ଚର୍ମର ରଙ୍ଗକୁ ନେଇ ଭାରତର ରାଷ୍ଟ୍ରପତି ଙ୍କୁ ସମାଲୋଚନା କରିନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି

୨୦୨୪ ସାଧାରଣ ନିର୍ବାଚନ ସଂପର୍କରେ ବିଭିନ୍ନ ସୋସିଆଲ ମିଡିଆ ରେ ମିଥ୍ୟା ଦାବିସହ ବିଭିନ୍ନ ଫେକ୍ ଭିଡିଓ ଘୁରି ବୁଲୁଥିବାର ଦେଖାଦେଇଛି ।

Update: 2024-05-23 13:28 GMT

 

୨୦୨୪ ସାଧାରଣ ନିର୍ବାଚନ ସଂପର୍କରେ ବିଭିନ୍ନ ସୋସିଆଲ ମିଡିଆ ରେ ମିଥ୍ୟା ଦାବିସହ ବିଭିନ୍ନ ଫେକ୍ ଭିଡିଓ ଘୁରି ବୁଲୁଥିବାର ଦେଖାଦେଇଛି ।

ସୋସିଆଲ ମିଡିଆରେ ଏକ ୧୫ ସେକେଣ୍ଡର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଜେପି ନେତା ନରେନ୍ଦ୍ର ମୋଦି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଚର୍ମ ରଙ୍ଗକୁ ସମାଲୋଚନା କରୁଛନ୍ତି ।

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମର ୟୁଜର୍ସ ବିଭିନ୍ନ ପ୍ରକାର ମନ୍ତବ୍ୟ ଉଲ୍ଲେଖ କରି ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି ।

Full View
Full View
Full View

ସତ୍ୟାସତ୍ୟ:  ଭିଡିଓଟି ଏଡିଟ୍ ହୋଇ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା , ମୂଳ ଭିଡିଓ ଦେଖି ଜାଣିବାକୁ ପାଇଥିଲୁ ଯେ ଚର୍ମ ରଙ୍ଗ ବିଷୟରେ ଜାତିଆଣ ବିବୃତ୍ତି ଦେଇଥିବା ଅଭିଯୋଗ ନେଇ ପୂର୍ବତନ ଆଇଓସି ସଦସ୍ୟ ଶ୍ରୀ ସାମ ପିଟ୍ରୋଡାଙ୍କୁ ସମାଲୋଚନା କରିଛନ୍ତି ନରେନ୍ଦ୍ର ମୋଦି ।

ଯେତେବେଳେ ଆମେ ମହିମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଚର୍ମ ରଙ୍ଗ ଉପରେ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ ଅନୁସନ୍ଧାନ କରିଥିଲୁ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରସାରିତ ଏକ ପ୍ରବନ୍ଧ ପାଇଥିଲୁ ଯେଉଁଥିର ଶୀର୍ଷକ ଥିଲା  “Skin colour stopped Cong from voting for Droupadi Murmu as president: PM”

ପ୍ରବନ୍ଧର ଶୀର୍ଷରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ , “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କରିମ ନଗରରେ ଆୟୋଜିତ ସାଧାରଣ ସଭାରେ କଂଗ୍ରେସକୁ ଜାତିଭିତ୍ତିକ ବୋଲି ଅଭିହିତ କରିଥିଲେ। ଚର୍ମ ରଙ୍ଗ ଉପରେ ସେ ସାମ ପିଟ୍ରୋଡାଙ୍କ ନିକଟରେ ଦେଇଥିବା ମନ୍ତବ୍ୟକୁ ବ୍ୟବହାର କରି କହିଥିଲେ ଯେ କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବରେ ଭୋଟ୍ ଦେଇ ନାହିଁ କାରଣ ସେ କଳା ରଙ୍ଗର। "

ଶେଷରେ ଟାଇମ୍ସ ଅଫ ଇଣ୍ଡିଆ ଉଲ୍ଲେଖ କରିଛି: “ପିଟ୍ରୋଡା ନିକଟରେ ଦି ଷ୍ଟେଟସମ୍ୟାନ କୁ ଏକ ସାକ୍ଷାତକାର ଦେବାବେଳେ ଭାରତର ଲୋକଙ୍କ ବିବିଧତା ବିଷୟରେ କହିଥିଲେ । ପୂର୍ବର ଲୋକମାନେ ଚାଇନିଜ୍,  ପଶ୍ଚିମର  ଲୋକମାନେ ଆରବ ଭଳି, ଉତ୍ତରରେ ଲୋକମାନେ ବୋଧହୁଏ ଧଳା ଏବଂ ଦକ୍ଷିଣର ଲୋକମାନେ ଆଫ୍ରିକା ପରି ଦେଖାଯାଉଛନ୍ତି ବୋଲି ପିଟ୍ରୋଡା ସାକ୍ଷାତକାର ରେ କହିଥିଲେ ।

ଟାଇମ୍ସ ଅଫ ଇଣ୍ଡିଆ ପ୍ରବନ୍ଧରେ ପ୍ରକାଶିତ ଏକ ଫଟୋଗ୍ରାଫ୍ ପ୍ରକାଶିତ ହୋଇଥିଲା ଯେଉଁଥିରେ କ୍ୟାପସନ୍ ଦିଆଯାଇଛି ଯେ, “ୱାରାଙ୍ଗାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ସମୟରେ ବିଜେପି ସମର୍ଥକ ।”

ଯେତେବେଳେ ଆମେ ୱାରାଙ୍ଗାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା ନେଇ ଅନୁସନ୍ଧାନ କରିଥିଲୁ, ସେତେବେଳେ ଆମେ ନରେନ୍ଦ୍ର ମୋଦି ଙ୍କ ୟୁଟ୍ୟୁବ ଚ୍ୟାନେଲ ରେ ଏକ ଲାଇଭ୍ ଷ୍ଟ୍ରିମ୍ ପାଇଲୁ |

୪୩.୫୬ ଟାଇମ୍ ଷ୍ଟାମ୍ପରେ ଆମେ ମୋଦିଙ୍କ ବିବୃତ୍ତି ପାଇଲୁ ଯେଉଁଥିରେ ମୋଦି କହିଛନ୍ତି “କଂଗ୍ରେସ ରାଷ୍ଟ୍ରପତି ମୁର୍ମୁଙ୍କୁ କାହିଁକି ଭୋଟ୍ ଦେଲା ନାହିଁ?” ଏଥିସହ ମୋଦି ଭାଷଣ ସମୟରେ ସାମ୍ ପିଟ୍ରୋଡା ଚର୍ମ ରଙ୍ଗ ଉପରେ ଦେଇଥିବା ବିବୃତ୍ତିକୁ ସମାଲୋଚନା କରିଛନ୍ତି ।

Full View

୪୫.୦୬ ଟାଇମ୍ ଷ୍ଟାମ୍ପରେ, ଆମେ ମୂଳ ଭାଷଣ ପାଇଲୁ ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି

Full View

ଅନୁସନ୍ଧାନ ବେଳେ ଆମେ ବିଜେପିର ଏକ ପ୍ରେସ ଇସ୍ତାହାର ପାଇଥିଲୁ

ସାଉଥଫାଷ୍ଟ ଦ୍ୱାରା ପ୍ରକାଶିତ ଆର୍ଟିକିଲ୍ ଅନୁଯାୟୀ PM Modi’s bizarre claim: Congress opposed Droupadi Murmu as President because of her skin colour”

ତେଣୁ ଏହା ସ୍ପଷ୍ଟ ଯେ, ଭିଡିଓଟି ଏଡିଟ୍ ହୋଇଛି ଏବଂ ଏକ ମିଥ୍ୟା ଦାବି ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୂଳ ଭିଡିଓରେ ନରେନ୍ଦ୍ର ମୋଦି ପ୍ରକୃତରେ ଚର୍ମ ରଙ୍ଗ ବିଷୟରେ ସାମ୍ ପିଟ୍ରୋଡା ଦେଇଥିବା  ବିବୃତ୍ତିକୁ ସମାଲୋଚନା କରୁଥିଲେ।

Claim :  ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି
Claimed By :  Social Media Users
Fact Check :  False
Tags:    

Similar News