Fact Check: ଭାଇରାଲ ହେଉଥିବା ହାତୀ ଉଦ୍ଧାର ଭିଡିଓଟି ଏଆଇ ଦ୍ୱାରା ନିର୍ମିତ

ଦୂର୍ଗମ ପାହାଡ଼ ଉପରୁ ହାତୀ ଉଦ୍ଧାର ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ;

twitter-grey
Update: 2024-10-13 15:54 GMT
Elephant, Rescue, AI  Generated videos  latest, Video of elephant rescue is AI generated simulation, latest fact check news, facts on Video of elephant rescue,  elephant ai videos

Video of elephant rescue

  • whatsapp icon

ଖାଦ୍ୟ ଅନ୍ଵେଷଣରେ ଜନବସତି ମୁହାଁ ହାତୀପଲ । କମୁଛି ବନାନୀ ବ୍ୟାପୁଚି କଂକ୍ରିଟ ଜଙ୍ଗଲ । ଜଙ୍ଗଲ ଭିତରେ ଥିବା ପ୍ରାକୃତିକ ସମ୍ପଦ ବହୁ ପରିମାଣରେ କ୍ଷୟ ହେଉଥିବା ବେଳେ ଜଳ ଏବଂ ଖାଦ୍ୟ ଅନ୍ୱେଷଣରେ ଏବେ ହାତୀପଲ ଜନବସତି ମୁହାଁ ହେଉଥିବାର ଦେଖାଦେଇଛି ।

ତେବେ ଜନସାଧାରଣଙ୍କୁ ସୁରକ୍ଷା ଦେବାକୁ ଯାଇ ବନ ବିଭାଗ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖା ଯାଇଛି । ହାତୀଙ୍କୁ ପୁନର୍ବାର ଜଙ୍ଗଲ ମୁହାଁ କରାଉଥିବା ବେଳେ କିଛି ସମୟରେ ହାତୀ ମଣିଷ ଲଢେଇ ହୋଇଥାଏ । କେତେବଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଇଥିବା ବେଳେ କେତେବେଳେ ହାତୀଟିଏ କିଛି ଅସୁବିଧାରେ ପଡିଥିବାର ଦେଖା ଦେଇଥାଏ । କିଛିଦିନ ତଳେ କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗାଁକୁ ପଶି ଆସିଥିଲେ ହାତୀପଲ। ତେବେ ଗ୍ରାମବାସୀ ହୋହଲ୍ଲା କରି ତଡ଼ି ଦେଇଥିଲେ। ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଦଳନାୟକଙ୍କ ଏକ ଅନାବନା ଗଛଲତା ବୁଦାରେ ଘୋଡାଇ ହୋଇ ରହିଥିବା ଅବ୍ୟବହୃତ ଖୋଲା କୂଅରେ ପଡ଼ି ଯାଇଥିଲା ଏକ ୧୭/୧୮ ବର୍ଷର ମାଈ ହାତୀ, ପରେପରେ ହାତୀଟି ଉଦ୍ଧାର ହୋଇପାରିଥିଲା ।

ସେହିପରି ଏକ ପାହାଡ଼ କୋଡରେ ହାତୀଟିଏ ଫସିରହିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହାତୀଟିକୁ ଉଦ୍ଧାର କରିବାକୁ ଯାଇ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ହେଉଥିବା ବେଳେ ପରିଶେଷରେ ହାତୀଟି ଉଦ୍ଧାର ପାଇ ପାରିଛି ।

ତେବେ କିଛି ୟୁଜର୍ସ ଏହାକୁ U.S. Police ଦ୍ୱାରା ହାତୀକୁ ଉଦ୍ଧାର କରାଗଲା ଲେଖି ସେୟାର କରିଥିଵାର ମଧ୍ୟ ଦେଖା ଦେଇଛି । 

ସେହିଭଳି ଆଉକିଛି ୟୁଜର୍ସ କହିଛନ୍ତି ଏହି ସ୍ଥାନକୁ ହାତୀ ଗଲା କିପରି

Full View


ସତ୍ୟାସତ୍ୟ:

ଭାଇରାଲ ହେଉଥିବା ଭିଡିଓରେ ନାହିଁ କୌଣସି ସତ୍ୟତା, ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।

ଅନୁସନ୍ଧାନ ପାଇଁ ଆମେ ଯେତେବେଳେ ଏନେଇ ଗୁଗୁଲରେ ସର୍ଚ୍ଚ କରିଥିଲୁ, କୌଣସି ଖବର କାଗଜ କିମ୍ବା ଚ୍ୟାନେଲରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇ ନଥିଲୁ ।

ତେବେ ଭିଡିଓଟିକୁ ତର୍ଜମା କରି ଦେଖିବାକୁ ଗଲେ, ବିଭିନ୍ନ ଅଂଶରେ କିଛିଟା ତ୍ରୁଟି ଦେଖିବାକୁ ମିଳିଥିଲା ।

ଯେପରିକି କ୍ରେନର ଏକ ଅଂଶ ଯେଉଁଥିରେ ହାତୀକୁ ବନ୍ଧା ହୋଇ ଉଦ୍ଧାର କରାଯାଉଛି । କିଛିଟା ଅଂଶରେ ମୋଟା ସୀଙ୍କୁଳି ଭଳି ଦିସୁଥିବା ଵେଳେ ଆଉ ଗୋଟିଏ ଜାଗାରେ ଏକ ପତଳା ଚେନ ଭଳି ଦିଶୁଥିଲା । ସେହିପରି ଆଉ ଏକ ଅଂଶରେ ଏହା ଏକ ଲୁହା ରଡ଼ ଭଳି ଦେଖା ଯାଉଥିଲା ।



ଅନ୍ୟପଟେ ହାତୀଟିକୁ ଉଦ୍ଧାର କରିବା ବେଳେ ତାହାର ଲାଙ୍ଗୁଡଟି ବେଳେବେଳେ ଦୁଇଟି ଲାଙ୍ଗୁଡ ଭଳି ଦିଶୁଛି, ଯାହା ସମ୍ପୂର୍ଣ୍ଣ ଅପ୍ରାକୃତିକ । 


ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ, ଉକ୍ତ ଭିଡିଓଟି AThinginside ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୭୧,୧୪,୨୨୯ ଭିୟୁ ମିଳିଥିବା ବେଳେ ୧.୭ ଲକ୍ଷ ଲାଇକ ମଧ୍ୟ ମିଳିଛି ।

ଭିଡିଓ ର ବିବରଣୀରେ ଉଲ୍ଲେଖ ରହିଛି, How this content was made : Altered or synthetic content. Sound or visuals were significantly edited or digitally generated.

ଏହାର ଅର୍ଥ ଏହା ଅରିଜିନାଲ ଭିଡିଓ ନୁହେଁ, ଏହାକୁ କୌଣସି ଟୁଲ୍ ବ୍ୟବହାର କରି ତିଆରି କରାଯାଇଛି । 

ସେହିପରି ଭିଡିଓର ଏକ ଅଂଶକୁ sightengine ଯୋଗେ ପରୀକ୍ଷଣ କରିବାରୁ ଏହା ୮୭% AI ଦ୍ବାରା ନିର୍ମିତ ବୋଲି ରିପୋର୍ଟରୁ ଜଣାଯାଏ ।



ସୋସିଆଲ ମିଡିଆରେ ଏହିଭଳି ଉଦ୍ଧାର ହେଉଥିବା ଏକ ଜିରାଫ୍ ଭିଡିଓ ଦେଖିବାକୁ ପାଇଥିଲୁ । ସମାନ ସ୍ଥାନରେ ପ୍ରାୟ ସମାନ ଘଟଣା ଦେଖିବାକୁ ମିଳିଛି ।

Full View


ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଭାଇରାଲ ଭିଡିଓଟି କୌଣସି ଉଦ୍ଧାର ସମୟର ନୁହେଁ, ଏଆଇ ଦ୍ୱାରା ନିର୍ମିତ । 


Claim :  ଦୂର୍ଗମ ପାହାଡ଼ ଉପରୁ ଉଦ୍ଧାର ହେଲେ ଗଜରାଜ
Claimed By :  Social Media Users
Fact Check :  False
Tags:    

Similar News