Fact Check: ଭାଇରାଲ ଭିଡିଓ ଟି ବହୁ ପୁରୁଣା: ଆଗାମୀ ଜମ୍ମୁ-କଶ୍ମୀର ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ

Update: 2024-08-29 10:29 GMT


ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହୋଇସାରିଛି ତାରିଖ । ଭାରତୀୟ ନିର୍ବାଚନ ଆୟୋଗର ଘୋଷଣା ଅନୁଯାୟୀ , "ତିନୋଟି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ, ଆସନ୍ତା ସେପ୍ଟେମ୍ବର ୧୮ ଓ ୨୫ତାରିଖ ଏବଂ ଅକ୍ଟୋବର ୧ ତାରିଖରେ ମତ ସାବ୍ୟସ୍ତ କରିବେ ଜମ୍ମୁ-କାଶ୍ମୀର ଭୋଟର। ସେହିପରି ଆସନ୍ତା ୨୦୨୪.ଅକ୍ଟୋବର୪ ରେ ଫଳାଫଳ ପ୍ରକାଶ ପାଇବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।"

କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବାକୁ ଘୋଷଣା କରିଥିବା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ମଧ୍ୟରେ ସିଟ୍‌ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇଛି । ଚୂଡାନ୍ତ ଅନୁଯାୟୀ ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନରୁ ଉଭୟ ଦଳ ମିଳିତ ଭାବେ ୮୩ଟି ଆସନରେ ପ୍ରାର୍ଥୀ ଦେବେ । ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ ୫୨ଟି ଆସନରେ ଓ କଂଗ୍ରେସ ୩୨ଟି ଆସନରେ ନିର୍ବାଚନ ଲଢ଼ିବ। ବାକି ୭ଟି ଆସନରୁ ଦୁଇ ଦଳ ୫ଟି ସ୍ଥାନରେ ଅତ୍ୟନ୍ତ ଶୃଙ୍ଖଳିତ ଓ ବନ୍ଧୁତାପୂର୍ଣ୍ଣ ଭାବେ ପରସ୍ପର ସହ ଲଢ଼ିବେ । 

ଇତିମଧ୍ୟରେ ଜଣେ ଜମ୍ମୁ-କଶ୍ମୀରର କଂଗ୍ରେସ ନେତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଭିଡିଓରେ ସିଏ ପ୍ରତିଶ୍ରୁତି ଦେଇ ହିନ୍ଦୀରେ କହିଛନ୍ତି ," ଯଦି କଂଗ୍ରେସ ସରକାର ଗଠନ କରେ, ବିଜେପି କରୁଥିବା ହିଂସା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ । ଆତଙ୍କବାଦୀଙ୍କ ନାଁ ରେ ଯେଉଁମାନଙ୍କୁ ମରାଯାଇଛି କିମ୍ବା ଜେଲ ରେ ଭର୍ତ୍ତି କରିଦିଆଯାଇଛି ତାଙ୍କୁ ଜେଲ୍ ରୁ  ମୁକୁଳା ଯିବ ଏବଂ ମୃତ୍ୟୁବରଣ କରିଥିବା ନିରୀହଙ୍କୁ ଏକକୋଟି ଲେଖାଏଁ କ୍ଷତିପୂରଣ ମିଳିବ । ଯଦି ଏକ ନିର୍ଦ୍ଦିଷ୍ଟ ଦଳୀୟ ଲୋକଙ୍କୁ କ୍ଷତିପୂରଣ ମିଳି ପାରୁଚି ତେବେ ନିରୀହ ବ୍ୟକ୍ତିଙ୍କୁ କାହିଁକି କ୍ଷତିପୂରଣ ମିଳିବ ନାହିଁ । ନୂଆଁ ନିୟମ ତିଆରି କରାଯିବ ଯେଉଁମାନେ ଏଭଳି ହିଂସା ଘଟାଇଛନ୍ତି ସେମାନଙ୍କୁ ଫାସୀରେ ଝୁଲାଇ ଦିଆଯିବ" ।

ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସ ଇଂରାଜୀରେ ଲିଖିତ ଏକ କ୍ୟାପସନ ସହ ସେୟାର କରିବାରେ ଲାଗିଛନ୍ତି , "Congress promises to J&K people that if they win : -They'll release all the terrorists locked in jail -They'll give 1 crore compensation to the families of those who were kiIIed -They'll punish all the BJP leaders who spoke against terrorism".

ଯାହାକୁ ଓଡ଼ିଆରେ ଅନୁବାଦ କଲେ ଜଣାଯାଏ ଯେ,  " କଂଗ୍ରେସ ଜମ୍ମୁ ଏବଂ କାଶ୍ମୀର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଯଦି ସେମାନେ କ୍ଷମତାକୁ ଆସନ୍ତି ତେବେ ସେମାନେ, ଜେଲରେ ବନ୍ଦ ଥିବା ସମସ୍ତ ଆତଙ୍କବାଦୀଙ୍କୁ ମୁକ୍ତ କରିବେ । ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ଦେବେ ଏବଂ ଆତଙ୍କବାଦ ବିରୋଧରେ ମତାମତ ଦେଇଥିବା ସମସ୍ତ ବିଜେପି ନେତାଙ୍କୁ ସେମାନେ ଦଣ୍ଡିତ କରିବେ" । 



Full View





ସତ୍ୟାସତ୍ୟ: ଦାବିଟି ଭ୍ରମାତ୍ମକ, ଭିଡିଓଟି ମଧ୍ୟ ବହୁ ପୁରୁଣା । ଭିଡିଓରେ କହୁଥିବା ବ୍ୟକ୍ତିଜଣଙ୍କ ନୁହଁନ୍ତି ଜମ୍ମୁ- କଶ୍ମୀର କଂଗ୍ରେସର ମୁଖପାତ୍ର  ।

ଭାଇରାଲ ଭିଡିଓରେ ସୂଚନା ଦେଉଥିବା ଜଣେ ସାମ୍ବାଦିକ ଜଣାଇଛନ୍ତି ଯେ ଭିଡିଓ ରେ ଥିବା କଂଗ୍ରେସ ନେତା ଜଣଙ୍କ ହେଉଛନ୍ତି ସାଘିରସୟଦ୍ ଖାନ । 

ଯେତେବେଳେ ଆମେ ଇଂରାଜୀରେ " ସାଘିର ସୟଦ୍ ଖାନ ଦେଇଥିବା ବିବାଦୀୟ ବୟାନ " ଲେଖି ଗୁଗୁଲରେ ଅନୁସନ୍ଧାନ କରିଥିଲୁ, News18 ଏ ନେଇ ୨୭ ଡିସେମ୍ବର ୨୦୧୮ରେ ଏକ ଖବର ପ୍ରସାରିତ କରିଥିଵାର ପାଇଥିଲୁ ।

ଯାହାର ଶୀର୍ଷକ ଥିଲା " Will Hang BJP Leaders Involved in Civilian Killings': Congress Leader's 'Pro-militant' Stand Sparks Furore" 

ବିସ୍ତାରରେ ଖବର ପ୍ରସାରଣ କରିବାକୁ ଯାଇ News18 ସୂଚନା ଦେଇଛି ଯେ " ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି (ଜେ.କେ.ପି.ସି) ଖାନଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛି । ଜେ.କେ.ପି.ସି.ଙ୍କ ପରାମର୍ଶ ନ ନେଇ ସିଏ ଏଭଳି ବିବୃତି ଦେଇଛନ୍ତି, ଯାହା କଂଗ୍ରେସ ର ମତାମତ ନୁହେଁ ଏବଂ ଏହାକୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରୁଚୁ ।

ତେଣୁ ପ୍ରମାଣିତ ହେଲାଯେ, ଉକ୍ତ ଭାଇରାଲ ଭିଡିଓ ଟି ବର୍ତ୍ତମାନର ନୁହେଁ ୨୦୧୮ ମସିହାର ।

ଅଧିକ ଅନୁସନ୍ଧାନ କରିବାକୁ ଯାଇ ଆମର ଜଣେ ପ୍ରତିନିଧି ଜମ୍ମୁ - କଶ୍ମୀର କଂଗ୍ରେସର ମୁଖ୍ୟ ମୁଖପାତ୍ର ରବିନ୍ଦର ଶର୍ମାଙ୍କ ସହ ଯୋଗାଯୋଗ କରିଥିଲେ । ଯାହାର ମତାମତ ଦେବାକୁ ଯାଇ ଶ୍ରୀ ଶର୍ମା କହିଛନ୍ତି " ଏହି ଭିଡିଓ ଏବେର ନୁହେଁ ବହୁ ପୁରୁଣା, ତେବେ ସାଘିର କଂଗ୍ରେସର କୌଣସି ପଦାଧିକାରୀ ନୁହଁନ୍ତି । ସିଏ ଦେଇଥିବା ମନ୍ତବ୍ୟ କଂଗ୍ରେସର ନୁହେଁ, ଏଭଳି କୌଣସି ପ୍ରତିଶ୍ରୁତି କଂଗ୍ରେସ ଦେଇ ନାହିଁ । ଏନେଇ ମୁଁ ମଧ୍ୟ ୨୦୧୮ ମସିହାରେ ଏକ ଭିଡିଓ ବାର୍ତ୍ତା ଜାରି କରିଛି । ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ସଘିର ଯାହା କହିଛନ୍ତି ତାହାକୁ ଭୁଲ୍ ବ୍ୟାଖ୍ୟା ମଧ୍ୟ କରାଯାଇଛି" ।

ଅନୁସନ୍ଧାନରୁ ମୁଖପାତ୍ର ରବିନ୍ଦର ଶର୍ମାଙ୍କ ଭିଡିଓ ଯାହାକି ୨୬ ଅଗଷ୍ଟ ୨୦୧୮ ରେ ଜମ୍ମୁ- କାଶ୍ମୀର ଭାରତୀୟ ଜାତୀୟ କଂଗ୍ରେସ  ର ଫେସବୁକପେଜ  ରେ ଅପଲୋଡ କରାଯାଇଛି ତାହା ହସ୍ତଗତ ହୋଇଛି ।  ଯେଉଁଥିରେ ଶ୍ରୀ ଶର୍ମା କହିଛନ୍ତି " ସାଘିର କହିଥିବା ବାର୍ତ୍ତାକୁ ମୁଁ ପାର୍ଟି ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରୁଛି ଏବଂ ଅସ୍ବୀକାର କରୁଛି । ଏହା କଂଗ୍ରେସ ର ଇସ୍ଥହାର ନଥିଲା ଏପରିକି ପଲିସି ମ୍ୟାଟରକୁ ନେଇ ବୟାନ ଦେବାର ସଘିରଙ୍କର କୌଣସି କ୍ଷମତା ମଧ୍ୟ ନାହିଁ, ଆତଙ୍କବାଦ କୁ କଂଗ୍ରେସ ପାର୍ଟି କେବେବି ବରଦାସ୍ତ କରେନାହିଁ " ।


Full View


ବିଜନେସ ଷ୍ଟାଣ୍ଡାର୍ଡ଼ ୨୭ ଡିସେମ୍ବର ୨୦୧୮ରେ ଖବର ପ୍ରସାରଣ କରି ଶୀର୍ଷକରେ ଉଲ୍ଲେଖ କରିଛି , " AICC minority cell leader Khan triggers major row in J&K with his 'pro-militant' remarks"

ତେଣୁ ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି ଜଣାଯାଏ ଯେ ଉକ୍ତ ଭିଡିଓ ଟି ବହୁ ପୁରୁଣା, ସାଘିର ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ପାର୍ଟିର ନୁହେଁ । ନାହିଁ ସାଘିର ଜମ୍ମୁ- କଶ୍ମୀର କଂଗ୍ରେସର ମୁଖପାତ୍ର ବା କୌଣସି ପଦାଧିକାରୀ ଅଟନ୍ତି ।


Claim :  ଜମ୍ମୁ-କଶ୍ମୀରରେ କଂଗ୍ରେସ କ୍ଷମତାକୁ ଆସିଲେ ପାଳନ କରିବ ଏହି ସବୁ ପ୍ରତିଶ୍ରୁତି ; କଂଗ୍ରେସ ନେତା ସାଘିର ସୟୀଦ୍ ଖାନ
Claimed By :  Social Media Users
Fact Check :  Misleading
Tags:    

Similar News