ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଓଡ଼ିଶା ସରକାର ବର୍ତ୍ତମାନ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି

Update: 2024-06-18 14:19 GMT


ଶପଥ ଗ୍ରହଣ କରିବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି  ଯାହା ଜନସାଧାରଣଙ୍କ ଅନୁମୋଦନ ଲାଭ କରିଛି ।  ଶପଥ ଗ୍ରହଣ କରିବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମାଝୀ  ସାମ୍ବାଦିକ ମାନଙ୍କ ପାଇଁ ଲୋକସେବା ଭବନ ଖୋଲିଦେଇଥିଲେ I  ଚାରି ବର୍ଷ ପୂର୍ବେ ନବୀନ ସରକାର ସାମ୍ବାଦିକମାନଙ୍କୁ ଲୋକ ସେବା ଭବନରେ ପ୍ରବେଶ ଉପରେ କଟକଣା ଲଗାଇଥିଲେ I  ସେହିଦିନ ସନ୍ଧ୍ୟାରେ ମୋହନ ମାଝୀ  ତାଙ୍କର ପ୍ରଥମ କ୍ୟାବିନେଟ ବୈଠକ ଡାକିଥିଲେ । ବୈଠକ ରେ ସିଏ ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ତାପର ଦିନ ଯାହା ୧୩ଜୁନ୍ ୨୦୧୪  ସକାଳ ମଙ୍ଗଳ ଆଳତି ପରେ ଖୋଲିବାକୁ ସୂଚନା ଦେଇଥିଲେ I ଯାହାକି  କିଛି ବର୍ଷ ପୂର୍ବେ ରକ୍ଷଣାବେକ୍ଷଣ ପାଇଁ ବନ୍ଦ କରାଯାଇଥିଲା । ମୋହନ କହିଛନ୍ତି, "ଏହା କେବଳ ଆରମ୍ଭ, ଆମେ ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଏବଂ ଲୋକଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିବୁ ।"

ଇତି ମଧ୍ୟରେ , ଏକ ଟିଭି ନ୍ୟୁଜ୍ ସ୍କ୍ରିନସଟ୍ ପରି ଦେଖାଯାଉଥିବା ଏକ ଗ୍ରାଫିକ୍ସରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବାର ଦେଖାଦେଇଛି  I  

ଭାଇରାଲ୍ ଗ୍ରାଫିକ୍ସରେ ଓଡ଼ିଆରେ ଲେଖା ହୋଇଛି  “ଓଡ଼ିଶାରେ ସମସ୍ତ ପ୍ରକାରର ମଦ ନିଷେଧ ହେବ । ଆଗାମୀ ସ୍ୱାଧୀନତା ଦିବସ ପାଳନ ପରେ ଓଡ଼ିଶାରେ ସମସ୍ତ ପ୍ରକାର ମଦ ନିଷେଧ କରାଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି ।"

ଗ୍ରାଫିକ୍ସରେ ନ୍ୟୁଜ୍-18 ଲୋଗୋ ସହିତ ନୂତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମଧ୍ୟ ରହିଛି | ସୋସିଆଲ ମିଡ଼ିଆ ୟୁଜର୍ସମାନେ ବିଭିନ୍ନ ପ୍ଲାଟଫର୍ମରେ ଏହି ଗ୍ରାଫିକ୍ସ  କ୍ୟାପସନ୍ ସହିତ ସେୟାର କରୁଛନ୍ତି :"ମୋହନ ସରକାରଙ୍କ ଆଉଏକ ମାଷ୍ଟର ଷ୍ଟ୍ରୋକ |"


Full View


Full View


ସତ୍ୟାସତ୍ୟ : ଏହି ଦାବିଟି ସମ୍ପୂର୍ଣ  ମିଥ୍ୟା ଅଟେ, ରାଜ୍ୟ ସରକାର ଓଡ଼ିଶାରେ ଏପରି କୌଣସି ପ୍ରତିବନ୍ଧକ ଘୋଷଣା କରି ନାହାଁନ୍ତି କିମ୍ବା ନ୍ୟୁଜ୍-18 ଏଭଳି କୌଣସି  ଖବର ପ୍ରକାଶ କରିନାହିଁ 

ଭାଇରାଲ୍ ଇମେଜରେ ଥିବା ନ୍ୟୁଜ୍ -18 ଓଡ଼ିଆ ଲୋଗୋ କୁ ଯଦି ଆପଣ ତର୍ଜମା କରି ଦେଖିବେ ତାହା କିଛି ମାତ୍ରାରେ ଅସ୍ପଷ୍ଟ ଦେଖାଯାଉଛି 

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ସାଇଟରେ ଏନେଇ ଅନୁସନ୍ଧାନ କରିବାରୁ କୌଣସି ତଥ୍ୟ ମିଳିଲା ନାହିଁ, ଓଡ଼ିଶା ଅବକାରୀ ବିଭାଗ ମଧ୍ୟ ଏନେଇ କୌଣସି ବିଜ୍ଞପ୍ତି ନିଜ ସୋସିଆଲ ମିଡିଆରେ ଜାରି କରିନାହିଁ  I

ରିଭର୍ସ ଇମେଜ ସର୍ଚ୍ଚରୁ  ଜଣାଯାଏ ଯେ ,ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ସମାନ ଗ୍ରାଫିକ୍ସ ଉପରେ ଫେକ ଲେଖି ନିଜ ସୋସିଆଲ ମିଡ଼ିଆରେ ସେୟାର କରିବାସହ ଉଲ୍ଲେଖ କରିଛି  " ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହିଭଳି ଫେକ୍ ନ୍ୟୁଜ୍ ପ୍ରତି ସଚେତନ ରୁହନ୍ତୁ । ସବୁବେଳେ ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ । ଏହିଭଳି ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ, ଏହା ବେଆଇନ ଅଟେ” ।



 ନ୍ୟୁଜ୍ 18 ଓଡ଼ିଆ  ନିଜ ସୋସିଆଲ ମିଡିଆରେ ଏକ ଖବର ସେୟାର କରି  ଉଲ୍ଲେଖ କରିଛି  "ମଦ ବ୍ୟବସାୟ ବନ୍ଦ ଖବର ମିଥ୍ୟା ଅଟେ , ଏଭଳି କୌଣସି ଖବର ନ୍ୟୁଜ୍18 ଓଡ଼ିଆ ପ୍ରସାରଣ କରି ନାହିଁ । ”


ନ୍ୟୁଜ୍-18 ଓଡ଼ିଆର ସମ୍ବାଦଦାତା ଦୀପକ କୁମାର ସାମଲ ଏହି ଚିତ୍ରକୁ ସେୟାର କରି ଲେଖିଛନ୍ତି , “ଏହି ଖବରରେ କୌଣସି ସତ୍ୟତା ନାହିଁ, କେହିଜଣେ ଅସାମାଜିକ ବ୍ୟକ୍ତି News -18 ଓଡ଼ିଆ ଲୋଗୋ ବ୍ୟବହାର କରି ଏଭଳି ମିଛ ଖବର ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି"... 


ଓଡ଼ିଶା ଟିଭି ଏହା ଉପରେ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି ଯେ  “No liquor ban in Odisha, I& PR department slams fake News”.

କଳିଙ୍ଗ ଟିଭି ଅନୁଯାୟୀ “Odisha I & PR Department clarifies on circulation of fake news on liquor ".

ତେଣୁ ଏହା ପ୍ରମାଣିତ ହୋଇଛି ଯେ ଏହି ଦାବିଟି ସମ୍ପୂର୍ଣ ମିଥ୍ୟା, ରାଜ୍ୟ ସରକାର ଓଡ଼ିଶାରେ ମଦ ନିଷେଧ ଘୋଷଣା କରିନାହାଁନ୍ତି କିମ୍ବା ନ୍ୟୁଜ୍- 18 ଓଡ଼ିଆ ଏହି ପ୍ରସଙ୍ଗରେ କୌଣସି ଖବର ପ୍ରସାରିତ କରିନାହିଁ  I

Claim :  ଚଳିତ ବର୍ଷର ସ୍ୱାଧୀନତା ଦିବସରୁ ଓଡ଼ିଶା ସରକାର ସାରା ରାଜ୍ୟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବେ
Claimed By :  Social Media Users
Fact Check :  False
Tags:    

Similar News