ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ବହୁ ପୁରୁଣା, ଉକ୍ତ ଘଟଣା ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ କାରଣ

ଦାବିଟି ବିଭ୍ରାନ୍ତିକର । ଉକ୍ତ ଘଟଣାଟି ଅଣ ବୈଷୟିକ ରେଳବାଇ ନିଯୁକ୍ତି ନେଇ ଆନ୍ଦୋଳନର ଭିଡିଓ । ଉକ୍ତ ଘଟଣା ସହ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ଜଡିତ ନାହିଁ ।;

twitter-grey
Update: 2025-04-09 13:29 GMT
ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ବହୁ ପୁରୁଣା, ଉକ୍ତ ଘଟଣା ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ କାରଣ
  • whatsapp icon


ଭୁଲ୍ ସୂଚନା ଓ ବିଭ୍ରାନ୍ତିକର ଦାବି ସହ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବେଳେବେଳେ ଏହିଭଳି ଭିଡିଓ ଓ ଲେଖା ସତ୍ୟ ଘଟଣା ସହ ଏତେ ଜଡିତ କରିଦେଇଥାନ୍ତି ଯେ, ସୋସିଆଲ ମିଡିଆରେ ୟୁଜର୍ସ ଏହାକୁ ସତ୍ୟ ଘଟଣା ଭାବି ସେୟାର କରିଦେଇଥାନ୍ତି । ଅନେକ ସମୟରେ ଏଭଳି ଭାଇରାଲ ଭିଡିଓ ହେତୁ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ପରିସ୍ଥିତି ଉପୁଜିଥାଏ । ଜନଜୀବନ ହାନି ହେବାସହ ଦେଶର ବହୁମୂଲ୍ୟ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥାଏ ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ରେଳଟ୍ରାକକୁ ଭାଙ୍ଗୁଥିବା ବେଳେ ଆଉ କିଛି ବ୍ୟକ୍ତି ଏଥିନିମନ୍ତେ ତାଙ୍କୁ ପ୍ରବର୍ତ୍ତାଉଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓକୁ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି ଏଭଳି କଣ ଇଦ୍ ପାଳନ କରାଯାଏ ।  ସେହିପରି ଆଉଜଣେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଲେଖିଛନ୍ତି, କଣ ଆପଣଙ୍କୁ ଲାଗୁଛି ଏମାନେ ଭାରତକୁ ଭଲ ପାଉଥିବେ ।

क्या किसी को लगता है कि ये लोग इस देश से प्यार करते हैं ?

ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର, ଉକ୍ତ ଘଟଣା ସହ ନାହିଁ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି । ରେଳବାଇ ନିଯୁକ୍ତି ବୋର୍ଡର ଅଣ ବୈଷୟିକ ବର୍ଗ ପାଇଁ ନିଯୁକ୍ତି ପ୍ରକ୍ରିୟା ସହିତ ଜଡିତ ଛାତ୍ର ପ୍ରତିବାଦ ସମୟର ଭିଡିଓ ।

ଯେତେବେଳେ ଆମେ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କାରିଥିଲୁ ନିୟୁଜ୧୮ର ବିହାର ଝାଡ଼ଖଣ୍ଡ ର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।

ଉକ୍ତ ଭିଡିଓକୁ ୨୭ ଜାନୁଆରୀ ୨୦୨୨ରେ ନିଜ ସୋସିଆଲ ମିଡିଆ ଏକ୍ସରେ ଅପଲୋଡ଼ କରି ବିହାର ଏବଂ ଝାଡ଼ଖଣ୍ଡର ନିୟୁଜ୧୮ ଉଲ୍ଲେଖ କରିଛି, रेलवे ट्रैक के स्लीपर लॉक को देखिए कैसे आंदोलनकारी छात्र तोड़ रहे हैं। सीतामढ़ी का ये वीडियो वायरल हो रहा ।

ଯାହାର ଓଡ଼ିଆ ଅନୁବାଦ ହେଉଛି, ସୀତାମଢ଼ି ଅଞ୍ଚଳର ଏକ ଭିଡିଓ ହେଉଛି ଭାଇରାଲ, ରେଲୱେ ଟ୍ରାକରେ ଲାଗିଥିବା ଲକ୍ ଗୁଡିକ ଭାଙ୍ଗୁଛନ୍ତି ଛାତ୍ର ଆନ୍ଦୋଳନକାରୀ । 

ଉକ୍ତ ଭିଡିଓଟିର କିଛି ଅଂଶ ଭିନ୍ନ ଏକ କୋଣରୁ ସୁଟ୍ ହୋଇଥିବା ବେଳେ । ସାମଞ୍ଜସ୍ୟ ଜାଣିବାପାଇଁ ଆମେ ଦୁଇଟିଜାଙ୍କ ଭିଡିଓ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓରେ ରେଳ ଟ୍ରାକକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଜୋତା ପ୍ୟାଣ୍ଟ ଏବଂ ସାର୍ଟରକିଛି ଅଂଶ ସମାନ ଥିବାର ଦେଖିବାକୁ ମିଳିଛି । ତେଣୁ ଉଭୟ ଭିଡିଓ ଗୋଟିଏ ବୋଲି ଜାଣିବାକୁ ପାଇଥିଲୁ ।



ଉକ୍ତ କିୱାର୍ଡ ଗୁଡିକ ବ୍ୟବହାରକରି ଯେତେବେଳେ ଆମେ ଅନୁସନ୍ଧାନ କରିଥିଲୁ, ୨୭ ଜାନୁଆରୀ ୨୦୨୨ରେ ବିହାର ଝାଡ଼ଖଣ୍ଡ ନିୟୁଜ୧୮ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଥିଲା ।

ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୪ ହଜାରରୁ ଉର୍ଦ୍ଧ୍ବ ଭିୟୁ ମିଳିପାରିଥିବା ବେଳେ ଏହାର ଶିର୍ଷକ ରହିଛି, ଆରଆରବି ଏନଟିପିସି ଛାତ୍ର ଆନ୍ଦୋଳନ । ଆନ୍ଦୋଳନ ନାଁ ରେ ଛାତ୍ରଙ୍କ ଅରାଜକତା, ରେଲଟ୍ରାକର ଲକ୍ ଭାଙ୍ଗିଲେ ।

ଉକ୍ତ ଭିଡିଓକୁ ଅପଲୋଡ କରି ନିୟୁଜ୧୮ ଆହୁରି ମଧ୍ୟ ଉଲ୍ଲେଖ କରିଛି, ସିତାମଢ଼ି ସହରରେ ଆନ୍ଦୋଳନକାରୀ ଏବଂ ପୋଲିସ୍ ମଧ୍ୟରେ ହାତାହାତୀ ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ଏତେ ଅଣାୟତ ହୋଇଥିଲା ଯେ, ପୋଲିସ୍ କୁ ଲୌହବୁହା ଗ୍ୟାସ ଏବଂ ଲାଠିଚାର୍ଜ କରିବାକୁ ପଡିଥିଲା । ଉକ୍ତ ଘଟଣାକୁ ନେଇ ଆହୁରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଛାତ୍ରମାନେ ରେଳଟ୍ରାକର ଲକ୍ ଭାଙ୍ଗୁଛନ୍ତି ।


ଯେତେବେଳେ ଉକ୍ତ କିୱାର୍ଡ ଗୁଡିକ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ହସ୍ତଗତ ହୋଇଥିଲା।

ଉକ୍ତ ଘଟଣାକୁ ପ୍ରସାରିତ କରି ଏନଡିଟିଭି ଉଲ୍ଲେଖ କରିଛି, ରେଳ ଟ୍ରାକରେ, ସମ୍ପତ୍ତି ଭଙ୍ଗାରୁଜା, ସୁରକ୍ଷା ବାହିନୀ ସହିତ ସଂଘର୍ଷ ଏବଂ ଅନେକ ଟ୍ରେନକୁ ଟାର୍ଗେଟ କରିବା, ସେବାକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଏହି ପ୍ରତିବାଦଗୁଡ଼ିକ ରେଳ ନିଯୁକ୍ତି ବୋର୍ଡର ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (RRB-NTPC) ପରୀକ୍ଷା ୨୦୨୧ ସହିତ ଜଡିତ ।

ଇଟିଭି ଉକ୍ତ ଘଟଣାକୁ ନେଇ ଖବର ପ୍ରସାରଣ କରି ଉଲ୍ଲେଖ କରି ଲେଖିଛି, ରେଳବାଇ ନିଯୁକ୍ତି ବୋର୍ଡ (RRB)ର ନନ୍-ଟେକ୍ନିକାଲ୍ ପପୁଲାର୍ କାଟାଗୋରୀ (NTPC) ପରୀକ୍ଷା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା, ବିହାର ଏହାର କେନ୍ଦ୍ରସ୍ଥଳ ଥିଲା । ଏହି ବିବାଦ ହିଂସାତ୍ମକ ରୂପ ନେଇଥିଲା ଏବଂ ରାଜ୍ୟର ଅନେକ ଜିଲ୍ଲାରେ ଟ୍ରେନ ବଗିଗୁଡ଼ିକୁ ପୋଡ଼ି ଦିଆଯାଇଥିଲା ।

ତେଣୁ ଏଥିରୁ ଜଣାଯାଏ ଯେ, ଦାବିଟି ବିଭ୍ରାନ୍ତିକର । ଉକ୍ତ ଘଟଣାଟି ଅଣ ବୈଷୟିକ ରେଳବାଇ ନିଯୁକ୍ତି ନେଇ ଆନ୍ଦୋଳନର ଭିଡିଓ । ଉକ୍ତ ଘଟଣା ସହ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ଜଡିତ ନାହିଁ । 


Claim :  ସାମ୍ପ୍ରଦାୟିକ ଘଟଣା ନେଇ ରେଳ ଟ୍ରାକ ଭାଙ୍ଗୁଛନ୍ତି ଯୁବକ
Claimed By :  Social Media User
Fact Check :  Misleading
Tags:    

Similar News