Fact Check: ଭାଇରାଲ ଭିଡିଓଟି କେନ୍ଦୁଝର ଜିଲ୍ଲା ଗସ୍ତର ନୁହେଁ ବରଂ ବାଲେଶ୍ୱର ଗସ୍ତ ସମୟର ଭିଡିଓ

ଭାଇରାଲ ଭିଡିଓ ଟି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତର ନୁହେଁ ବରଂ ବାଲେଶ୍ୱର ଗସ୍ତର

Update: 2024-10-04 14:09 GMT

Viral Video Kendujhar district

୨୦ ସେପ୍ଟେମ୍ବରରୁ ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ଜୁନ୍ ୨୩ରେ ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ଥିବାବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ଜନ୍ମମାଟିରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଜିଲ୍ଲା ଗସ୍ତ କରୁଥିବାରୁ ଏହି ଅବସରରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ଥିବାର ଦେଖା ଦେଇଥିଲା । ରାଇକଳାସ୍ଥିତ ତାଙ୍କ ବାସଭବନକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିବା ବେଳେ, ମା ଙ୍କ ହାତରୁ ନିଜ ଘରେ ପଖାଳ ଖାଇବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।

ଦ୍ଵିତୀୟ ଥର ଗସ୍ତରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରୁଥିବା ଭିଡିଓ କୁ ସୋସିଆଲ ମିଡିଆରେ ଅପଲୋଡ଼ କରି ୟୁଜର୍ସ ଲେଖିଛନ୍ତି, " ସ୍ତ୍ରୀ କୁ ଦେଖିବାକୁ ଫ୍ଲାଇଟ ଆସିଲେ ମୁଖ୍ୟମନ୍ତ୍ରୀ" । 

Full View

ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓ ଟି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତର ନୁହେଁ ବାଲେଶ୍ୱର ଗସ୍ତର ।    

ଅନୁସନ୍ଧାନ କରିବାକୁ ଯାଇ, ଆମେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ଲେଖି ଅନୁସନ୍ଧାନ କରିଥିଲୁ । ତେବେ ଏନେଇ ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗସ୍ତ ସଂପର୍କରେ ଖବର ପ୍ରସାରିତ ହୋଇଥିଲା ।

ଗସ୍ତ ନେଇ ସୂଚନା ପାଇବା ପରେ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଥିବାର ଦେଖିବାକୁ ମିଳିଥିଲା ।

କନକ ନ୍ୟୁ ଏନେଇ ଖବର ପ୍ରସାରିତ କରି ଉଲ୍ଲେଖ କରିଛି ଯେ ,'୩ ଦିନିଆ ନିଜ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲା ଗସ୍ତର ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସକାଳେ ରାଇସୁଆଁ ଏୟାରଷ୍ଟ୍ରିପରେ ଅବତରଣ କରି ସେଠାରୁ ଏକ ବାଇକ୍ ରାଲିରେ ଆସି କେନ୍ଦୁଝର ଅଡିଟୋରିୟମରେ ଠାରେ ଆୟୋଜିତ ଲାଇଭ ସେଭର୍ସ ଗୁପ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହା ପରେ ସର୍କିଟ ହାଉସ ଠାରେ ମଧ୍ୟାହ୍ନ ଭୋଜନ ପରେ ୨ ଟା ୫୦ ମିନିଟ ସମୟରେ ହେଲିକପ୍ଟର  ଯୋଗେ ଝୁମ୍ପୁରା ଯିବେ। ଝୁମ୍ପୁରା ବ୍ଳକର କରଞ୍ଜିଆପଡା ଠାରେ ମାଁ ତା ତାରିଣୀ କ୍ଳବ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପାନି ଉତ୍ସବରେ ଯୋଗଦେବେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନିଜେ ମୁଖ୍ୟମନ୍ତ୍ରୀ ହିଁ ଆରମ୍ଭ କରିଥିଲେ ଓ ସନ୍ଧ୍ୟାରେ ସାଂସଦ ଓ ବିଧାୟକ ମାନଙ୍କ ସହ ଆଲୋଚନା ପରେ ସର୍କିଟ ହାଉସ କୁ ଫେରି ରାତ୍ରୀ ଯାପନ କରିବେ । 

ସେହିପରି Odisha Sambad ଏକ ଖବର ପ୍ରସାରିତ କରି ଶିର୍ଷକରେ ଉଲ୍ଲେଖ କରିଛି " ଲୋକଙ୍କ ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରସ୍ଥିତ ମଣ୍ଡୁଆ ବାସଭବନକୁ ଜନସାଧାରଣଙ୍କ ହିତ ନିମନ୍ତେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ" । 

କଳିଙ୍ଗ ଟିଭି ଏନେଇ ଏକ ଖବର ପ୍ରସାରଣ କରି ନିଜ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଅପଲୋଡ଼ କରିଥିବା ଦେଖାଯାଇଛି ।

Full View

ତେବେ ଭାଇରାଲ ଭିଡିଓ ଏବଂ କଳିଙ୍ଗରେ ପ୍ରସାରିତ ଭିଡିଓ ମଧ୍ୟରେ ବହୁ ତଫାତ ଥିବାର ଦେଝିବାକୁ ମିଳିଛି ।

ଯେତେବେଳେ ଆମେ ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚ ଜରିଆରେ ଅନୁସନ୍ଧାନ କରିଥିଲୁ ଉକ୍ତ ଭିଡିଓଟି ବାଲେଶ୍ୱର ସମୟର ଗସ୍ତ ବୋଲି ଜାଣିବାକୁ ପାଇଥିଲୁ ।

ରିଭର୍ସ ଇମେଜ ସର୍ଚ୍ଚରୁ ବାଲେଶ୍ୱରର ଏକ ୱାଟର ପାର୍କ  କିଛି ଫଟୋ ଅପଲୋଡ଼ କରିବାର ଦେଖିବାକୁ ପାଇଥିଲୁ । 

ସେହିପରି ସେପ୍ଟେମ୍ବର ୧୮ ପ୍ରମେୟ ଖବର କାଗଜରେ ଉକ୍ତ ୱାଟର ପାର୍କଟି ଲୋକାର୍ପିତ ହୋଇଥିବାର ଖବର ପ୍ରକାଶିତ ହୋଇଥିବାର ଦେଖିବାକୁ ପାଇଥିଲୁ ।

ଉପରୋକ୍ତ ଅନୁସନ୍ଧାନରୁ ଜଣାଯାଏ ଯେ, ଭାଇରାଲ ଭିଡିଓଟି କେନ୍ଦୁଝର ଜିଲ୍ଲା ଗସ୍ତ ସମୟର ନୁହେଁ ବରଂ ବାଲେଶ୍ବର ଗସ୍ତ ସମୟର ।

Claim :  ସ୍ତ୍ରୀ କୁ ଦେଖିବାକୁ ଫ୍ଲାଇଟରେ ଆସିଲେ ମୁଖ୍ୟମନ୍ତ୍ରୀ
Claimed By :  Social Media Users
Fact Check :  False
Tags:    

Similar News