ଫ୍ୟାକ୍ଟ ଚେକ୍: ବେଆଇନ ଭାବେ ଚାଲୁଥିବା ମଦ୍ରାସା ଉପରେ ଉତ୍ତରାଖଣ୍ଡର ପୁରୁଣା ଭିଡିଓକୁ ଭୁଲ୍ ଦାବି ସହ କରାଯାଇଛି ସେୟାର

ଭାଇରାଲ ହେଉଥିବା ଭିଡିଓଟି ଉତ୍ତରାଖଣ୍ଡର ଅଟେ ଯେଉଁଠି ଚଳିତ ବର୍ଷ ମାର୍ଚ୍ଚ ମାସରେ କିଛି ବେଆଇନ ଭାବେ ଚାଲିଥିବା ମଦ୍ରାସାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା । ଉକ୍ତ ଭିଡିଓର ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ଏବଂ ଉତ୍ତରପ୍ରଦେଶ ସହ ନାହିଁ କୌଣସି ସମ୍ପର୍କ ।;

twitter-grey
Update: 2025-04-12 06:00 GMT
An old video from Uttarakhand showing illegal madrasas is being circulated on social media with misleading claims

An old video from Uttarakhand showing illegal madrasas is being circulated on social media with misleading claims

  • whatsapp icon


କେନ୍ଦ୍ର ସରକାର ୱାକଫ୍ ସଂଶୋଧନ ଆଇନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ନୂତନ ୱାକଫ୍ ଆଇନ ଆଜି ଅର୍ଥାତ୍ ମଙ୍ଗଳବାର ୮ ଏପ୍ରିଲ୍, ୨୦୨୫ ଠାରୁ ଲାଗୁ ହେବ। ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର (୫ ଏପ୍ରିଲ୍) ଏହାକୁ ଅନୁମୋଦନ କରିଥିଲେ । ୱାକଫ୍ ଆଇନକୁ ନେଇ ଦେଶସାରା ଗମ୍ଭୀର ସ୍ଥିତି କେଉଁଠି ସପକ୍ଷ ତ କେଉଁଠି ଭିକ୍ଷୋଭ । ତେବେ ପଶ୍ଚିମବଙ୍ଗର ମୁସଲିମ ସମ୍ପ୍ରଦାୟକୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ସରକାର ମୁସଲିମମାନଙ୍କର ସମ୍ପତ୍ତିର ସୁରକ୍ଷା ନିଶ୍ଚିତ ଭାବେ କରିବେ ବୋଲି କହିଛନ୍ତି ମମତା । ଅନ୍ୟପଟେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ୨୦୨୫ର ପ୍ରଥମ ୧୦୦ ଦିନରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ ହୋଇଥିଲା, ଯାହା ଏକ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ମୋଦୀ ୱାକଫ୍ ଆଇନ ପାସ କରିବା ପାଇଁ ସଂସଦକୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ନୂତନ ୱାକଫ ଆଇନ ଗରିବ ମୁସଲମାନମାନଙ୍କ ଅଧିକାରକୁ ସୁରକ୍ଷା ଦେବ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କିଛି ବ୍ୟକ୍ତି ଯେଉଁମାନେ ପୋଲିସ୍ ପିନ୍ଧିଛନ୍ତି ଏକ ଗେଟ୍ ଯୋଗେ ଭିତରକୁ ଯାଉଛନ୍ତି । ଭିତରେ ଜଣେ ମୁସଲମାନ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଭେଟୁଛନ୍ତି ଏବଂ ଉଭୟଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ଲାଗିରହୁଛି ।

ଉକ୍ତ ଭିଡିଓଟି ୱାକଫ୍ ଵିଲ୍ ପରେ ଉତ୍ତର ପ୍ରଦେଶ ପୋଲିସ୍ ଏକ ମଦ୍ରାସା କୁ ସିଲ୍ କରୁଥିବାର ଦାବି ହୋଇଛି ।


ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓ ସେୟାର କରି ଲେଖିଛନ୍ତି, Trends have started coming after the Waqf bill was passed. Madrasa activities have started in UP. This video is a lesson for those who thought that nothing will happen with the Waqf bill.

ଯାହାର ଓଡ଼ିଆ ଅନୁବାଦ ହେଉଛି, ୱାକଫ ବିଲ୍ ପାସ୍ ହେବା ପରେ ଧାରା ଆସିବା ଆରମ୍ଭ ହୋଇଛି। ୟୁପିରେ ମଦ୍ରାସା ଉପରେ କାର୍ଯ୍ୟକଳାପ ଆରମ୍ଭ ହୋଇଛି। ଏହି ଭିଡିଓ ସେମାନଙ୍କ ପାଇଁ ଏକ ଶିକ୍ଷା ଯେଉଁମାନେ ଭାବୁଥିଲେ ଯେ ୱାକଫ୍ ବିଲ୍ ସହିତ କିଛି ହେବ ନାହିଁ ।

ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ, ଉକ୍ତ ଭାଇରାଲ ଭିଡିଓଟି ବହୁ ପୁରୁଣା । ଯେଉଁଥିରେ ଉତ୍ତରାଖଣ୍ଡରେ ଅବୈଧ ଭାବରେ ଚାଲୁଥିବା କିଛି ମଦ୍ରାସାକୁ ପ୍ରଶାସନ ସିଲ୍ କରିଥିଲେ ଏବଂ ୱାକଫ୍ ଆଇନ ପ୍ରାରିତ ହେବା ବହୁ ପୂର୍ବରୁ ଏହି ଘଟଣା ଘଟିଥିଲା । ତେଣୁ ୱାକଫ୍ ସହ ନାହିଁ କୌଣସି ସମ୍ପର୍କ ।

ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ନିୟୁଜ ଷ୍ଟେଟ୍ସର ଏମ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଛି ।

ଉକ୍ତ ଭିଡିଓକୁ ୨୪ ମାର୍ଚ୍ଚ ୨୦୨୫ରେ ନିୟୁଜ ଷ୍ଟେଟ୍ସର ଏମ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ କରି ଉଲ୍ଲେଖ କରିଛି, ଉତ୍ତରାଖଣ୍ଡରେ ବେଆଇନ ଭାବେ ଚାଲିଥିବା ମଦ୍ରାସା ଉପରେ ଚଢ଼ାଉ ସିଲ୍ କଲେ ଅଧିକାରୀ ।

Full View

ତେଣୁ ଏଥିରୁ ଜଣାଯାଏ ଯେ, ଭିଡିଓଟି ଅନ୍ୟୁନ୍ୟ ୨୪ ମାର୍ଚ୍ଚର । ତେବେ ପ୍ରସାରିତ ଖବର ଅନୁଯାୟୀ ୱାକଫ୍ (ସଂଶୋଧନ) ବିଲ୍ ୨୦୨୪, କୁ ଲୋକସଭା ୨ଏପ୍ରିଲ, ୨୦୨୫ ରେ ଓ ରାଜ୍ୟସଭା ୩ଏପ୍ରିଲ ୨୦୨୫ରେ ପାସ୍ କରିଥିଲେ। ଏହି ବିଲ୍ କୁ ୫ଏପ୍ରିଲ ୨୦୨୫ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟିର ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ସହ ନାହିଁ କୌଣସି ସମ୍ପର୍କ ।

ସେହିପରି, ୨୬ ମାର୍ଚ୍ଚ ୨୦୨୫ରେ ଉତ୍ତରାଖଣ୍ଡର ଦୂରଦର୍ଶନ କେନ୍ଦ୍ର ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଘଟଣା ପ୍ରସାରିତ କରି ଉଲ୍ଲେଖ କରିଛି, ହରିଦ୍ୱାରରେ ବେଆଇନ ଭାବରେ ଚାଲୁଥିବା ମଦ୍ରାସା ଗୁଡ଼ିକ ବିରୁଦ୍ଧରେ ପ୍ରଶାସନର କଡ଼ା ଅଭିଯାନ ଜାରି ରହିଛି। ଏପର୍ଯ୍ୟନ୍ତ ୧୨ରୁ ଅଧିକ ବେଆଇନ ମଦ୍ରାସାକୁ ସିଲ୍ କରାଯାଇଛି। ପଞ୍ଜୀକରଣ ଏବଂ ସରକାରୀ ଅନୁମତି ବିନା ଚାଲୁଥିବା ମଦ୍ରାସା ଗୁଡ଼ିକ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Full View

ଉକ୍ତ କିୱାର୍ଡ ଗୁଡ଼ିକ ଅନୁସନ୍ଧାନ କରିବାରୁ, ୨୫ ମାର୍ଚ୍ଚ ୨୦୨୫ରେ ଅମର ଉଜାଲା ନିଜ ଡିଜିଟାଲ ମିଡିଆରେ ଏନେଇ ଏକ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି ।

ଉକ୍ତ ଘଟଣାକୁ ଅମର ଉଜାଲା ଏକ ବିସ୍ତୃତ ଖବର ପ୍ରସାରଣ କରି ଉଲ୍ଲେଖ କରିଛି ।

ପ୍ରସାରିତ ଖବର ଅନୁଯାୟୀ, ହରିଦ୍ୱାରରେ ବେଆଇନ ମଦ୍ରାସା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପ୍ରଶାସନିକ ଦଳ ସିଡକୁଲ ଥାନା ଅଞ୍ଚଳର ନବୋଦୟ ନଗରରେ ପହଞ୍ଚି ଏଠାରେ ଥିବା ବେଆଇନ ମଦ୍ରାସା ଗୁଡ଼ିକୁ ସିଲ୍ କରିଛନ୍ତି। କାଗଜପତ୍ର ଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରାଯାଇଥିଲା। ସେହି ସମୟରେ, ସ୍ଥାନୀୟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରାଯାଇଥିଲା ।

ରାଜ୍ୟ ସରକାର ବେଆଇନ ନିର୍ମାଣ ଏବଂ ବିନା ଅନୁମତିରେ ଚାଲିଥିବା ମଦ୍ରାସା ଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ବେଆଇନ ମଦ୍ରାସା ଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ, ଉତ୍ତରାଖଣ୍ଡ ସରକାର ଏବେ ସେମାନଙ୍କର ପାଣ୍ଠିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଯାଉଛନ୍ତି । ଅଧିକାରୀମାନେ ଏହାର ରିପୋର୍ଟ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ । ଗତ ଗୋଟିଏ ମାସ ଧରି ରାଜ୍ୟରେ ବେଆଇନ ମଦ୍ରାସା ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଭିଡିଓଟି ଉତ୍ତରାଖଣ୍ଡର ଅଟେ ଯେଉଁଠି ଚଳିତ ବର୍ଷ ମାର୍ଚ୍ଚ ମାସରେ କିଛି ବେଆଇନ ଭାବେ ଚାଲିଥିବା ମଦ୍ରାସାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା । ଉକ୍ତ ଭିଡିଓର ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ଏବଂ ଉତ୍ତରପ୍ରଦେଶ ସହ ନାହିଁ କୌଣସି ସମ୍ପର୍କ ।


Claim :  ୱାକଫ ଆଇନ ଅନୁଯାୟୀ ମଦ୍ରାସାକୁ ସିଲ୍ କରୁଛି ଉତ୍ତର ପ୍ରଦେଶ ସରକାର
Claimed By :  Social Media User
Fact Check :  Misleading
Tags:    

Similar News