Fact Check: ଜଳମଗ୍ନ ମନ୍ଦିରଟି ନୁହେଁ ବାଙ୍ଗଲାଦେଶର, ଏହା ହେଉଛି ସୁନ୍ଦରବନ ସ୍ଥିତ କପିଳମୁନୀଙ୍କ ମନ୍ଦିର

Update: 2024-08-26 17:25 GMT


ବାଙ୍ଗଲାଦେଶରେ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ବିଗୁଲ ବାଜିବା ଦିନଠାରୁ ଭାରତ-ବାଙ୍ଗଲାଦେଶର ସୀମାରେ ଉତ୍ତେଜନାର ପରିସ୍ଥିତି ସ୍ପଷ୍ଟ ବାରି ହୋଇପଡୁଛି । ବର୍ତ୍ତମାନ ବର୍ଡର ଗାର୍ଡସ୍‌ ବାଙ୍ଗଲାଦେଶ (ବିଜିବି) ଭାରତ-ବାଙ୍ଗଲାଦେଶରେ ସୀମା ନିକଟରେ ପୂର୍ବରୁ ଚାଲିଥିବା କ୍ୟାଟେଲ ଫେସିଂ କାମ ବନ୍ଦ କରିଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଉଭୟ ଦେଶର କ୍ୟାଟେଲ ପରସ୍ପରର ଦେଶରେ ପ୍ରବେଶ ନକରିବା ପାଇଁ ଏହି ବାଡ଼ ବର୍ଷ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା । ଏଭଳି ପରିସ୍ଥିତିରେ ବାଙ୍ଗଲାଦେଶରେ ସେନା ହଠାତ୍‌ କର୍ମଚାରୀଙ୍କ ନିକଟକୁ ଆସି ସେମାନଙ୍କୁ କାମ ବନ୍ଦ କରିବାକୁ କହି ଚୁପ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ଏବଂ ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରୁଛି । କେବଳ ସେତିକି ନୁହେଁ ଏ ଝଡ଼ ସୋସିଆଲ ମିଡିଆରେ ମଧ୍ୟ ଦେଖା ଦେଇଛି । ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରକୁ ଆକ୍ରମଣ ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତରେ ମଧ୍ୟ ଅନୁପ୍ରବେଶ ଉପରେ ଖୁବ ଯୋରସୋରରେ ନଜର ରଖାଯାଇଛି । ଏପରିକି ଦେଶ ଭିତରେ ମଧ୍ୟ ବୁଲାବିକାଳୀ ବାଙ୍ଗଲାଦେଶୀ ଯୁବକଙ୍କୁ ବିଭିନ୍ନ ଜାଗାରେ ବିରୋଧ କରାଯାଇଥିବାର ଦେଖା ଦେଇଛି । 

ଇତିମଧ୍ୟରେ ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଏକ ହିନ୍ଦୁ ମନ୍ଦିର ସଦୃଶ କୀର୍ତ୍ତିଜଳମଗ୍ନ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଫଟୋ ସେୟାର କରି ୟୁଜର୍ସ ଲେଖିଛନ୍ତି ,"India opened their Dams, created floods. A mandir in Bangladesh is now under water".

ଯାହାର ଓଡ଼ିଆରେ ଅନୁବାଦର ଅର୍ଥ ହେଉଛି , " ଭାରତରେ ଡ୍ୟାମ ଗେଟ୍ ଗୁଡିକ ଖୋଲିଦେବା ହେତୁ, ବାଙ୍ଗଲାଦେଶରେ ଥିବା ଏକ ହିନ୍ଦୁ ମନ୍ଦିର ଜଳମଗ୍ନ ହୋଇଯାଇଛି" ।

 




ସତ୍ୟାସତ୍ୟ: ମନ୍ଦିରଟି ବାଙ୍ଗଲାଦେଶର ନୁହେଁ ସୁନ୍ଦରବନ ସ୍ଥିତ କପିଳମୁନୀଙ୍କ ମନ୍ଦିର

ଅନୁସନ୍ଧାନ କରିବାକୁ ଯାଇ ରିଭର୍ସ ଇମେଜ ରୁ ଜଣାଯାଏ ଉକ୍ତ ଫଟୋକୁ ବ୍ୟବହାର କରି ଇଟିଭି ଭାରତ ୨୦୨୨ ମସିହା ଡିସେମ୍ବର ୮ ରେ ଏକ ଖବର ପ୍ରସାରଣ କରିଛି । ଖବରର ଶୀର୍ଷକ ରହିଛି "ବିପଦପୂର୍ଣ୍ଣ ଅବସ୍ଥାରେ କପିଳମୁନୀ ମନ୍ଦିର, ଗଙ୍ଗାପାଦକୁ ଗ୍ରାସ କରୁଛି ଗଙ୍ଗାପାଦ " ।

ଖବର ପ୍ରସାରଣରେ ଈଟିଭି ଏହା ମଧ୍ୟ ଉଲ୍ଲେଖ କରିଛି "ମନ୍ଦିର ସାମ୍ନାରେ ସମୁଦ୍ର କୂଳ ଭାଙ୍ଗିବାର ସମସ୍ୟା ଏକ ଦୀର୍ଘ ଦିନର ସମସ୍ୟା । ଦୀର୍ଘ ବର୍ଷରେ ଘଟୁଥିବା କ୍ଷୟ ହେତୁ ଗଙ୍ଗାସାଗର ମେଳା ପଡିଆର କ୍ଷେତ୍ର ଧୀରେ ଧୀରେ ଛୋଟ ହେବାକୁ ଲାଗିଲାଣି ।ପ୍ରଶାସନ ସୂତ୍ର ଅନୁଯାୟୀ, ପ୍ରତିବର୍ଷ ୧୦୦ ରୁ ୨୦୦ ଫୁଟ୍ ଗଙ୍ଗାସାଗର ଅଞ୍ଚଳ ସମୁଦ୍ର ତଳେ ବୁଡ଼ି ଯାଉଛି । ଏହାକୁ ରକ୍ଷା କରିବାକୁ ଯାଇ କର୍ତ୍ତୃପକ୍ଷ ପ୍ରାୟ ୧ କିମି ପର୍ଯ୍ୟନ୍ତ ନଡ଼ିଆଗଛ ରୋପଣ କରିଛନ୍ତି । କ୍ରମାଗତ ଭାବେ ସେହି ନଡ଼ିଆ ଗଛ ଗୁଡିକ ମଧ୍ୟ ବୁଡିବାରେ ଲାଗିଛି" ।

ଏଥିରୁ ଜଣାଯାଏ ଯେ ,ଉକ୍ତ ଭାଇରାଲ ଫଟୋଟି ବିଗତ ଦିନରେ ହୋଇଥିବା ବାଙ୍ଗଲାଦେଶର ବନ୍ୟା ସମୟର ନୁହେଁ ।

ଅନୁସନ୍ଧାନ କରିବାକୁ ଯାଇ ଆମେ ଇଂରାଜୀରେ " ସମୁଦ୍ରରେ କ୍ଷୟ ହେଉଥିବା କପିଳମୁନି ଆଶ୍ରମ" ଲେଖି ସର୍ଚ୍ଚ କରି "ଦ ହିନ୍ଦୁ" ଦ୍ୱାରା ପ୍ରସାରିତ ହୋଇଥିବା ଏକ ଖବର ପାଇଥିଲୁ । ଉକ୍ତ ଖବରରେ ମଧ୍ୟ ଭାଇରାଲ ହେଉଥିବା ମନ୍ଦିରର ଫଟୋ ପାଇଥିଲୁ । ଖବର ପ୍ରସାରଣ କରି "ଦ ହିନ୍ଦୁ" ଉଲ୍ଲେଖ କରିଛି କି, "ସୁନ୍ଦରବନ ସାଗର ଦ୍ୱୀପରେ ଥିବା କପିଲ ମୁନି ମନ୍ଦିର, ଯେଉଁଠାରେ ଗଙ୍ଗାସାଗର ମେଳାରେ ପ୍ରତିବର୍ଷ ବହୁ ସଂଖ୍ୟାରେ ଭକ୍ତ ଏକତ୍ରିତ ହୁଅନ୍ତି । ସମୁଦ୍ର ବୃଦ୍ଧି ହେବାର ଆଶଙ୍କା ହେତୁ ଏବଂ ଆସନ୍ତା କିଛି ବର୍ଷ ମଧ୍ୟରେ ଏହା ଜଳମଗ୍ନ ହୋଇଯିବ ବୋଲି ଦ ହିନ୍ଦୁ ପ୍ରକାଶ କରିଛି" ।

ଅନୁସନ୍ଧାନ ବେଳେ ଏକ ଭିଡିଓ ୨୦୨୨ ମସିହା ମଇ୨୭ ରେ ୟୁଟ୍ୟୁବରେ ଅପଲୋଡ଼ ହୋଇଥିବାର ଦେଖାଯାଇଛି । ଯେଉଁଥିରେ ଭିଡିଓ ଦେଖାଉଥିବା ବେଳେ ୟୁଟ୍ୟୁବର ଜଣଙ୍କ ଜଳମଗ୍ନ ମନ୍ଦିର ଦେଖାଇବା ସହ ଏହାର ନାମ ଏବଂ ଏହା ବିଷୟରେ ସୂଚନା ଦେଉଛନ୍ତି । ସୂଚନା ଦେଇ ୟୁଟ୍ୟୁବର ଜଣଙ୍କ କହିଛନ୍ତି "ଏହା କପିଳମୁନୀ ଆଶ୍ରମ, ଯାହାକି ଗଙ୍ଗା ସାଗର କୂଳରେ ଅବସ୍ଥିତ । ୟସ ବାତ୍ୟା ଲ୍ୟାଣ୍ଡଫଲ୍ କରିବାରୁ ଏହା ଏଭଳି ଜଳମଗ୍ନ ହୋଇପଡିଛି" ।


Full View


ଉପରୋକ୍ତ ଅନୁସନ୍ଧାନ ଏବଂ ବିଭିନ୍ନ ଗଣମାଧ୍ୟମ ର ଖବର ପ୍ରସାରଣ ଅନୁଯାୟୀ, ଭାଇରାଲ ଫଟୋଟି ବାଙ୍ଗଲାଦେଶର ନୁହେଁ ବରଂ ସୁନ୍ଦରବନରେ ଥିବା କପିଳମୁନୀଙ୍କ ମନ୍ଦିର । 

 

Claim :  ଭାରତ ଡ୍ୟାମ ଖୋଲିଦେବା ହେତୁ ଜଳମଗ୍ନ ହୋଇଗଲା ବାଙ୍ଗଲାଦେଶରେ ଥିବା ହିନ୍ଦୁ ମନ୍ଦିର
Claimed By :  Social Media Users
Fact Check :  False
Tags:    

Similar News