ଫ୍ୟାକ୍ଟ ଚେକ୍: ମୁମ୍ବାଇରେ ଲୋକେ ମହାରାଷ୍ଟ୍ରରେ ମରାଠୀ ଭାଷା ଲାଗୁ କରିବା ବିରୋଧରେ ପ୍ରତିବାଦ କରୁଛନ୍ତି ବୋଲି ଦେଖାଯାଉଥିବା ଭିଡିଓଟି AI ଦ୍ୱାରା ନିର୍ମିତ

ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।;

twitter-grey
Update: 2025-04-12 06:26 GMT
ଫ୍ୟାକ୍ଟ ଚେକ୍:  ମୁମ୍ବାଇରେ ଲୋକେ ମହାରାଷ୍ଟ୍ରରେ ମରାଠୀ ଭାଷା ଲାଗୁ କରିବା ବିରୋଧରେ ପ୍ରତିବାଦ କରୁଛନ୍ତି ବୋଲି ଦେଖାଯାଉଥିବା ଭିଡିଓଟି AI ଦ୍ୱାରା ନିର୍ମିତ
  • whatsapp icon


ମହାରାଷ୍ଟ୍ର ସରକାର ସରକାରୀ ସଂକଳ୍ପ ଜାରି କରି ସମସ୍ତ ସରକାରୀ କାର୍ୟ୍ୟାଳୟରେ ମରାଠୀ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏଥିରେ କୁହାଯାଇଛି ଯେ ସମସ୍ତ ସରକାରୀ କାର୍ୟ୍ୟାଳୟର କର୍ମଚାରୀମାନେ ଭାରତ ବାହାରୁ ଏବଂ ଅନ୍ୟ ଅଣ-ମରାଠୀ ଭାଷୀ ରାଜ୍ୟରୁ ଆସୁଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତ ପର୍ୟ୍ୟଟକଙ୍କ ସହ କଥାବାର୍ତ୍ତା କରିବା ସମୟରେ ମରାଠୀ ଭାଷା ବ୍ୟବହାର କରିବା ଉଚିତ୍ । ଏହି ପ୍ରସ୍ତାବର ବିବରଣୀ ଅନୁଯାୟୀ, ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ କାର୍ୟ୍ୟାଳୟ, ଅର୍ଦ୍ଧସରକାରୀ କାର୍ୟ୍ୟାଳୟ, ନିଗମ ଏବଂ ଅନ୍ୟାନ୍ୟ ସରକାରୀ ସମ୍ବନ୍ଧୀୟ କାର୍ୟ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଭାରତ ବାହାରୁ ଏବଂ ଅନ୍ୟ ଅଣ-ମରାଠୀ ଭାଷୀ ରାଜ୍ୟରୁ ଆସୁଥିବା ପର୍ୟ୍ୟଟକଙ୍କ ବ୍ୟତୀତ ସେମାନଙ୍କ କାର୍ୟ୍ୟାଳୟରେ ସମସ୍ତ ପର୍ୟ୍ୟଟକଙ୍କ ସହିତ ମରାଠୀ ଭାଷା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଭାରତୀୟ ବ୍ୟାଙ୍କ ସଂଘକୁ ଏକ କଡ଼ା ଚେତାବନୀ ଦେଇକହିଛନ୍ତି, ବ୍ୟାଙ୍କ ସେବାରେ ମରାଠୀ ଭାଷାକୁ ତୁରନ୍ତ ଅନ୍ତର୍ଭୁକ୍ତ କରାଯାଉ। ଏହା ନ କଲେ ତୀବ୍ର ବିରୋଧ ହେବ ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ପାଇଁ ବ୍ୟାଙ୍କଗୁଡ଼ିକ ଦାୟୀ ରହିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ମହାରାଷ୍ଟ୍ରରେ ମରାଠୀ ଭାଷା କହିପାରିନଥିବା ଲୋକମାନେ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ବୋଲି କିଛି ଖବର ମାଧ୍ୟମରେ ଦାବି କରାଯାଇଛି । ଏହି ଘଟଣାଗୁଡିକ ଆଞ୍ଚଳିକ ଭାଷା ଓ ସଂସ୍କୃତି ପ୍ରତି ଅତିରିକ୍ତ ଗର୍ବ ବା ଅସହିଷ୍ଣୁତାର ପରିଣାମ ଭାବେ ଦେଖାଯାଉଛି । ଏହି ପ୍ରକାର ଆକ୍ରମଣ ଏକ ଗଭୀର ଚିନ୍ତାର ବିଷୟ ହେଉଛି, କାରଣ ଏହା ଭାଷା ଓ ସଂସ୍କୃତିକ ଭିନ୍ନତାକୁ ସ୍ୱୀକାର କରିବାର ଆବଶ୍ୟକତାକୁ ଉଜାଗର କରିଛି ।


ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ମୁମ୍ବାଇର କିଛି ପ୍ରମୁଖ ସ୍ଥାନରେ ଏନେଇ ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି । ଶତାଧିକ ବ୍ୟକ୍ତି ହୋଟେଲ ତାଜ, ଗେଟ ୱେ ଅଫ୍ ଇଣ୍ଡିଆ ସମ୍ମୁଖରେ ଠିଆ ହୋଇ ବ୍ୟାନର ଧରିଛନ୍ତି । ଯେଉଁଥିରେ ଲେଖା ହୋଇଛି ଆମେ ମରାଠୀ କହିପାରୁନାହିଁ ହେଲେ ଦୟାକରି ଆମ ସହ ବିଶ୍ବାସଘାତ ଭଳି ବିଶ୍ୱାସ କରନ୍ତୁ ନାହିଁ । ଉକ୍ତ ଭିଡିଓଟି ମୁମ୍ବାଇ ବାହାରୁ ଆସିଥିବା ଲୋକଙ୍କ ଉପରେ ଆକ୍ରମଣର ପ୍ରତିବାଦର ଭିଡିଓ ବୋଲି ଦାବି ହୋଇଛି I   

ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ । ଏଭଳି କୌଣସି ବିରାଟ ଆକାରେ ପ୍ରତିବାଦ ହୋଇନଥିବା ସୂତ୍ରରୁ ପ୍ରକାଶ ।

ଭାଇରାଲ ଭିଡିଓର ସତ୍ୟାସତ୍ୟ ଜାଣିବାକୁ ଯାଇ ଆମେ ଏନେଇ ସର୍ଚ୍ଚ କରିବାରୁ କୌଣସି ଗଣମାଧ୍ୟମରେ ଏଭଳି କୌଣସି ଖବର ପ୍ରସାରିତ ହୋଇଥିବାର ପାଇ ନଥିଲୁ । ଯଦି ଏଭଳି କୌଣସି ବଡ଼ ଧରଣର ପ୍ରତିବାଦ ହୋଇଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।

ମୁମ୍ବାଇ ବ୍ୟୁରୋର ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ଚନ୍ଦ୍ରକାନ୍ତ ଙ୍କୁ ଏନେଇ ପଚାରିଵାରୁ ସିଏ କହିଛନ୍ତି, ଏଭଳି କୌଣସି ପ୍ରତିବାଦ ହୋଇନାହିଁ ନଚେତ ଏନେଇ ଆମେ ଖବର ପ୍ରସାରିତ କରିଥାନ୍ତୁ।

ସେହିପରି ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଭିଡିଓ ହସ୍ତଗତ ହୋଇଥିଲା । ଜଣେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଉଲ୍ଲେଖ କରିଛନ୍ତି, ଏହା ଏଆଇ ଦ୍ୱାରା ନିର୍ମିତ ଭିଡିଓ ।



ସେହିପରି ଯେତେବେଳେ ଆମେ ଉକ୍ତ ଭିଡିଓକୁ ହାଇଭମଡରେସନ ରେ ଅନୁସନ୍ଧାନ କରିଥିଲୁ ଏହା ୯୫.୦୪% ଏଆଇ ଦ୍ୱାରା ନିର୍ମିତ ବୋଲି ଫଳ ପ୍ରକାଶ ପାଇଥିଲା ।




 

ଅଧିକ ଅନୁସନ୍ଧାନ ପାଇଁ ଯେତେବେଳେ ଆମେ ଉକ୍ତ ଭିଡିଓର କିଛି ଅଂଶକୁ ଇଜଇଟ ଏଆଇରେ ଅନୁସନ୍ଧାନ କରିଥିଲୁ ଉକ୍ତ ଭିଡିଓଟି ୯୭% ମନୁଷ୍ୟ ଦ୍ୱାରା ନିର୍ମିତ ବୋଲି ପ୍ରକାଶ ପାଇଛି ।


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ । 


Claim :  ମହାରାଷ୍ଟ୍ରରେ ମରାଠୀ କହି ନପାରୁଥିବା ବ୍ୟକ୍ତି ଙ୍କୁ ଆକ୍ରମଣ ଘଟଣା, ସୋସିଆଲ ମିଡିଆରେ ପ୍ରତିବାଦର ଭିଡିଓ ଭାଇରାଲ
Claimed By :  Social Media User
Fact Check :  False
Tags:    

Similar News