Fact Check: ଦୁଗ୍ଧ ଅପମିଶ୍ରଣ ହେତୁ ୨୦୨୫ରେ କର୍କଟ ମହାମାରୀକୁ ନେଇ କୌଣସି ପରାମର୍ଶ ଦେଇନାହିଁ : WHO

ଭାରତୀୟ ମାନେ ପିଉଥିବା ଦୁଗ୍ଧକୁ ନେଇ ଏଭଳି କୌଣସି ଚେତାବନୀ ଦେଇନାହିଁ 'ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ';

twitter-grey
Update: 2024-10-07 09:33 GMT
WHO, Cancer, Adulterated milk, India, WHO did not issue any advisory stating 87% of Indians could be at risk of cancer,  facts on  cancer due to adulterated milk, factcheck news,  cancer due to adulterated milk  in indians viral news

 Cancer Epidemic

  • whatsapp icon

ଭାରତରେ ନିଜର କାୟାବିସ୍ତାର କରି ଚାଲିଛି କ୍ୟାନସର ।ବିଶେଷକରି ମୁଣ୍ଡ ଓ ଗଳା କ୍ୟାନସର ଅଧିକ ମାତ୍ରାରେ ବୃଦ୍ଧି ପାଇଚାଲିଛି । ଦେଶର ମୋଟ କ୍ୟାନସର ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୬ ପ୍ରତିଶତ ମୁଣ୍ଡ ଓ ଗଳା କ୍ୟାନସରରେ ପୀଡିତ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ଏହି ତଥ୍ୟ ବର୍ତ୍ତମାନ ଭାରତ ପାଇଁ ଚିନ୍ତାର କାରଣ ସାଜିଛି । ଏକ ଅଧ୍ୟୟନରେ ପ୍ରାୟ ୧୮ ଶହ ୬୯ ଜଣ ରୋଗୀଙ୍କୁ ନେଇ ଏହି ତଥ୍ୟ ଦିଆଯାଇଛି ।

ଯୁବପିଢିଙ୍କ ମଧ୍ୟରେ ତମାଖୁ ସେବନ ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି। ଭାରତରେ ପ୍ରାୟ ଦୁଇ ତୃତୀୟାଂଶ କର୍କଟ ରୋଗ ବିଳମ୍ବରେ ଚିହ୍ନିତ ହେଉଥିବା ବେଳେ ପ୍ରାୟ ୮୦ ପ୍ରତିଶତ ରୋଗୀ ଏଥିରେ ଆରୋଗ୍ୟ ହେଉଛନ୍ତି ।

ବିଗତ ଦିନରେ କିଛି ମସଲାରେ କୀଟନାଶକ ମିଳିବା ଘଟଣା ସାରା ବିଶ୍ୱକୁ ସ୍ଥବ୍ଧ କରିଦେଇଥିଲା । ଏଥିରୁ କ୍ୟାନସର ବ୍ୟାପିବା ବହୁ ସମ୍ଭାବନା ଥିବାରୁ ବିଭିନ୍ନ ଦେଶ ଉକ୍ତ କମ୍ପାନୀ ମସଲାକୁ ନିଜନିଜ ଦେଶରେ ବ୍ୟାନ କରିଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।

ଇତିମଧ୍ୟରେ, ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ପୋଷ୍ଟରେ ଉଲ୍ଲେଖ ରହିଛି ଯେ, 'ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ଚେତାବନୀ ଦେଇଛି, ୨୦୨୫ ସୁଦ୍ଧା ୮୭% ଭାରତୀୟ ଖୀର ପିଇ କ୍ୟାନସର ରୋଗରେ ପୀଡିତ ହେଉଥିବେ' ।

ଭାଇରାଲ ହେଉଥିବା ଗ୍ରାଫିକ୍ସରେ ଉଲ୍ଲେଖ ରହିଛି, 'ଭାରତୀୟ ଦୁଗ୍ଧ ନୁହେଁ କ୍ୟାନସର ପିଉଛନ୍ତି, ଉତ୍ପାଦନ ୧୪କୋଟି ହେଲେ ୬୪ କୋଟି ଲିଟର ବ୍ୟବହୃତ ହେଉଛି । ତେଣୁ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଚେତାବନୀ ଦେଇଛି' ବୋଲି ଉକ୍ତ ଗ୍ରାଫିକ୍ସରେ ଉଲ୍ଲେଖ କରାଯାଇଛି।  

ସେହିପରି ଉକ୍ତ ପୋଷ୍ଟଟିକୁ ବହୁ ବର୍ଷ ପୂର୍ବରୁ ମଧ୍ୟ କିଛି ୟୁଜର୍ସ ସେୟାର କରିଥିଵାର ଦେଖାଦେଇଛି । 

ଅନ୍ୟପଟେ ୨୦୧୮ ମସିହାରେ ଦୈନିକ ଭାସ୍କର ଏକ ପ୍ରବନ୍ଧ ପ୍ରକାଶ କରିଥିଲା I  ନିଜ ପ୍ରବନ୍ଧର ଶୀର୍ଷକରେ ଦୈନିକ ଭାସ୍କର ଉଲ୍ଲେଖ କରିଥିଲା, 'चौंकाने वाला खुलासा : रोज सुबह दूध नहीं, जहर पी रहे हैं आप... क्योंकि देश में बिकने वाला 68.7 फीसदी दूध निकला नकली; WHO ने भी जारी की चेतावनी' ।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ପଢ଼ାଯାଏ, 'ଆପଣ ପ୍ରତିଦିନ ସକାଳେ କ୍ଷୀର ବଦଳରେ ପିଉଛନ୍ତି ବିଷ... କାରଣ ଦେଶରେ ବିକ୍ରି ହେଉଥିବା କ୍ଷୀରର ୬୮.୭ପ୍ରତିଶତ ନକଲି; ତେଣୁ ଏନେଇ WHO ଏକ ଚେତାବନୀ ମଧ୍ୟ ଦେଇଛି ' । ପ୍ରବନ୍ଧରେ ଦୈନିକ ଭାସ୍କର ଏହା ମଧ୍ୟ ଉଲ୍ଲେଖ କରିଛି, 'ଦୁଗ୍ଧରେ ଅପମିଶ୍ରଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଭାରତ ସରକାରଙ୍କୁ ଏକ ପରାମର୍ଶ ଜାରି କରିଛି । ସଂଗଠନ କହିଛି ଯେ, 'ଯଦି ବ୍ୟଭିଚାର ବନ୍ଦ ନହୁଏ, ତେବେ ଦେଶର ପ୍ରାୟ ୮୭ ପ୍ରତିଶତ ଲୋକ ୨୦୨୫ ସୁଦ୍ଧା କର୍କଟ ଭଳି ବିପଜ୍ଜନକ ରୋଗର ଶିକାର ହୋଇପାରନ୍ତି' ।

ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଦୁଗ୍ଧକୁ ନେଇ ଏଭଳି କୌଣସି ଚେତାବନୀ ଦେଇ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । 

ଅନୁସନ୍ଧାନ କରିବାରୁ ଜଣାଯାଏ ଯେ, 'ଏହାକୁ ନେଇ ଏକ ସ୍ପଷ୍ଟୀକରଣ ରଖିଛି, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଯେଉଁଥିରେ ଉଲ୍ଲେଖ ରହିଛି, 'ଭାରତୀୟ ଗଣମାଧ୍ୟମରେ ଦୁଗ୍ଧ ଅପମିଶ୍ରଣ ନେଇ ଖବର ପ୍ରସାରଣକୁ ନେଇ ଏଭଳି କୌଣସି ପରାମର୍ଶ ଜାରି କରିନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ' ।

ସେହିପରି ଏହାକୁ ନେଇ ନିଜର ମତ ରଖିଛି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣଙ୍କ (FSSAI) ପରାମର୍ଶ କ୍ରମେ ଏନେଇ ଯାଞ୍ଚ ହୋଇସାରିଛି । ଭାରତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜାତୀୟ କାର୍ଯ୍ୟାଳୟ FSSAI କୁ ନିଶ୍ଚିତ କରିଛି ଯେ, ଏଭଳି କୌଣସି ପରାମର୍ଶ, ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଭାରତ ସରକାରଙ୍କୁ ଦିଆଯାଇ ନାହିଁ ।

ସେହିଭଳି ୨୦୨୫ ସୁଦ୍ଧା ୮୭ ପ୍ରତିଶତ ଭାରତୀୟ କ୍ୟାନସରରେ ପୀଡିତ ଥିବା ଦାବିକୁ ଖଣ୍ଡନ କରିଛି PIB Fact Check.

ଅନ୍ୟପଟେ ପୂର୍ବରୁ ଏହାକୁ PTI News ଅନୁସନ୍ଧାନ କରି ଉଲ୍ଲେଖ କରିଛି ଯେ, 'ସୋସିଆଲ ମିଡିଆରେ ଭାଇରାଲ ହେଇଥିବାର ଖବରରେ ନାହିଁ କୌଣସି ସତ୍ୟତା, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏଭଳିକୌଣସି ପରାମର୍ଶ ଜାରି କରିନାହିଁ' ।

The Quint ର ଅନୁସନ୍ଧାନ ଟିମ୍ ଏନେଇ ଅନୁସନ୍ଧାନ କରି ଉଲ୍ଲେଖ କରିଛନ୍ତି, '୨୦୨୫ ସୁଦ୍ଧା କ୍ଷିର ଅପମିଶ୍ରଣ ହେତୁ ୮୭% ଭାରତୀୟ କ୍ୟାନସରରେ ପିଡିତ ନେଇ କୌଣସି ସୂଚନା ଦେଇ ନାହିଁ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ' ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାରତୀୟ ମାନେ ପିଉଥିବା ଦୁଗ୍ଧକୁ ନେଇ ଏଭଳି କୌଣସି ଚେତାବନୀ ଦେଇନାହିଁ 'ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ' ।

Claim :  କ୍ଷୀର ଅପମିଶ୍ରଣ ହେତୁ, ୨୦୨୫ ସୁଦ୍ଧା ୮୭ ପ୍ରତିଶତ ଭାରତୀୟ କ୍ୟାନସରରେ ପିଡିତ ଥିବେ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
Claimed By :  Social media users
Fact Check :  False
Tags:    

Similar News