Fact Check: ବନ୍ୟା ସମୟର ଭାଇରାଲ ଭିଡିଓଟି ନୁହେଁ ନେପାଳର

ନେପାଳରେ ଭୀଷଣ ବର୍ଷା ସୃଷ୍ଟି କରିଛି ବନ୍ୟା ପରିସ୍ଥିତି । ବନ୍ୟା ଓ ଭୂସ୍ଖଳନ ଘଟି ନାହିଁନଥିବା ଧନଜୀବନ ନଷ୍ଟ ହୋଇଛି । ଆଜି ସୁଦ୍ଧା ମୃତକଙ୍କ ସଂଖ୍ୟା ୨୧୭ରେ ପହଞ୍ଚିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।;

twitter-grey
Update: 2024-10-02 03:52 GMT
Heavy rains have caused floods in Nepal,  viral video  flood in Nepal,  viral video of the flood is not from Nepal, fact check news latest, video of the flood is not from Nepal it is from Bihar, odia factcheck news today latest

viral video flood in Nepal

  • whatsapp icon

ନେପାଳରେ ଭୀଷଣ ବର୍ଷା ସୃଷ୍ଟି କରିଛି ବନ୍ୟା ପରିସ୍ଥିତି । ବନ୍ୟା ଓ ଭୂସ୍ଖଳନ ଘଟି ନାହିଁନଥିବା ଧନଜୀବନ ନଷ୍ଟ ହୋଇଛି । ଆଜି ସୁଦ୍ଧା ମୃତକଙ୍କ ସଂଖ୍ୟା ୨୧୭ରେ ପହଞ୍ଚିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଅନ୍ୟପଟେ ଏବେ ବି ୨୮ଜଣ ନିଖୋଜ ଥିବାବେଳେ ୧୪୩ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ନେପାଳ ଗୃହ ମନ୍ତ୍ରାଳୟର ମୁଖପାତ୍ର ଋଷିରାମ ତିୱାରୀ ପ୍ରକାଶ କରିଛନ୍ତି ।

ଗତ ସପ୍ତାହରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା କାଠମାଣ୍ଡୁ ସମେତ ନେପାଳର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଣିଦେଇଛି । ଯାହାଫଳରେ ହଜାର ହଜାର ଲୋକ ବାସହରା ହୋଇ ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇଛନ୍ତି। କାଠମାଣ୍ଡୁ ପ୍ରଦେଶରୁ ମୃତ୍ୟୁସଂଖ୍ୟା ୫୦ରୁ ଅଧିକ ଥିବା ଜଣାପଡ଼ିଛି। ଏଠାରେ ୨୦,୦୦୦ରୁ ଅଧିକ ସୁରକ୍ଷା କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ସହ ସ୍ୱାଭାବିକ ଯାତାୟାତ ପାଇଁ ରାସ୍ତା ସଫା କରୁଛନ୍ତି।

ଭୂସ୍ଖଳନରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଯୁଦ୍ଧାକଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହାସହ ବନ୍ୟା ବିପନ୍ନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ନେପାଳ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି ଏହା ହେଉଛି ନେପାଳରେ ହୋଇଥିବା ବନ୍ୟା ପରିସ୍ଥିତି । ଭିଡିଓ ରେ ଏକ ବ୍ୟାରେଜରେ ପ୍ରଚୁର ପାଣି ଛଡା ଯାଉଥିବାର ଦେଖା ଦେଇଛି । ପାଣିର ପରିମାଣ ମାତ୍ରାଧିକ ଥିବାରୁ ଏହା ଅନ୍ୟୁନ୍ୟ ହାତପାହାନ୍ତାରେ ପହଞ୍ଚିଛି । ଯାହାକୁ ଦେଖିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଭିଡି ମଧ୍ୟ ଜମିଛି । 

Full View

ଆଉଜଣେ ୟୁଜର୍ସ ଲେଖିଛନ୍ତି ପାଣି ଛାଡିଲା ନେପାଳ

ସତ୍ୟାସତ୍ୟ:

ଭିଡିଓରେ ନାହିଁ କୌଣସି ସତ୍ୟତା, ଭାଇରାଲ ହେଉଥିବା ଭିଡିଓଟି ନେପାଳର ନୁହେଁ ବରଂ ବିହାରର

ଅନୁସନ୍ଧାନ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ, ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ ।

ଉକ୍ତ ଭିଡିଓର ଏକ ଫଟୋକୁ ବ୍ୟବହାର କରି Times Now ଖବର ପ୍ରସାରଣ କରି ଉଲ୍ଲେଖ କରିଛି, 'ପ୍ରବଳ ବର୍ଷା ହେତୁ ବିହାରରେ ସାଂଘାତିକ ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ କୋସି ଏବଂ ବାଗମାଟି ସମେତ ରାଜ୍ୟର ପ୍ରମୁଖ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ପରିସ୍ଥିତି ଜାରି ରହିଥିବା ମଧ୍ୟରେ ଲୋକମାନେ ଚିତ୍କାର କରି ଓଭରବ୍ରିଜ୍ ବ୍ରିଜ ଉପରେ ଦୌଡୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗତ କିଛିଦିନ ହେବ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ସରକାର ନଦୀ ଚାରିପାଖରେ ବସବାସ କରୁଥିବା ଜନସାଧାରଣଙ୍କୁ ଚେତାବନୀ ଦେଇଛନ୍ତି ।

ଉକ୍ତ ଭିଡିଓକୁ ସେୟାର କରି ହିନ୍ଦୁସ୍ଥାନ ଟାଇମ୍ସ ଏକ ଖବର ପ୍ରସାରଣ କରିଥିଵାର ଜଣାଯାଇଛି । ଖବର ପ୍ରସାରଣ କରି ହିନ୍ଦୁସ୍ଥାନ ଟାଇମ୍ସ ଉଲ୍ଲେଖ କରିଛି, "କୋସି ନଦୀରେ ଅତ୍ୟାଧିକ ବନ୍ୟା ଜଳ ପ୍ରଭାବିତ ହେଉଥିବା ବେଳେ ଏହି ବ୍ୟାରେଜ ଉପରେ ଲୋକେ ଦୌଡୁଛନ୍ତି" ।

ହିନ୍ଦୁସ୍ଥାନ ଟାଇମ୍ସ ଏହା ମଧ୍ୟ ଉଲ୍ଲେଖ କରିଛି ଯେ, " ଅତ୍ୟଧିକ ବର୍ଷା ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏହି ଭିଡିଓରେ କୋସି ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାର ଦେଖାଯାଇଛି । ବନ୍ୟା ପରିସ୍ଥିତି ଯୋଗୁଁ ବିହାରର ପ୍ରମୁଖ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଥିରେ ସାମିଲ ହୋଇଛି କୋସି ନଦୀ । କୋସି ସମେତ ବାଗମତି ନଦୀ ବିପଦ ସଙ୍କେତ ଥିବାର ଦେଖା ଯାଇଛି । 

କଂଗ୍ରେସର ଜାତୀୟ ମୁଖପାତ୍ର ଏକ ଭିଡିଓ ସେୟାର କରି ଉଲ୍ଲେଖ କରିଛନ୍ତି, कोसी बांध का जलस्तर बढ़ने से नदी उफान पर है। इस संबंध में सुपौल, सहरसा, मधेपुरा, मधुबनी, दरभंगा, खगड़िया, भागलपुर, कटिहार और नवगछिया के सभी निवासियों से मेरी विनम्र अपील है कि बांध से दूर रहें और जिला प्रशासन द्वारा जारी हाई अलर्ट का सख्ती से अनुपालन करें। जरूरतमंदों की सहायता के लिए तत्पर रहें और प्रशासन के निर्देशों का पालन करें।

इस संबंध में सुपौल के जिलाधिकारी कौशल कुमार जी से लगातार संपर्क में हूँ और पल-पल की जानकारी ले रही हूँ। वहीं, प्रशासन की ओर से हर संभव मदद कराने की कोशिश की जा रही है।

आप सभी की सुरक्षा हमारी प्राथमिकता है। सतर्क रहें और सुरक्षित रहें।

ଯାହାର ଓଡ଼ିଆ ଅନୁବାଦ ହେଉଛି, " କୋସି ଡ୍ୟାମର ଜଳସ୍ତର ବୃଦ୍ଧି ହେତୁ ଏହା ବିପଦ ସଙ୍କେତ ମଧ୍ୟରେ ରହିଛି । ଏହି ପରିପ୍ରେକ୍ଷୀରେ, ସୁପଲ, ସାହାରା, ମାଧେପୁରା, ମଧୁବାନୀ, ଦାରବଙ୍ଗା, ଖାଗରିଆ, ଭାଗଲପୁର, କାଟିହର ଏବଂ ନାଭଗାଚିଆର ସମସ୍ତ ବାସିନ୍ଦାଙ୍କୁ ଅନୁରୋଧ ଡ୍ୟାମରୁ ଦୁରେଇ ରୁହନ୍ତୁ ଏବଂ ଜିଲ୍ଲା ପ୍ରଶାସନ ଦେଇଥିବା ହାଇଆଲର୍ଟ ନିର୍ଦ୍ଦେଶକୁ ମାନନ୍ତୁ ।

ଏହି ପରିପ୍ରେକ୍ଷୀରେ ମୁଁ, ସୁପଲ ଜିଲ୍ଲା ମାଜିଷ୍ଟ୍ରେଟ କୌଶଳ କୁମାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି । ଏଥି ସହିତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ପ୍ରଶାସନ ଦ୍ୱାରା ସମସ୍ତ ପ୍ରୟାସ କରାଯାଉଛି ।

ଆପଣ ସମସ୍ତଙ୍କର ସୁରକ୍ଷା ଆମର ପ୍ରାଥମିକତା, ତେଣୁ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ସେହିପରି 'Down To Earth' ଖବର ପ୍ରକାଶ କରି ଉଲ୍ଲେଖ କରିଛି " ୧୯୬୮, ୨୦୦୩ ପରଠାରୁ କୋସି ବ୍ୟାରେଜରୁ ସର୍ବାଧିକ ଜଳ ନିଷ୍କାସନ ପରେ ବିହାରର ବନ୍ୟା ସ୍ଥିତି । ଖବର ପ୍ରସାରଣ କରି Down To Earth ଯେଉଁ ଫଟୋ ବ୍ୟବହାର କରିଛି ତାହା ଭାଇରାଲ ହେଉଥିବା ଭିଡିଓ ସହ ପ୍ରାୟ ସମତୁଲ୍ୟ ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ନେପାଳର ନୁହେଁ  I ନେପାଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ହେଲେ, ଭାଇରାଲ ହେଉଥିବା ଭିଡିଓଟି ବିହାରର ।

Claim :  ନେପାଳରେ କିଛି ଏଭଳିରହିଛି ବନ୍ୟା ସ୍ଥିତି, ବ୍ରିଜ୍ ଉପରେ ସ୍ଥାନୀୟ ବାସିନ୍ଦା
Claimed By :  Social Media Users
Fact Check :  Misleading
Tags:    

Similar News