ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ଝାଡ଼ଖଣ୍ଡ ଅଞ୍ଚଳରେ ଘଟିଥିବା ରେଳ ଦୁର୍ଘଟଣାର ଅଟେ

ଏତେ ସଂଖ୍ୟକ ଯାତ୍ରୀ ମୃତ୍ୟୁବରଣ କରିଥିବା ରେଳ ଦୁର୍ଘଟଣା ନିକଟରେ ଗୁଜରାଟରେ ଘଟିନାହିଁ । ଭାଇରାଲ ଭିଡିଓଟି ଝାଡ଼ଖଣ୍ଡ ଅଞ୍ଚଳରେ ଘଟିଥିବା ରେଳ ଦୁର୍ଘଟଣାର ଅଟେ, ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।;

twitter-grey
Update: 2025-02-15 15:59 GMT
Gujarat, Jharkhand, TrainAccdient

The viral video depicts a train accident that occurred in Jharkhand.

  • whatsapp icon


ମାଲଗୋଦାମ ରେଳସା୍ଇଡିଂରେ ବୁଧବାର ସକାଳୁ ମାଲଗାଡ଼ି ପାଚେରୀ ଭାଙ୍ଗି ବସ୍ତି ଭିତରକୁ ପଶି ଯିବା ଘଟଣାକୁ ଲୋକେ ଭୁଲିପାରି ନଥିବା ବେଳେ ଷ୍ଟିଲ୍‌ ସିଟି ରାଉରକେଲାରେ ପୁଣି ରେଳ ଦୁର୍ଘଟଣା ଘଟିଛି। ଷ୍ଟେସନର ଚାରି ନମ୍ବର ପ୍ଲାଟଫର୍ମ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ମାଲଗାଡିର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି l ମାଲଗାଡି ରାଉରକେଲାରୁ ବନ୍ଧମୁଣ୍ଡା ଆଡକୁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟଛି l କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି l  ମାଲବାହୀ ଟ୍ରେନ୍‌ର ୩ ବଗି ମାଡ଼ିଯିବା ଘଟଣାରେ ରେଳବାଇ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାକୁ ଗୁରୁତ୍ବ ମନେ କରି ରେଳବାଇ ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କରିଛି। ନିଲମ୍ବିତ ବ୍ୟକ୍ତିଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଡ୍ରାଇଭର, ଗାର୍ଡ ଓ ସେଣ୍ଟ୍ରିଂ କର୍ମଚାରୀ ଅଛନ୍ତି। ଚକ୍ରଧରପୁର ଡିଭିଜନର ବରି‌ଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଆଦିତ୍ୟ ଚୌଧୁରୀ କହିଛନ୍ତି ଏହି ଘଟଣା ପାଇଁ ଷ୍ଟେସନ ମ୍ୟାନେଜର ପିକେ ଦାସ ଦାୟୀ। ଏଥି ପାଇଁ ପିକେ ଦାସଙ୍କ ‌ସମେତ ମୋଟ୍‌ ୫ ଜଣଙ୍କୁ ନିଲମ୍ବନ କରାଯାଇଛି।

ଇତିମଧ୍ୟରେ ଏକ ରେଳ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ଟ୍ରେନ ଲାଇନ ଚ୍ୟୁତ ହୋଇଥିବା ବେଳେ, ୩୫୦ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୫୮୦ ଜଣ ଆହତ ହୋଇଛନ୍ତି ବୋଲି ଭିଡିଓରେ ଲେଖା ହୋଇଛି ।

ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।



ସତ୍ୟାସତ୍ୟ:

ଦାବିରେ ନାହିଁ ସତ୍ୟତା, ଏଭଳି କୌଣସି ରେଳ ଦୁର୍ଘଟଣା ଗୁଜରାଟରେ ଘଟିନାହିଁ । ଭାଇରାଲ ହେଉଥିବା ଭିଡିଓଟି ଝାଡ଼ଖଣ୍ଡ ରେଳ ଦୁର୍ଘଟଣାର ଭିଡିଓ ଅଟେ ।

ଅନୁସନ୍ଧାନ ନିମନ୍ତେ ଯେତେବେଳେ ଆମେ ଗୁଜରାଟରେ ରେଳ ଦୁର୍ଘଟଣା ନେଇ ସର୍ଚ୍ଚ କରିଥିଲୁ ନିକଟରେ କିଛି ଏଭଳି ଦୁର୍ଘଟଣା ଘଟିଥିବାର ଖବର ପାଇ ନଥିଲୁ ଯେଉଁଥିରେ ୩୫୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଅଧିକ ସୂଚନା ପାଇଁ ଗୁଜୁରାଟ ବ୍ୟୁରୋର ଜଣେ ସାମ୍ବାଦିକ ଙ୍କୁ ଯୋଗାଯୋଗ କରିବାରୁ ଏଭଳିଏତେ ସଂଖ୍ୟକ ମୃତ୍ୟୁ ଘଟିଥିବା ରେଳ ଦୁର୍ଘଟଣା ନିକଟ ଦିନରେ ଘଟିନାହିଁ ବୋଲି ସୂଚନା ଦେଇଥିଲେ ।

ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ୩୦ ଜୁଲାଇ୨୦୨୪ ରେ ସିଏନେନ ନିୟୁଜ୧୮ ୟୁଟ୍ୟୁବ ଚ୍ୟାନେଲର ଏକ ଭିଡିଓ ହସ୍ତଗତ ହୋଇଥିଲା । ଭିଡିଓର ଶୀର୍ଷକରେ ଉଲ୍ଲେଖ ରହିଛି, ମୁମ୍ବାଇ ହାଓଡ଼ା ରେଳ ଦୁର୍ଘଟଣା, ଝାଡ଼ଖଣ୍ଡରେ ଘଟିଲା ଦୁର୍ଘଟଣା । 

Full View

ସେହିପରି ଦ ଇଣ୍ଡିଆନ ଏକ୍ସପ୍ରେସ ମଧ୍ୟ ଏକ ଭିଡିଓ ଅପଲୋଡ କରି ଉଲ୍ଲେଖ କରିଛି, ଝାଡ଼ଖଣ୍ଡରେ ଘଟିଲା ଦୁର୍ଘଟଣା । ମୁମ୍ବାଇ ହାଓଡ଼ା ଟ୍ରେନ ଲାଇନ ଚ୍ୟୁତ ୨ ମୃତ ୬ଆହତ ।

Full View

ଉକ୍ତ ଭିଡିଓ ଏବଂ ଭାଇରାଲ ଭିଡିଓର ସାମଞ୍ଜସ୍ୟ ଜାଣିବାକୁ ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ, ଆଭିନିୟୁ ମେଲ ରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ୩୦ ଜୁଲାଇ ୨୦୨୪ରେ ଉକ୍ତ ଖବର ପ୍ରସାରିତ ହୋଇଥିବା ବେଳେ ସେଥିରେ ମଧ୍ୟ ମୁମ୍ବାଇ ହାଓଡ଼ା ଟ୍ରେନ ଦୁର୍ଘଟଣା କଥା ଉଲେଖ ରହିଥିଲା । ଖବର ପ୍ରସାରଣରେ ଯେଉଁ ଫଟୋ ପ୍ରସାରିତ ହୋଇଥିଲା ଭାଇରାଲ ଭିଡିଓର କିଛି ଅଂଶସହ ସମତୁଳ ଥିବାର ଦେଖିବାକୁ ମିଳିଥିଲା । 


ସେହିପରି ଏନଡିଟିଭିରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ଯେଉଁଥିରେ ଉଲ୍ଲେଖ ରହିଛି, ମୁମ୍ବାଇ ହାଓଡ଼ା ରେଳ ଦୁର୍ଘଟଣା, ୧୮ ଟି କୋଚ୍ ଲାଇନଚ୍ୟୁତ ଥିବା ବେଳେ୨ ଜଣଙ୍କ ମୃତ୍ୟୁ । ଦୁର୍ଘଟଣାଟି ଝାଡ଼ଖଣ୍ଡର ବଡ଼ବାମ୍ବୋ ନିକଟରେ ସକାଳ ୩.୪୫ରେ ଘଟିଥିବା ବେଳେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୮ଟି କୋଚ୍ ଲାଇନ ଚ୍ୟୁତ ଥିବା ବେଳେ, ୧୬ ଟି ଯାତ୍ରୀଙ୍କ କୋଚ୍ ଏବଂ ଗୋଟିଏ ପ୍ୟାଣ୍ଟ୍ରି କାର୍ ଏବଂ ଅନ୍ୟଟି ପାୱାର କାର୍ ବୋଲି ସୂଚନା ଦେଇଛନ୍ତି ଅଧିକାରୀ ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ ସତ୍ୟତା । ଏତେ ସଂଖ୍ୟକ ଯାତ୍ରୀ ମୃତ୍ୟୁବରଣ କରିଥିବା ରେଳ ଦୁର୍ଘଟଣା ନିକଟରେ ଗୁଜରାଟରେ ଘଟିନାହିଁ । ଭାଇରାଲ ଭିଡିଓଟି ଝାଡ଼ଖଣ୍ଡ ଅଞ୍ଚଳରେ ଘଟିଥିବା ରେଳ ଦୁର୍ଘଟଣାର ଅଟେ, ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । 


Claim :  ଗୁଜରାଟରେ ଘଟିଛି ରେଳ ଦୁର୍ଘଟଣା ୩୫୦ ଜଣ ଯାତ୍ରୀଙ୍କ ମୃତ୍ୟୁ
Claimed By :  Social Media User
Fact Check :  False
Tags:    

Similar News