Fact Check : ଡ୍ରୋନ୍ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ

ଆନ୍ଧ୍ରପ୍ରଦେଶରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଅତ୍ୟାବଶ୍ୟକତା ସାମଗ୍ରୀ ଯୋଗାଇବା ପାଇଁ ଡ୍ରୋନ୍ ବ୍ୟବହାର କରିଛନ୍ତି ଆ.ପ ସରକାର

Update: 2024-09-11 16:06 GMT

Drone


ଆନ୍ଧ୍ରପ୍ରଦେଶର ଅନେକ ଅଂଶରେ ବନ୍ୟା ପରିସ୍ଥିତି ଦେଖାଦେଇଛି, ଯାହାଫଳରେ ଏହାର ରାଜଧାନୀ କୁହାଯାଉଥିବା ବିଜୟୱାଡାରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି I 

ଲଗାଣ ବର୍ଷା ଫଳରେ ଆନ୍ଧ୍ରପ୍ରଦେଶର ଉପରମୁଣ୍ଡ ଅଧିକ ପ୍ରଭାବିତ ହୋଇଥିବାର ଦେଖାଦେଇଛି I ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ନେତୃତ୍ୱରେ ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଡ୍ରୋନ୍ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ଉପ-ମୁଖ୍ୟମନ୍ତ୍ରୀ କେ. ପୱନ କଲ୍ୟାଣ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି I ଏହା ସହ ଉଦ୍ଧାର କାର୍ଯ୍ୟର ଫଟୋ ଗୁଡିକୁ ନିଜ ସୋସିଆଲ ମିଡିଆରେ ଅପଲୋଡ଼ ମଧ୍ୟ କରିଥିବାର ଦେଖାଦେଇଛି I


ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଉକ୍ତ ଫଟୋରେ ବନ୍ୟାଞ୍ଚଳରେ ଜଣେ ବୟସ୍କ ମହିଳାଙ୍କୁ ଡ୍ରୋନ୍ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ପଠାଉଥିବାର ଦେଖାଦେଇଛି I

ସୋସିଆଲ ମିଡ଼ିଆରେ ୟୁଜର୍ସ ଉକ୍ତ ଫଟୋଟିକୁ ସେୟାର କରି ଲେଖିଛନ୍ତି, "ହାତପାହାନ୍ତାରେ ଆମ ବୈଷୟିକ ସେବା, ଏବେ ଡ୍ରୋନ ଯୋଗେ ଵିଜୟୱାଡାର ବନ୍ୟା ପ୍ରପୀଡ଼ିତ ଅଂଚଳରେ ଅତ୍ୟାବଶ୍ୟକିୟ ସାମଗ୍ରୀ ପଠାଇ ଦିଆଯାଉଛି" I     

ଆଉଜଣେ ଏକ୍ସ ୟୁଜର୍ସ ଲେଖିଛନ୍ତି, "ବୈଷୟିକ ଜ୍ଞାନକୌଶଳ ମାନବଜIତି ପାଇଁ କେତେ କାର୍ଯ୍ୟରେ ଆସିପାରେ ଏହା ହେଉଛି ଏକ ଦିଗନ୍ତ ଉଦାହରଣ" I   ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ବନ୍ୟାଞ୍ଚଳରେ ପ୍ରପୀଡ଼ିତ ଲୋକଙ୍କ ପାଖକୁ ଡ୍ରୋନ୍ ଯୋଗେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଯାଇ ପାରୁଛି I  ଉକ୍ତ ଡ୍ରୋନ୍ ଗୁଡିକ ଅପହଞ୍ଚ ସ୍ଥାନରେ ପହଞ୍ଚୀ ପାରୁଛି , ହେଲିକପ୍ଟର ଏବଂ ବୋଟ ଯୋଗେ କଣ୍ଟ୍ରୋଲ କରି ଏହା ଆହୁରି ଅଧିକ ସ୍ଥାନରେ ଆରାମରେ ସାମଗ୍ରୀ ଯୋଗାଇ ଦେଉଛି I                   

ଉକ୍ତ ଫଟୋଟିକୁ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ମଧ୍ୟ ସେୟାର କରିଥିଲେ, ହେଲେ ପରବର୍ତୀ ସମୟରେ ଏହା ବଦଳି ଯାଇଥିବାର ଦେଖାଦେଇଛି I 



ଏହା ହେଉଛି ସେହି ଭିଡିଓ ଯେଉଁଥିରେ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଡ୍ରୋନ୍ ଯୋଗେ ଅପହଞ୍ଚ ସ୍ଥାନରେ ଅତ୍ୟାବଶ୍ୟକିୟ ସାମଗ୍ରୀ ପଠାଯାଇ ପାରୁଛି ବୋଲି ଦର୍ଶାଇଛନ୍ତି I


ସତ୍ୟାସତ୍ୟ: 

ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ, ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ବୋଲି ଜଣାଯାଇଛି I    

ଯେତେବଳେ ଭାଇରାଲ ଫଟୋଟିକୁ ଆମେ ତର୍ଜମା କରିଥିଲୁ, ଉକ୍ତ ଫଟୋରେ ‘Imagined with AI’ ଲୋଗୋ ରହିଛି   


ଅନୁସନ୍ଧାନ କରିବାରୁ ଉକ୍ତ ଲୋଗୋଟି 'ମେଟା ଏଆଇର ସହକାରୀ' I ମେଟା ଫେସବୁକ, ହୁଆଟ୍ସଆପ, ଇନଷ୍ଟାଗ୍ରାମ ରେ ବହୁଳ ବ୍ୟବହାର ହେଉଥିବା ଦେଖାଯାଇଛି I ଏଥିରେ ପ୍ରାୟ ସମସ୍ତ ପ୍ରଶ୍ନର ଉତ୍ତର ମିଳିପାରୁଥିବା ବେଳେ, ଆମ ଚାହିଦା ନେଇ ଏଭଳି ଏଆଇ ଫଟୋ ନିର୍ମାଣ କରିପାରୁଛି I              

 ହାଇଭ ମୋଡରେସନ ଟୁଲରେ ଏହାକୁ ପରୀକ୍ଷା କରିବାରୁ, ଉକ୍ତ ଭାଇରାଲ ଫଟୋଟି ଏଆଇ ଦ୍ୱାରା ନିର୍ମିତ ବୋଲି ଜଣାଯାଇଛି I    



ପରେପରେ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ମଧ୍ୟ ଉକ୍ତ ଭାଇରାଲ ଫଟୋଟିକୁ ନିଜ ସୋସିଆଲ ମିଡିଆରୁ ଡିଲିଟ କରିଦେଇଥିବା ଦେଖାଦେଇଛି  I ଉକ୍ତ ଫଟୋ ସ୍ଥାନରେ କିଛି ଭିଡିଓ ଅପଲୋଡ଼ କରାଯାଇଛି I 

ପ୍ରସାରିତ ଖବର ଅନୂଯାଇ ,ଆନ୍ଧ୍ରପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କୁ ଖାଦ୍ୟ ଏବଂ ପାଣି ପ୍ୟାକେଟ୍ ଯୋଗାଇବା ପାଇଁ ଆନ୍ଧ୍ର ସରକାର ଡ୍ରୋନ ବ୍ୟବହାର କରିଥିଲା I କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଅଜିତ ସିଂହନଗର ଅଞ୍ଚଳରେ ଖାଦ୍ୟ , ପାଣି ଏକ ଔଷଧ ପଠାଯାଇଛି I ଭାମ୍ବେ କଲୋନୀ, ପୁରୁଣା ଏବଂ ନୂଆ ରାଜରାଜେଶ୍ଵରୀ ଅଞ୍ଚଳରେ ମଧ୍ୟ ଉକ୍ତ ସେବା ପହଂଚି ପାରିଛି I        


ତେଣୁ ବନ୍ୟା ଅଞ୍ଚଳରେ ଜଣେ ବୃଦ୍ଧ ମହିଳା ଡ୍ରୋନ୍ ରୁ ଅତ୍ୟାବଶ୍ୟକୀୟ ସମାଗ୍ରୀ  ଗ୍ରହଣ କରୁଥିବା ଫଟୋଟି, ଏଆଇ ଦ୍ୱାରା ନିର୍ମିତ I    


Claim :  ଆନ୍ଧ୍ରପ୍ରଦେଶରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଅତ୍ୟାବଶ୍ୟକତା ସାମଗ୍ରୀ ଯୋଗାଇବା ପାଇଁ ଡ୍ରୋନ୍ ବ୍ୟବହାର କରିଛନ୍ତି ଆ.ପ ସରକାର
Claimed By :  Social Media Users
Fact Check :  Misleading
Tags:    

Similar News