ଫ୍ୟାକ୍ଟ ଚେକ୍: ଦାବିଟି ବିଭ୍ରାନ୍ତିକର, ଭାଇରାଲ ଭିଡିଓଟି ମଧ୍ୟ ବହୁ ପୁରୁଣା, ବିଗତ ଦିନରେ ହୋଇଥିବା କୃଷକଙ୍କ ପ୍ରତିବାଦ ସହ ଏହାର ନାହିଁ କୌଣସି ସମ୍ପର୍କ

ଭାଇରାଲ ଭିଡିଓଟି ଭାରତମାଳା ପ୍ରୋଜେକ୍ଟ ଅର୍ଥାତ ଦିଲ୍ଲୀ-କଟରା ଜାତୀୟ ରାଜପଥ ନିମନ୍ତେ ଜମି ଅଧିଗ୍ରହଣ ସମୟର । କୃଷକ ମାନେ ଏମଏସପି ପାଇଁ ନୁହେଁ, ଜମି ଅଧିଗ୍ରହଣକୁ ନେଇ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ ।;

twitter-grey
Update: 2025-04-07 11:16 GMT
The claim is misleading. The viral video is also quite old and has no connection to the recent farmer protests.

The claim is misleading. The viral video is also quite old and has no connection to the recent farmer protests.

  • whatsapp icon


ଦୀର୍ଘ ୧୩୧ ଦିନ ପରେ ବରିଷ୍ଠ କୃଷକ ନେତା ଜଗଜିତ ସିଂହ ଡାଲେୱାଲ ତାଙ୍କର ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ସମାପ୍ତ କରିଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ, ସେ ତାଙ୍କର ଅନଶନ ସମାପ୍ତ କରିଛନ୍ତି, କିନ୍ତୁ କୃଷକଙ୍କ ପ୍ରତିବାଦ ଜାରି ରହିବ । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଏବଂ ପ୍ରତିବାଦକାରୀ ଚାଷୀମାନଙ୍କ ଦ୍ୱାରା ଉଠାଯାଇଥିବା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଇନଗତ ଗ୍ୟାରେଣ୍ଟି ଦାବି କରିବା ପାଇଁ ସେ ଗତ ବର୍ଷ ନଭେମ୍ବର ୨୬ ତାରିଖରେ ଅନଶନ ଆରମ୍ଭ କରିଥିଲେ । ଇତିମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁନଥିବାରୁ "ମୋର୍ଚ୍ଚାର ଅନେକ ଚାଷୀ ଏବଂ ନେତା ମୋତେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ସମାପ୍ତ କରିବାକୁ ଅନୁରୋଧ କରିଥିଲେ । ଆଜି, ସେମାନଙ୍କ ସହିତ ସହମତ ହେବା ପରେ, ମୁଁ ମୋର ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ସମାପ୍ତ କରିଛି । ପ୍ରତିବାଦ ପ୍ରତ୍ୟାହାର କରାଯାଇ ନାହିଁ; ଏହା ଏବେ ବି ଜାରି ରହିଛି," ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ବରିଷ୍ଠ କୃଷକ ନେତା ଜଗଜିତ ସିଂହ ଡାଲେୱାଲ ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ପୋଲିସ୍ ଡ୍ରେସ ପିନ୍ଧିଥିବା ବ୍ୟକ୍ତି ଯିଏକି ଜଣେ ପଞ୍ଜାବି ଭଳି ଦିଶୁଛନ୍ତି, ଜଣେ ମହିଳାଙ୍କୁ ହାତ ଉଠାଉଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓଟି ବିଗତ ଦିନରେ ପଞ୍ଜାବରେ ହୋଇଥିବା କୃଷକ ଭିକ୍ଷୋଭର ଘଟଣା ବୋଲି ଦାବି ହୋଇଛି । ଉକ୍ତ ଘଟଣା ପାଇଁ କେଜ୍ରିୱାଲ ତଥା ଆପ୍ ସରକାରଙ୍କୁ ଦାୟୀ କରିଛନ୍ତି ୟୁଜର୍ସ । ସୋସିଆଲ ମିଡିଆରେ ଉକ୍ତ ଭିଡିଓ ସେୟାର କରି ୟୁଜର୍ସ ଲେଖିଛନ୍ତି, Kisano Ke Seva Katre Hue Aap ki Punjab Police. ଯାହାର ଓଡ଼ିଆ ଅର୍ଥ ହେଉଛି, କୃଷକଙ୍କ ସେବା କରୁଥିବା ଆପଣଙ୍କ ପଞ୍ଜାବ ପୋଲିସ୍ ।

ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।




ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର, ଏକ ଭୂମି ଅଧିଗ୍ରହଣ ସମୟରେ ଘଟିଛି ଏହି ଘଟଣା । ଭାଇରାଲ ଭିଡିଓ ସହ କୃଷକ ଆନ୍ଦୋଳନ ସହ ନାହିଁ କୌଣସି ସମ୍ପର୍କ ।

ତଦନ୍ତ କରିବାକୁଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ କିଛି ପ୍ରମୁଖ ଗଣମାଧ୍ୟମର ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା ।

୧୮ ମଇ ୨୦୨୩ରେ ଉକ୍ତ ଭିଡିଓକୁ ରିପବ୍ଲିକ ୱାର୍ଲଡ ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରି ଉଲ୍ଲେଖ କରିଛି, ପଞ୍ଜାବ ସରକାରଙ୍କ ବିରୋଧରେ ଭିକ୍ଷୋଭ ପ୍ରଦର୍ଶନ ସମୟରେ, ପଞ୍ଜାବ ପୋଲିସ୍ ଜଣେ ଭିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳାଙ୍କୁ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି ।


ଉକ୍ତ ଭିଡିଓକୁ ୧୮ ମଇ ୨୦୨୩ରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି ଟାଇମ୍ସ ଅଫ୍ ଇଣ୍ଡିଆ ବିବରଣୀରେ ଉଲ୍ଲେଖ କରିଛି । ଦିଲ୍ଲୀ-କଟରା ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ ବିରୋଧରେ ଜଲନ୍ଧରର ଚାଷୀମାନେ ସେମାନଙ୍କର ପ୍ରତିବାଦକୁ ତୀବ୍ର କରିଥିଲେ । ଗୁରଦାସପୁର ଜମି ଅଧିଗ୍ରହଣ ବିରୋଧରେ ପ୍ରତିବାଦ ଚାଲିଥିବା ବେଳେ, ଏକ ଦୁଃଖଦ ଘଟଣା ଘଟିଲା ଯେତେବେଳେ ଜଣେ ମହିଳା ପ୍ରତିବାଦକାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ପରେ ଜଣେ ପୋଲିସ ତାଙ୍କୁ ଆକ୍ରମଣ କରିଥିଲେ । ଏହି ଅନ୍ୟାୟ କାର୍ଯ୍ୟର ଜବାବରେ, ଜଲନ୍ଧରର ପ୍ରଦର୍ଶନକାରୀମାନେ ରେଳ ଟ୍ରାକ ଦଖଲ କରିବାକୁ ଲାଗିଲେ ଫଳରେ, ଅମୃତସର ଏବଂ ଜମ୍ମୁ ଆଡକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।


ଯେତେବେଳେ ଆମେ ଉକ୍ତ କିୱାର୍ଡ ଗୁଡିକ ବ୍ୟବହାର କରିଥିଲୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବର ହସ୍ତଗତ ହୋଇଥିଲା ।

ଖବର ପ୍ରକାଶ କରି ଇଣ୍ଡିଆନ ଏକ୍ସପ୍ରେସ ଉଲ୍ଲେଖ କରିଛି, ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ଜଣେ ମହିଳା ଚାଷୀଙ୍କୁ ଜଣେ ପୋଲିସ ଚାପୁଡ଼ା ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ଭାରତମାଳା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରୁଥିବା ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପୂର୍ବର ବୋଲି ଜଣାପଡିଛି ।

କିଷାନ ମଜଦୁର ସଂଘ କମିଟିର ସଭାପତି ସରୱାନ ସିଂହ ପାନ୍ଧେରଙ୍କ ସୂଚନା ଅନୁଯାୟୀ, ଗୁରୁବାର ଦିନ ଦିଲ୍ଲୀ-କଟରା ଜାତୀୟ ରାଜପଥରେ ଜମି ଅଧିଗ୍ରହଣ ବିରୋଧରେ ଚାଷୀମାନେ ପ୍ରତିବାଦ କରୁଥିବା ସମୟରେ ଜଣେ ପୋଲିସ ଜଣେ ମହିଳାଙ୍କୁ ଚାପୁଡ଼ା ମାରିଥିଲେ । ଉକ୍ତ ଘଟଣା ପରେପରେ ସେହି ସ୍ଥାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ନ୍ୟାୟ ପାଇଁ ସ୍ଥାନୀୟ ମହିଳାମାନେ ରେଳରୋକ ମଧ୍ୟ କରିଥିଲେ ।

ସେହିପରି ଦ ଟ୍ରିବ୍ୟୁନ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଉକ୍ତ ପୋଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି, ବଟାଲା ଏସଏସପି ଅଶ୍ୱିନୀ ଗୋଏଲ ।

ତେଣୁ ଏଥିରୁ ଜଣାଯାଏ ଯେ, ଦାବିଟି ବିଭ୍ରାନ୍ତିକର । ଭାଇରାଲ ଭିଡିଓଟି ଭାରତମାଳା ପ୍ରୋଜେକ୍ଟ ଅର୍ଥାତ ଦିଲ୍ଲୀ-କଟରା ଜାତୀୟ ରାଜପଥ ନିମନ୍ତେ ଜମି ଅଧିଗ୍ରହଣ ସମୟର । କୃଷକ ମାନେ ଏମଏସପି ପାଇଁ ନୁହେଁ, ଜମି ଅଧିଗ୍ରହଣକୁ ନେଇ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ ।

Claim :  ବିଗତ ଦିନରେ ହୋଇଥିବା କୃଷକଙ୍କ ପ୍ରତିବାଦ ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ଚାପୁଡ଼ା ମାରିଲା ଆପ୍ ଶାସିତ ପଞ୍ଜାବ ପୋଲିସ୍
Claimed By :  Social Media User
Fact Check :  Misleading
Tags:    

Similar News