ଫ୍ୟାକ୍ଟ ଚେକ୍: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସର ଘୋଷଣା ସମ୍ପର୍କିତ ଭାଇରାଲ ହେଉଥିବା ଗ୍ରାଫିକ୍ସରେ ନାହିଁ କୌଣସି ସତ୍ୟତା

ଭାଇରାଲ ହେଉଥିବା ଗ୍ରାଫିକ୍ସଟି ଫେକ୍ ଅଟେ । ମୋଦି ଅବସର ନେଉଥିବା ପିଏମଓ, ଏମଆଇବି, ପିଆଇବି କିମ୍ବା ଅନ୍ୟ କୌଣସି ବିଶେଷ ସୂତ୍ରରୁ ମଧ୍ୟ ମତ ପ୍ରକାଶ ପାଇ ନାହିଁ ।;

twitter-grey
Update: 2025-04-08 08:34 GMT
ଫ୍ୟାକ୍ଟ ଚେକ୍: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସର ଘୋଷଣା ସମ୍ପର୍କିତ ଭାଇରାଲ ହେଉଥିବା ଗ୍ରାଫିକ୍ସରେ ନାହିଁ କୌଣସି ସତ୍ୟତା
  • whatsapp icon


ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରି ଚାଲିଛି ବିଜେପି । ବିଗତ କିଛି ବର୍ଷ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରେ ବିଜେପି ଯେଭଳି ନିର୍ବାଚନ ବିଜୟ ହାସଲ କରିଚାଲିଛି, ତାହା ଦଳର ଦୃଢ଼ ରଣନୀତି, ନେତୃତ୍ୱ ଦକ୍ଷତା ଓ ଜନମାନସର ଭରସାକୁ ପ୍ରତିବିମ୍ବିତ କରେ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ଓଡ଼ିଶା ପରି ରାଜ୍ୟରେ ବିଜେପିର ବିଜୟ ସ୍ଥାନୀୟ ବିକାଶ, ସୁଶାସନ ଓ ମୋଦିଙ୍କ କାର୍ଯ୍ୟଦକ୍ଷ ଛବିର ଫଳ। ଏଭଳି ରାଜ୍ୟରେ ବିଭିନ୍ନ ସମୟରେ ଟିକଟ ପାଇଁ ପ୍ରାର୍ଥୀ ଖୋଜୁଥିବା ଦଳ ଆଜି ଶାସକ ସ୍ଥାନରେ ବସିଛି । ଓଡ଼ିଶା, ଯେଉଁଠି ଦୀର୍ଘ ୨୫ବର୍ଷ ଧରି ବିଜୁ ଜନତା ଦଳ ଶାସନ କରି ଆସୁଥିଲା ସେଠାରେ ମଧ୍ୟ ପଦ୍ମ ଫୁଟିଛି । ତେବେ କର୍ମୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ପର୍ଯ୍ୟନ୍ତ ଏଭଳି ବିଜୟର ସମସ୍ତ ଶ୍ରେୟ ଦେଇଛନ୍ତି ନରେନ୍ଦ୍ର ମୋଦିଙ୍କୁ ।

ତେବେ ଇତିମଧ୍ୟରେ ଏକାଧିକ ଚ୍ୟାନେଲର ଲୋଗୋଥିବା ଗ୍ରାଫିକ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗ୍ରାଫିକ୍ସର ଏକ ପାର୍ଶ୍ଵରେ ମୋଦିଙ୍କ ଫଟୋ ଲାଗିଥିବା ବେଳେ ଅନ୍ୟପଟେ ଉଲ୍ଲେଖ ରହିଛି, ରାଜନୀତିରୁ ଅବସର ଘୋଷଣା କଲେ ନରେନ୍ଦ୍ର ମୋଦି । ରାଜନୀତିରେ ଚଳିତ ବର୍ଷ ସେପ୍ଟେମ୍ବର୧୬ ବୋଧହୁଏ ତାଙ୍କର ଶେଷ ଦିବସ ହୋଇପାରେ । ନାଗପୁରରେ ଆୟୋଜିତ ଆରଏସଏସ ସହ ଆୟୋଜିତ ହୋଇଥିବା ଏକ ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଥିବା ଉକ୍ତ ଗ୍ରାଫିକ୍ସରେ ଲେଖା ଯାଇଥିବାର ଦେଖିବାକୁ ମିଳିଛି ।

ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି  ।


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଗ୍ରାଫିକ୍ସଟି ଫେକ୍ ଅଟେ । ନରେନ୍ଦ୍ର ମୋଦି ଏଭଳି କୌଣସି ଘୋଷଣା କରିନଥିବାର ଜାଣିବାକୁ ମିଳିଛି ।

ଉକ୍ତ ଗ୍ରାଫିକ୍ସକୁ ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆରେ ଅନୁସନ୍ଧାନ କରିଥିଲୁ ଏଭଳି କୌଣସି ଘୋଷଣା ହୋଇଥିବାର ଦେଖିବାକୁ ପାଇନଥିଲୁ ।

ଅନୁସନ୍ଧାନ କରିବାରୁ ପିଟିଆଇ ଲୋଗୋଥିବା ଏକ ଭିଡିଓ ପାଇଥିଲୁ ଯେଉଁଥିରେ ଶିବସେନା (ୟୁଟିବି) ନେତା ସଂଜୟ ରାୱତ ସୂଚନା ଦେଇ କହିଛନ୍ତି । ଆରଏସଏସର ନାଗପୁରରେ ଆୟୋଜିତ ଏକ ବୈଠକ କି ପ୍ରଧାନମନ୍ତ୍ରୀ ମୋଦି ଯାଇଥିଲେ । ଏବଂ ମୁଁ ଭାବୁଛି ସିଏ ନିଜ ଅବସର ଗ୍ରହଣ ପାଇଁ ଯାଇଥିଲେ। ତେବେ ଚଳିତ ବର୍ଷ ସେପ୍ଟେମ୍ବରରେ ସିଏ ଅବସର ଗ୍ରହଣ କରିପାରନ୍ତି ବୋଲି କହିଛନ୍ତି ସଂଜୟ ।

ଉକ୍ତ ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୮୩ ହଜାରରୁ ଉର୍ଦ୍ଧ୍ବ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି ।


ସଞ୍ଜୟଙ୍କ ଏଭଳି ମତକୁ ଖଣ୍ଡନ କରିଛନ୍ତି ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଜର୍ଜ ଫଡ଼ନଭିଶ । ଇଣ୍ଡିଆଟୁଡେରେ ପ୍ରସାରିତ ଏକ ଖବର ଅନୁଯାୟୀ ଫଡ଼ନଭିଶ କହିଛନ୍ତି, ଏଭଳି ମତ କେବଳ ମୋଗଲ ମାନଙ୍କର ଥାଏ । ମୋଦିଜି ହେଉଛନ୍ତି ଆମ ନେତା ସାରା ଭାରତ ବର୍ଷ ୨୦୨୯ରେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଅପେକ୍ଷା କରିଛି ।

ସୂଚନା ଥାଉକି ୨୦୨୪ରେ ଏଭଳି ମତ ରଖିଥିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଯାହାକୁ ଖଣ୍ଡନ କରିଥିଲେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ସାହା

ସେହିପରି ଗୋଟିଏ ଗ୍ରାଫିକ୍ସର ଏକ ପାର୍ଶ୍ଵରେ ଟାଇମ୍ସ ନାଓ ର ଲୋଗୋ ଥିବା ବେଳେ, ସମ୍ପୃକ୍ତ ଗଣମାଧ୍ୟମର ସୋସିଆଲ ମିଡିଆ କିମ୍ବା ୱେବସାଇଟରେ ଅନୁସନ୍ଧାନ କରିବାରୁ ଏଭଳିକୌଣସି ଖବର ପ୍ରସାରିତ ହୋଇଥିବାର ପାଇ ନଥିଲୁ ।

ତେବେ ନିୟୁଜ ଚେକର ନାମକ ଏକ ସଂସ୍ଥା ଉକ୍ତ ଗ୍ରାଫିକ୍ସର ତଦନ୍ତ କରିବାକୁ ଯାଇ ପ୍ରସାରିତ କରିଛି, ଆମେ ଟାଇମ୍ସ ନାଓ ଏବଂ ଟାଇମ୍ସ ନାଓ ନବଭାରତର ଗ୍ରୁପ୍ ଏଡିଟର-ଇନ୍-ଚିଫ୍ ନାଭିକା କୁମାରଙ୍କ ସହ ଯୋଗାଯୋଗ କରିଥିଲୁ, ଯିଏ ଭାଇରାଲ ଗ୍ରାଫିକ୍ସକୁ ଖଣ୍ଡନ କରି କହିଥିଲେ, "ଟାଇମ୍ସ ନାଓ ସ୍ପଷ୍ଟ ଭାବରେ ଏପରି କୌଣସି ପୋଷ୍ଟ କରିନାହିଁ । ଆମ ଚ୍ୟାନେଲ, ୱେବସାଇଟ୍ କିମ୍ବା ଆମର କୌଣସି ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏଭଳି ରିପୋର୍ଟ ପ୍ରକାଶ କରାଯାଇ ନାହିଁ କିମ୍ବା ପୋଷ୍ଟ କରାଯାଇ ନାହିଁ । ଏହା ଏକ ଭୁଲ୍ ସୂଚନା ସହ ଗ୍ରାଫିକ୍ସ ତିଆରି କରାଯାଇଛି ଯେଉଁଥିରେ ଆମ ବ୍ରାଣ୍ଡର ଲୋଗୋ ର ଅପବ୍ୟବହାର କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି, ଏଭଳି ଗ୍ରାଫିକ୍ସ ସେୟାର କରୁଥିବା ଆକାଉଣ୍ଟ ଗୁଡିକ ନେଇ ଆମେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସକୁ ଫ୍ଲାଗ କରିଛୁ ଏବଂ ଆମର ଆଇନଗତ ଦଳ ମଧ୍ୟ ଏହା ଉପରେ ତଦନ୍ତ କରୁଛି ।




 ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଗ୍ରାଫିକ୍ସଟି ଫେକ୍ ଅଟେ । ମୋଦି ଅବସର ନେଉଥିବା ପିଏମଓ, ଏମଆଇବି, ପିଆଇବି କିମ୍ବା ଅନ୍ୟ କୌଣସି ବିଶେଷ ସୂତ୍ରରୁ ମଧ୍ୟ ମତ ପ୍ରକାଶ ପାଇ ନାହିଁ ।

Claim :  ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନୀତିରୁ ନେବେ ଅବସର
Claimed By :  Social Media User
Fact Check :  False
Tags:    

Similar News