Fact Check: ହାଇଦ୍ରାବାଦ ମହାଲକ୍ଷ୍ମୀ ହତ୍ୟାକାଣ୍ଡ ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି

ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରେମିକାକୁ ଖଣ୍ଡବିଖଣ୍ଡିତ କରି ଫ୍ରିଜରେ ରଖିଥିଲା ପ୍ରେମିକ । ତେବ ଅଭିଯୁକ୍ତ ପ୍ରେମିକ ଏଭଳି ଘଟଣା ପରେ ନିଜ ଜୀବନ ହାରିଥିବାର ଜଣାଯାଇଛି ।

Update: 2024-10-01 09:42 GMT

Mahalakshmi murder in Hyderabad


ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରେମିକାକୁ ଖଣ୍ଡବିଖଣ୍ଡିତ କରି ଫ୍ରିଜରେ ରଖିଥିଲା ପ୍ରେମିକ । ତେବ ଅଭିଯୁକ୍ତ ପ୍ରେମିକ ଏଭଳି ଘଟଣା ପରେ ନିଜ ଜୀବନ ହାରିଥିବାର ଜଣାଯାଇଛି ।

ଚଳିତ ବର୍ଷ ୨୧ ସେପ୍ଟେମ୍ବରରେ ବେଙ୍ଗାଲୁରୁର ଭାୟାଲିକଭାଲ ଅଞ୍ଚଳରେ ଜଣେ ୨୯ବର୍ଷୀୟ ମହିଳାଙ୍କ ମୃତଦେହ ତାଙ୍କ ଘରେ ଥିବା ଏକ ରେଫ୍ରିଜରେଟର ଭିତରୁ ମିଳିଥିଲା । ମୃତ୍ୟୁବରଣ କରିଥିବା ମହିଳାଙ୍କ ନାମ ମହାଲକ୍ଷ୍ମୀ ହୋଇଥିବା ବେଳେ, ସିଏ ମଲେଶ୍ୱରାମର ଏକ ପୋଷାକ ଆଉଟଲେଟରେ କାମ କରୁଥିଲେ ଏବଂ ଭଡା ଘରେ ଏକୁଟିଆ ରହୁଥିଲେ । ମହିଳାଙ୍କ ହତ୍ୟାପରେ ହତ୍ୟାକାରି ମହିଳାଙ୍କ ଶରୀରକୁ ପ୍ରାୟ ୫୯ଖଣ୍ଡ କରିଥିଲା ଏବଂ ଫ୍ରିଜ ଭିତରେ ରଖିଦେଇଥିଲା।

ତେବେ ଏହାକୁ ଏକ କାଳ୍ପନିକ ରୂପ ଦେଇ, ଉକ୍ତ ଘଟଣାକୁ ଏକ ସାମ୍ପ୍ରଦାୟିକ ରୂପ ଦିଆଯାଇଥିବାର ଦେଖାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ହତ୍ୟାକାରୀ ଅଵଦୁଲ୍ ବୋଲି ଦାବି କରିଛନ୍ତି ୟୁଜର୍ସ ।


ଇତିମଧ୍ୟରେ ଫ୍ରିଜ ଭିତରେ ମହାଲକ୍ଷ୍ମୀଙ୍କ ଖଣ୍ଡବିଖଣ୍ଡିତ ଶରୀରର ଫଟୋ ସହ ଏକ ଲେଖା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋ ସେୟାର କରି ୟୁଜର୍ସ ଲେଖିଛନ୍ତି "ଫ୍ରିଜ ଭିତରେ ଚିକେନ କି ମଟନ ନୁହେଁ ମ....ଆମ ଅବଦୁଲ ପ୍ରିୟ ଜଣେ 29 ବର୍ଷ ବୟସ୍କା ହିନ୍ଦୁ 'ପାପା କୀ ପରୀ' । ସେ ବି କହୁଥିଲା 'ମେରା ଅବଦୁଲ ଐସା ନହିଁ ହୈ'...।


Full View


Full View
Full View

ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଘଟଣା ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ ସ୍ଥିତି

ଅନୁସନ୍ଧାନ କରିବାକୁ ଯାଇ ଗୁଗୁଲରେ 'ମହାଲକ୍ଷ୍ମୀ ହତ୍ୟାକାଣ୍ଡ' ସର୍ଚ୍ଚ କରିବାରୁ, ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତର ଭାଇ ଓ.ଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିବାର ଜଣାଯାଇଛି ।

ଖବର ପ୍ରସାରିତ କରି ଓଟିଭି ଉଲ୍ଲେଖ କରିଛି, "ମହାଲକ୍ଷ୍ମୀ ପୂର୍ବରୁ ବିବାହିତ ଥିବାର ପରେ ଜଣାପଡ଼ିଥିଲା । ପରେ ପରେ ମୁକ୍ତିରଞ୍ଜନଙ୍କ ସହ ସମ୍ପର୍କ ଗଢ଼ିଥଲା । ହେଲେ ବିଭିନ୍ନ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଟଙ୍କା ଓ ସୁନାକୁ ନେଇ ଉଭୟଙ୍କ ସମ୍ପର୍କ ତିକ୍ତ ହେବାକୁ ଲାଗିଥିଲା । ଏହାକୁ ନେଇ ପାଟିତୁଣ୍ଡ ହେବା ସହ ମହାଲକ୍ଷ୍ମୀଙ୍କୁ ଧରି ମୁକ୍ତିରଞ୍ଜନ କେରଳ ବାହାରି ଯାଇଥିଲା । ହେଲେ ବାଟରେ ସେମାନଙ୍କୁ ସ୍ଥାନୀୟ ଲୋକେ ଅଟକାଇବା ସହ ପୋଲିସ୍ କୁ ଖବର ଦେଇଥିଲେ । ସେଠି ମୁକ୍ତିରଞ୍ଜନକୁ ପୋଲିସ୍ ମାଡ଼ ମାରିଥିବା କଥା ବି ତାଙ୍କ ଭାଇ କହିଛନ୍ତି । ପରେ ବେଙ୍ଗାଲୁରୁ ଫେରିବା ପରେ ବିବାଦ ଅଧିକ ବଢ଼ିବାରେ ଲାଗିଥିଲା । କଥା କଟାକଟି ଓ ପରେ ପାଟିତୁଣ୍ଡ ହୋଇଥିଲା ଉଭୟଙ୍କ ମଧ୍ୟରେ । ଏନେଇ ରାଗି ଯାଇ ମହାଲକ୍ଷ୍ମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ । ହତ୍ୟା ପରେ ମୃତଦେହକୁ ଫ୍ୟାନ୍ ରେ ଝୁଲାଇବାକୁ ଚେଷ୍ଟା କରିଥିଲା । ହେଲେ ତାହା ସମ୍ଭବ ନହେବାରୁ ଶେଷରେ ଘରେ ଥିବା ଛୁରୀରେ ମହାଲକ୍ଷ୍ମୀଙ୍କ ଶରୀରକୁ କାଟିଥିଲା । ୫୯ଖଣ୍ଡ କରି କାଟିବା ପରେ ଫ୍ରିଜ୍ ରେ ରଖିଥିଲା । ସେଠୁ ଫେରାର ହୋଇ ସିଧା ବ୍ରହ୍ମପୁରକୁ ଆସିଥିଲା ।

ତେବେ ପରେପରେ, ମୁଖ୍ୟ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଖବର ନନ୍ଦିଘୋଷ ଟିଭି ପ୍ରସାରିତ କରିଛି । ଭିଡିଓ ଅପଲୋଡ଼ କରି ନନ୍ଦିଘୋଷ ଟିଭି ଉଲ୍ଲେଖ କରିଛି, ' ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ଲୁଚାଇ ରଖିବା ଘଟଣା । ମୁଖ୍ୟ ଅଭିଯୁକ୍ତ ଥିବା ଭଦ୍ରକ ଧୁଷୁରୀ ଥାନା ଭୂଇଁପୁର ଗାଁର ମୁକ୍ତିରଞ୍ଜନ ରାୟ ଆତ୍ମହତ୍ୟା କରିଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଜବତ ଲାପଟପ ଓ ଡାଇରୀରେ ହତ୍ୟାକାଣ୍ଡ ସମ୍ପର୍କିତ ଅନେକ କଥା ଲୁଚିରହିଥିବା ସନ୍ଦେହ କରାଯାଉଛି' ।


Full View


ସ୍ଥାନୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଭଦ୍ରକ ଏସ.ପି ଏନେଇ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ମହାଲକ୍ଷ୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଅଞ୍ଚଳର ବାସିନ୍ଦା ଏବଂ ତାଙ୍କ ନାଁ, ମୁକ୍ତି ରଞ୍ଜନ ରାୟ । ଗିରଫ ଭୟରେ ମୁକ୍ତି ଆତ୍ମହତ୍ୟା କରିଥାଇ ପାରନ୍ତି, ସୁଇସାଡ ନୋଟ୍ ରେ ମୁକ୍ତି ସମସ୍ତ କଥା ଲେଖି ଛନ୍ତି ଏବଂ ନିଜକୁ ଦୋଷୀ ବୋଲି ମାନିଛନ୍ତି ।

Full View


ସେହିପରି News18 Odia ଖବର ପ୍ରସାରଣ କରି ଉଲ୍ଲେଖ କରିଛି " ଆତ୍ମହତ୍ୟା କରିବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଂଜନ ରାୟ ନିଜ ଗାଁ ଭଦ୍ରକ ଧୁଷୁରୀ ଭୂଇଁପୁରକୁ ଆସିଥିଲେ । ଆଉ ଗତ ୨୪ ତାରିଖ ମଙ୍ଗଳବାର ଗାଁରେ ପହଞ୍ଚି ମାଆଙ୍କ ଆଗରେ ହତ୍ୟାକାଣ୍ଡ ସଂପର୍କରେ କହିଥିଲେ । କେମିତି ବେଙ୍ଗାଳୁରୁରେ ମହାଲକ୍ଷ୍ମୀଙ୍କୁ ହତ୍ୟା କଲେ ଆଉ କାହିଁକି ହତ୍ୟା କଲେ, ତାହା କହିଥିଲେ । ବିଗତ ୨ ବର୍ଷ ହେଲା ଗାଁକୁ ଆସି ନଥିଲେ ମୁକ୍ତିରଂଜନ । ପୁଅ ଫେରିଛି ଭାବେ ମାଆ କୁଞ୍ଜଲତା ଖୁସି ହୋଇଥିଲେ । କିନ୍ତୁ ସେ କଣ ଜାଣିଥିଲେ, ହତ୍ୟା ଭଳି ଜଘନ୍ୟ ଅପରାଧ କରି ପୁଅ ଫେରିଛି ଆଉ ତାଙ୍କ ପାଖରୁ ସବୁଦିନ ପାଇଁ ବିଦାୟ ନେବ ବୋଲି ଆସିଛି" ।

ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିରେ ନାହିଁ କୌଣସି ସତ୍ୟତା । ମହାଲକ୍ଷ୍ମୀ ହତ୍ୟାକାଣ୍ଡ ପଛରେ କୌଣସି ସାମ୍ପ୍ରଦାୟିକ ସ୍ଥିତି ନାହିଁ, ବାରମ୍ବାର ବ୍ଲାକମେଲ ଶିକାର ହୋଇ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି ଭଦ୍ରକ ଜିଲ୍ଲାର ବାସିନ୍ଦା ମୁକ୍ତିରଞ୍ଜନ ରାୟ ।


Claim :  ମହାଲକ୍ଷ୍ମୀ ହତ୍ୟାକାଣ୍ଡ ପଛରେ ରହିଛି ସାମ୍ପ୍ରଦାୟିକ ପରିସ୍ଥିତି
Claimed By :  Social Media Users
Fact Check :  False
Tags:    

Similar News