଟ ବାହାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ତେବେ କୋର୍ଟରୁ ବାହାରକୁ ବାହାରିବା ପରେ ତାଙ୍କୁ ବିରୋଧ କରି ଉତ୍ୟକ୍ତ ଲୋକେ ଘେରି ଯାଇଥିଲେ। ତାଙ୍କୁ ଫାଶୀ ଦିଆଯାଉ ବୋଲି ନାରା ଲଗାଇଥିଲେ। ଏହାରି ଭିତରେ ପୁଲିସ ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଆକ୍ରମଣ କରି ତାଙ୍କୁ ଚାପୁଡା ମାରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ବାଜିଥିଲା। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଭିଡିଓରେ ଭାରତୀୟ କ୍ରିକେଟର କୋଲକାତା ଘଟଣାରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ପାଇଁ ଦାବି କରିଛନ୍ତି । ଭିଡିଓ ଉପରେ ହିନ୍ଦୀରେ ଲେଖା ହୋଇଛି " ବାଃ ସାର୍ ଆପଣଙ୍କ କଥା ଶୁଣି ଆଖିରୁ ଲୁହ ଆସିଯାଉଛି, ବିରାଟ ସାର୍ ମଧ୍ୟ ଏବେ ସପୋର୍ଟ କଲେଣି । ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପାଇଁ ଦାବି କରିଛନ୍ତି କୋହିଲି" । 


Full View


Full View


Full View


ସତ୍ୟାସତ୍ୟ : ଭିଡିଓରେ ନାହିଁ କୌଣସି ସତ୍ୟତା, ପୁରୁଣା ଭିଡିଓ ସହ ଏ.ଆଇ. ଅଡିଓକୁ ଯୋଡ଼ାଯାଇଛି

ଅନୁସନ୍ଧାନ କରିବାକୁ ଯାଇ, ଆମେ ଭିରାଟ କୋହିଲିଙ୍କ ସୋସିଆଲ ମିଡିଆ ସର୍ଚ୍ଚ କରିଥିଲୁ I  ଏନେଇ ତାଙ୍କର କୌଣସି ସୋସିଆଲ ମିଡିଆରେ କୋଲକାତା ଘଟଣା ନେଇ କୌଣସି ପୋଷ୍ଟ ଥିବାର ପାଇନଥିଲୁ । ଏନେଇ କୌଣସି ଗଣମାଧ୍ୟମରେ ମଧ୍ୟ କୌଣସି ଖବର ପ୍ରସାରଣ ହୋଇନଥିବାର ଜଣାଯାଇଛି ।

ଅଧିକ ଅନୁସନ୍ଧାନ କରିବାକୁ ଯାଇ, ଭାଇରାଲ ଭିଡିଓର କିଛି ଅଂଶର ସ୍କ୍ରିନସଟକୁ ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଥିଲୁ । ଏନେଇ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୦ ଫେବୃଆରୀ ୨୦୨୨ରେ ନିଜ ସୋସିଆଲ ମିଡିଆରେ କୋହିଲିଙ୍କ ଏକ ଭିଡିଓ ପୋଷ୍ଟ କରିଥିଵାର ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓରେ ଉଲ୍ଲେଖ ଥିଲା, " ଶୁଣନ୍ତୁ କ୍ରିକେଟର ଙ୍କ ଭାଗ୍ୟ ଆଇପିଏଲ କିଭଳି ବଦଳାଇଦିଏ" । 

ଯେତେବେଳେ ଆମେ ରୋୟଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୟୁଟ୍ୟୁବ ଚ୍ୟାନେଲଟିକୁ ଅନୁସନ୍ଧାନ କଲୁ, ଉକ୍ତ ଭିଡିଓ ର ସମ୍ପୂର୍ଣ୍ଣ ଅଂଶ ପାଇଥିଲୁ ।

ଭିଡିଓ ଟି "ଆର.ସି.ବି ପୋଡ଼କାଷ୍ଟ - ଆପିଏଲ କିଭଳି ମୋ ଜୀବନକୁ ବଦଳାଇଦେଲା : ଭିରାଟ କୋହିଲି" ଶୀର୍ଷକ ସହ ୨୬ ଫେବ୍ରୁଆରୀ ୨୦୨୨ରେ ଅପଲୋଡ ହୋଇଥିବାର ଦେଖାଯାଇଛି । ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ୬.୧୦.୧୭୧ ଜଣ ଦେଖି ସାରିଥିବା ବେଳେ, ୨୬ ହଜାର ୟୁଜର୍ସ ଲାଇକ ମଧ୍ୟ କରିଛନ୍ତି । 

Full View


ଉକ୍ତ ଭିଡିଓର ୬.୫୨ ଟାଇମଷ୍ଟାମ୍ପରେ ଭିରାଟଙ୍କ ବାର୍ତ୍ତାର ଶୈଳୀ, ଭାଇରାଲ ଭିଡିଓ ସହ ପ୍ରାୟ ସମାନ ହୋଇଥିବାର ଦେଖାଯାଇଛି I



ତେଣୁ ଏଥିରୁ ପ୍ରମାଣିତ ହେଲାଯେ, କୋହିଲିଙ୍କ ଭାଇରାଲ ହେଉଥିବା ଭିଡିଓଟି କୋଲକାତା ଘଟଣା ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ଅଛି । ଏହା ମଧ୍ୟ ପ୍ରମାଣିତ ହେଲାଯେ, ମୁଳ ଭିଡିଓ ରେ ସିଏ କ୍ରିକେଟ ଏବଂ ଆଇପିଏଲ ନେଇ ବାର୍ତ୍ତା ଦେଉଛନ୍ତି  ।

ଭାଇରାଲ ଅଡିଓ କୁ ଅନୁସନ୍ଧାନ କରିବାକୁଯାଇ ରିଜେମ୍ବଲ ଏ.ଆଇ. ନାମକ ଏକ ଅଡ଼ିଓ ଡିପଫେକ୍ ଟୁଲ୍ ମାଧ୍ୟମରେ ତର୍ଜମା କରିଥିଲୁ । ରିପୋର୍ଟ ଅନୁଯାୟୀ ଉକ୍ତ ଅଡିଓ ଟି ଫେକ୍ ଅଟେ, ଏପରିକି ଉକ୍ତ ଅଡ଼ିଓ ଟି ୯୦% ଏଆଇ ଦ୍ୱାରା ନିର୍ମିତ ବୋଲି ମଧ୍ୟ ରିପୋର୍ଟ ରେ ପ୍ରକାଶ ପାଇଛି ।  




ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାରତୀୟ କ୍ରିକେଟର ଭିରାଟ କୋହିଲି, କୋଲକାତା ଘଟଣାକୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି । ଏପରିକି ପୁରୁଣା ଭିଡିଓରେ ଏକ ଏ.ଆଇ. ଅଡ଼ିଓକୁ ଯୋଡି  ଏହି ଭିଡିଓ କୁ ଭାଇରାଲ କରାଯାଇଛି ।


Claim :  କୋଲକାତା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦାବି କଲେ କୋହିଲି
Claimed By :  Social Media Users
Fact Check :  False
Tags:    

Similar News