ଫେକ୍ ଫଟୋ ହେଲା ଭାଇରାଲ, ଭୁସ୍ଖଳନରେ ହଜିଯାଇଛି ୱାୟନାଡର ମୁଣ୍ଡକ୍କାଇ ସହର

Update: 2024-08-02 07:40 GMT


କେରଳର ୱାୟନାଡ ଜିଲ୍ଲାରେ ତାଣ୍ଡବ ରଚିଛି ପ୍ରକୃତି, ଭୂସ୍ଖଳନ ଘଟିବା ଫଳରେ ଅନେକ ଗାଁ ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଛି । ମୃତକଙ୍କ ସଂଖ୍ୟା ଦିନକୁ ଦିନ ଉପରକୁ ବଢ଼ିବାରେ ଲାଗିଥିବା ବେଳେ, ସୂଚନା ଅନୁଯାୟୀ ଖବର ଅନୁସନ୍ଧାନ ସୁଧା ୨୯୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩୨ ଜଣ ଆହତ ହୋଇଛନ୍ତି, ଅନ୍ୟପଟେ ନିଖୋଜ ଙ୍କ ସଂଖ୍ୟା ୨୪୦ ରୁ ଅଧିକ ରହିଥିବାର ଜଣାଯାଇଚି ।

ସୋସିଆଲ ମିଡିଆରେ ଏବେ #WayanadLanslide #WayanadDisaster ହାସଟ୍ୟାଗ ସହ ବହୁ ଫଟୋ ସେୟାର ହେବାରେ ଲାଗିଛି । କେଉଁଥିରେ ଭାରତୀୟ ସେନା ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ତ କେଉଁ ଫଟୋରେ କିଏ ଖୋଜୁଛି ନିଜ ପରିବାର ଜନଙ୍କୁ । ଇତିମଧ୍ୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଫଟୋଟି ବହୁ ଉଚ୍ଚତାରୁ ଉଠା ଯାଇଥିବା ବେଳେ ଗୋଟିଏ ପାର୍ଶ୍ଵରେ ସ୍ୱଉଚ୍ଚ ପାହାଡ଼ ଯାହାକି ଭୁସ୍ଖଳିତ ହୋଇ ରହିଛି ଏବଂ ଏହା ଛୋଟ ସହରକୁ ଦୁଇ ପାର୍ଶ୍ଵରେ ବିଭକ୍ତ ମଧ୍ୟ କରିଦେଇଛି ।

ଫଟୋ ସେୟାର କରୁଥିବା ବ୍ୟକ୍ତି ଏହା ୱାୟନାଡର ଏକ ସହର ମୁଣ୍ଡକ୍କାଇ ବୋଲି ଦର୍ଶାଇ ଥିବା ବେଳେ ଏଠାରେ ୫୦ ରୁ ଅଧିକ ଘର ଭୁସ୍ଖଳିତ ଅବସ୍ଥାରେ ପଡି ରହିଛି ବୋଲି ଦର୍ଶାଯାଇଛି ।

ସୋସିଆଲ ମିଡିଆ ୟୁଜର୍ସ ଉକ୍ତ ଫଟୋକୁ ଇଂରାଜୀ କ୍ୟାପସନ ସହ ସୋସିଆଲ ମିଡିଆରେ ସେୟାର କରିଥିବାର ଦେଖା ଯାଇଛି " More than 50 houses were destroyed in the landslide that completely swept away the little town of Mundakkai. Heavy engineering equipment and rescue dog teams are being airlifted and disaster relief teams have been dispatched by the Indian Coast Guard to Wayanad for helping in the rescue operations" .



Full View


ସତ୍ୟାସତ୍ୟ: ଦାବିରେ କୌଣସି ସତ୍ୟତା ନଥିବା ବେଳେ, ଉକ୍ତ ଫଟୋଟି ୱାୟନାଡର ମୁଣ୍ଡକ୍କାଇ ସହରର ନୁହେଁ ବରଂ ଏଲ ସାଲଭାଡୋରରେ  ହୋଇଥିବା ଭୂମିକମ୍ପ ସମୟର ବୋଲି ଜଣାଯାଇଚି ।

ଉକ୍ତ ଭାଇରାଲ  ଫଟୋକୁ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ ଜଣାଯାଏଯେ ୧୩ ଫେବୃଆରୀ ୨୦୦୬ରେ earthdata.nasa.gov ୱେବସାଇଟ ରେ ଉକ୍ତ ଫଟୋଟି ଅପଲୋଡ ହୋଇଛି, ଯାହାକି ବର୍ତ୍ତମାନ ୱାୟନାଡ ଅଘଟଣ ର ବହୁ ପୂର୍ବରୁ । ଫଟୋରେ ଉଲ୍ଲେଖ ରହିଛି ଯେ " The 2001 El Salvador earthquake-induced landslide, located in a neighborhood near Santa Tecla, El Salvador, buried numerous homes under tons of earth. The Hotspots report identified El Salvador as being at high risk for landslides, earthquakes, floods, and cyclones".

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ  "୨୦୦୧ ମସିହାରେ ଘଟିଥିବା ଭୂମିକମ୍ପ ଫଳରେ ଏଲ ସାଲଭାଡୋରର ସାଣ୍ଟା ଟେକ୍ଲା ଅଞ୍ଚଳରେ ବହୁ ଘର ମାଟି ତଳେ ପୋତି ହୋଇଯାଇଛି । ହଟସ୍ପଟ୍ ରିପୋର୍ଟରେ ଏଲ ସାଲଭାଡୋରକୁ ଭୂସ୍ଖଳନ, ଭୂକମ୍ପ, ବନ୍ୟା ଏବଂ ଘୂର୍ଣ୍ଣିବଳୟ ପାଇଁ ଅଧିକ ବିପଦ ଥିବା ଚିହ୍ନଟ କରାଯାଇଛି ।

ସେହିପରି ରିସର୍ଚ୍ଚ ଗେଟ୍ ନାମକ ଏକ ୱେବସାଇଟ ରେ ଉକ୍ତ ଫଟୋଟି ପ୍ରସାରିତ ହୋଇଛି, ଯେଉଁଥିରେ ଏହା ଏଲ ସାଲଭାଡୋର ଅଞ୍ଚଳର ବୋଲି ଦର୍ଶାଯାଇଚି ଏବଂ ୨୦୦୧ ମସିହାରେ ହୋଇଥିବା ଭୂମିକମ୍ପ ନେଇ ସୂଚନା ମଧ୍ୟ ରହିଚି ।

ଯେତେବଳେ ଆମେ ଇଂରାଜୀ ରେ ଏଲ ସାଲଭାଡୋର ଅଞ୍ଚଳରେ ହୋଇଥିବା ଭୂମିକମ୍ପ ସର୍ଚ୍ଚ କରିଥିଲୁ, ସେତେବେଳେ କିଡ୍ସ ବ୍ରିଟାନିକା ୱେବସାଇଟ ରେ ଉକ୍ତ ଫଟୋଟି ପ୍ରସାରିତ ହୋଇଥିବାର ଦେଖିଥିଲୁ । ପୋଷ୍ଟରେ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ୨୦୦୧ ମସିହାରେ ଏଲ ସାଲଭାଡୋର ଅଞ୍ଚଳରେ ହୋଇଥିବା ଭୂମିକମ୍ପ ହେତୁ ଏଭଳି ଅଘଟଣ ଘଟିଛି ।

ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଭାଇରାଲ ଫଟୋଟି ୱାୟନାଡର ମୁଣ୍ଡକ୍କାଇ ସହରର ନୁହେଁ, ବରଂ ୨୦୦୧ ମସିହାର ଏଲ ସାଲଭାଡୋର ଅଞ୍ଚଳରେ ହୋଇଥିବା ଭୂମିକମ୍ପ ସମୟର ଫଟୋ । 


Claim :  ଭୁସ୍ଖଳନରେ ହଜିଯାଇଛି ୱାୟନାଡର ମୁଣ୍ଡକ୍କାଇ ସହର
Claimed By :  Social Media Users
Fact Check :  False
Tags:    

Similar News