ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ଜାପାନର ଅଟେ, ଦିଲ୍ଲୀ ଭୁମିକମ୍ପ ସହ ନାହିଁ କୌଣସି ସମ୍ପର୍କ

ଭାଇରାଲ ଭିଡିଓଟି ୨୦୨୧ ମସିହାରେ ଜାପାନରେ ଘଟିଥିବା ଭୁନିକମ୍ପର ଭିଡିଓ । ବିଗତ ଦିନରେ ଦିଲ୍ଲୀରେ ଘଟିଥିବା ଭୁମିକମ୍ପ ସହ ନାହିଁ କୌଣସି ସମ୍ପକ ।;

twitter-grey
Update: 2025-02-18 09:19 GMT
The viral video is from Japan and has no connection to the recent earthquake in Delhi

The viral video is from Japan and has no connection to the recent earthquake in Delhi

  • whatsapp icon


ଫେବ୍ରୁଆରୀ ୧୭ ସମୟ ପ୍ରାୟ ସକାଳ ୫.୩୦ ଦୋହଲି ଥିଲା ଦିଲ୍ଲୀ, ଭୂମିକମ୍ପ ଅନୁଭୂତ ହେବାରୁ କୋଠାଘରେ ରହୁଥିବା ଲୋକେ ଜୀବନ ବଞ୍ଚାଇବାପାଇଁ ଖୋଲା ସ୍ଥାନକୁ ଦୌଡି ଆସିଥିଲେ । ପ୍ରସାରିତ ଖବର ଅନୁଯାୟୀ ଦିଲ୍ଲୀରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ପରେପରେ ସକାଳ ୮ଟାରେ ବିହାରରେ ସମାନ ତୀବ୍ରତାର ଆଉ ଏକ ଭୂକମ୍ପ ଅନୁଭୂତ ମଧ୍ୟ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ ଦିଲ୍ଲୀ, ନଏଡା, ଗ୍ରେଟର ନଏଡା ଓ ଗାଜିଆବାଦ ଥରିଉଠିଥିଲା ଏବଂ ଉଚ୍ଚ କୋଠାଘରର ବାସିନ୍ଦାମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ଦିଲ୍ଲୀରେ ସକାଳ ୫ଟା ୩୬ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଧଉଲା କୁଆଁସ୍ଥିତ ‘ଦୁର୍ଗାବାଇ ଦେଶମୁଖ କଲେଜ ଅଫ୍ ସ୍ପେସାଲ ଏଜୁକେସନ’ ନିକଟରେ ୫ କିଲୋମିଟର ଗଭୀରତାରେ ରହିଥିଲା । ଏଥିରେ କୌଣସି କ୍ଷୟକ୍ଷତି ବା ଆହତ ହେବାର ଖବର ମିଳିନାହିଁ । ଏହି ଅଞ୍ଚଳରେ ପ୍ରତି ଦୁଇରୁ ତିନି ବର୍ଷରେ ସାମାନ୍ୟ ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଏହା ପୂର୍ବରୁ ୨୦୧୫ରେ ୩.୩ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଥିଲା ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ବିଳାସପୂର୍ଣ୍ଣ କୋଠରୀର ବାଥଟପ୍ ରୁ କିଛି ପାଣି ଉଛୁଳି ବାହାରକୁ ପଡୁଥିବାର ଦେଖିବାକୁ ମିଳିଛି । ସେଠାରେ ଥିବା ଏକ କାଚ କବାଟ ମଧ୍ୟ ଯୋରସେ ହଲୁଥିବାର ଦେଖିବାକୁ ମିଳିଛି । ଭିଡିଓଟି ବିଗତ ଦିନରେ ଦିଲ୍ଲୀରେ ଘଟିଥିବା ଭୂମିକମ୍ପର ଭିଡିଓ ବୋଲି ଦାବି ହୋଇଛି ।

ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଲେଖିଛନ୍ତି, ଦିଲ୍ଲୀରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, କିନ୍ତୁ ଭୂମିକମ୍ପ ସାଧାରଣ ଅପେକ୍ଷା ଅଧିକ ଶକ୍ତିଶାଳୀ ମନେ ହେଉଥିଲା। କାହିଁକି? କାରଣ ଭୂକମ୍ପର କେନ୍ଦ୍ର ଦିଲ୍ଲୀ ଭିତରେ ଥିଲା - ଦେଖନ୍ତୁ କେନ୍ଦ୍ରସ୍ଥଳରେ ଭୂମିକମ୍ପ କିଛି ଏପରି ଅନୁଭୂତ ହୁଏ ।

ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । 


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକରକ, ଦିଲ୍ଲୀରେ ଭୂମିକମ୍ପ ହୋଇଛି ସତ ହେଲେ, ଭାଇରାଲ ଭିଡିଓଟି ଦିଲ୍ଲୀର ନୁହେଁ ଜାପାନର ଅଟେ ।

ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ, ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଭିଡିଓଟି ୧୫ ଫେବୃଆରୀ ୨୦୨୧ରେ ଅପଲୋଡ଼ ହୋଇଥିବାର ଜାଣିବାକୁ ପାଇଥିଲୁ ।

Full View

ଯେତେବେଳେ ଆମେ ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓକୁ ତୁଳନା କରିଥିଲୁ ଉଭୟ ଭିଡିଓ ସମାନ ବୋଲି ଜାଣିବାକୁ ପାଇଥିଲୁ ।


ସେହିପରି ଆଉଜଣେ ୟୁଜର୍ସ ସମାନ ଭିଡିଓକୁ ୨୮ ଫେବୃଆରୀ ୨୦୨୧ରେ ଫେସବୁକରେ ସେୟାର କରିଥିଵାର ଦେଖିବାକୁ ପାଇଥିଲୁ । 


Full View

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ୨୦୨୧ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।

ସେହିପରି ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ଭିଡିଓରେ ଉଲ୍ଲେଖ ରହିଛି, ଏହା ଜାପାନ ଭୂମିକମ୍ପ ସମୟର ଭିଡିଓ ।

ତେଣୁ ଆମେ ଇଂରାଜୀରେ ୨୦୨୧ ମସିହାରେ ଘଟିଥିବା ଜାପାନ ଭୂମିକମ୍ପ ଲେଖି ଅନୁସନ୍ଧାନ କରିଥିଲୁ ।

ପାଣିପାଗ ଉପରେ ଖବର ପ୍ରସାରଣ କରୁଥିବା ପ୍ରମୁଖ ଅନୁଷ୍ଠାନ Weather  ଉକ୍ତ ଭିଡିଓକୁ ନିଜ ୱେବସାଇଟରେ ପୋଷ୍ଟ କରିଥିଵାର ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓଟି ଜାପାନ ଭୁମିକମ୍ପ ସମୟର ବୋଲି ଉଲ୍ଲେଖ ରହିଛି ।

ଜୁକିନ ମିଡିଆ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ନିଜ ଚ୍ୟାନେଲରେ ଉକ୍ତ ଭିଡିଓକୁ ଅପଲୋଡ଼ କରିଥିଵାର ମଧ୍ୟ ଦେଖିବାକୁ ପାଇଥିଲୁ ।

Full View


ସେହିପରି ଅଲଜଜିରା ଉକ୍ତ ଖବରକୁ ପ୍ରସାରିତ କରି ଉଲ୍ଲେଖ କରିଛନ୍ତି, ୨୦୨୧ ମସିହା ଫେବ୍ରୁଆରୀ ୧୩ରେ ଜାପାନର ଫୁକୁସୀମା ଏବଂ ମିୟଗି ଅଞ୍ଚଳରେ ଭୂକମ୍ପ ଅନୁଭୂତ । ଭୂକମ୍ପର ତୀବ୍ରତା ୭.୩ ମାଗ୍ନିଟ୍ୟୁଡ ସୂଚନା ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ଭିଡିଓଟି ୨୦୨୧ ମସିହାରେ ଜାପାନରେ ଘଟିଥିବା ଭୁନିକମ୍ପର ଭିଡିଓ । ବିଗତ ଦିନରେ ଦିଲ୍ଲୀରେ ଘଟିଥିବା ଭୁମିକମ୍ପ ସହ ନାହିଁ କୌଣସି ସମ୍ପକ । 


Claim :  ଦିଲ୍ଲୀରେ କିଛି ଏଭଳି ହୋଇଥିଲା ଭୁମିକମ୍ପ, ସ୍ନାନକୁଣ୍ଢରୁ ଉଛୁଳି ଥିଲା ପାଣି
Claimed By :  Social Media User
Fact Check :  Misleading
Tags:    

Similar News